Advertisment

Southend Airport: ଉଡାଣ ପରେ ହୁତୁହୁତୁ ହୋଇ ଜଳିଗଲା ବିମାନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିମାନବନ୍ଦର ବନ୍ଦ

ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍ ବିମାନ ଦୁର୍ଘଟଣା ଘଟିଛି । ଉଡାଣ ଭରିବାର ମାତ୍ର କିଛି ସେକେଣ୍ଡ ଭିତରେ ବିମାନ ଓଲଟି ଯାଇ ତଳେ ପଡି ଯାଇଥିଲା । ଏହା ପରେ ବିମାନଟି ଜଳି ଉଠିଥିଲା ।

author-image
Chinmayee Sahoo
plane crash

plane crash

ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ଏକ ବିମାନ ଦୁର୍ଘଟଣା ଘଟିଛି । ପୂର୍ବ ବିମାନଠାରୁ ୭୨ କିଲୋମିଟରଠାରୁ ଦୂରରେ ଅବସ୍ଥିତ ଏହି ବିମାନବନ୍ଦର । ଉଡାଣର କିଛି ସମୟ ଭିତରେ ଜଳିଗଲା ଏକ ଛୋଟ ବିମାନ ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍ । ଏସେକ୍ସ ପୋଲିସ୍ କହିଛି ଯେ, ସେମାନଙ୍କ ପାଖକୁ ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ଏହି ଦୁର୍ଘଟଣା ସଂକ୍ରାନ୍ତରେ ଖବର ଆସିଥିଲା । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । 

Advertisment

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ବ୍ରିଟିଶ୍ ମିଡିଆ ପକ୍ଷରୁ ସୂଚନା ମିଳିଛି ଯେ, ଏହି ବିମାନଟି ଏକ ପରିବହନ ଜେଟ୍ ଥିଲା । ଏହା ରୋଗୀଙ୍କୁ ପରିବହନ କରି ନେଦରଲ୍ୟାଣ୍ଡ ଯାଏ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆକାଶ ଧୂଆଁମୟ ହୋଇଯାଇଛି । ଏହି ବିମାନଟି ପ୍ରାୟ ୧୨ ମିଟର ଲମ୍ବା । 

ଦୁର୍ଘଟଣା ଘଟିବା ସମୟରେ ଏୟାରପୋର୍ଟରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନ ଉଡାଣ ଭରିବାର ମାତ୍ର ୩ରୁ ୪ ସେକେଣ୍ଡ ଭିତରେ ବିମାନଟି ବାମ ପଟକୁ ଢଳଗଲା । ଏହାପରେ ଓଲଟି ପଡି ତଳେ ପଡିଗଲା । ସେତେବେଳେ ତାହା ଏକ ନିଆଁ ପିଣ୍ଡୁଳା ଭଳି ଦେଖା ଯାଉଥିଲା । ଏୟାରପୋର୍ଟର ଅଗ୍ନିଶମ ସେବା ପକ୍ଷରୁ ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା କରାଯାଇଥିଲା । ଏହା ପରେ ପୋଲିସ୍ ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ତେବେ ଏହି ବିମାନରେ କେତେ ଲୋକ ଥିଲେ. ଏବଂ କେତେ କ୍ଷୟକ୍ଷତି ଘଟିଛି, ତାହା ଆକଳନ କରାଯାଇ ପାରିନାହିଁ । ତେବେ ଦୁର୍ଘଟଣା ପରେ ଏହି ବିମାନବନ୍ଦରରୁ ଓ ବିମାନବନ୍ଦରକୁ ସମସ୍ତ ଉଡାଣ ବାତିଲ୍ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ? ଥାଇପାରେ ଏହି ସମ୍ଭାବ୍ୟ କାରଣ

London Plane Crash
Advertisment
Advertisment