/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751106816.jpg)
Viral Celebration Video
ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏବେବି ଲୋକମାନେ ଏହାକୁ ଭୁଲି ପାରିନାହାନ୍ତି । କିନ୍ତୁ ଏବେ ଏକ ଭାଇରାଲ ଭିଡିଓ ଯୋଗୁଁ ଏୟାରପୋର୍ଟ ସର୍ଭିସ୍ ମ୍ୟାନେଜମେଣ୍ଟ ଫାର୍ମ ଏୟାର ଇଣ୍ଡିଆ ସାଟ୍ସ ସର୍ଭିସେସ୍ (AISATS) ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।
କାରଣ ବିମାନ ଦୁର୍ଘଟଣାର କିଛି ଦିନ ପରେ AISATS କାର୍ଯ୍ୟାଳୟରେ ଏକ ସେଲିବ୍ରେସନ କରାଯାଇଥିଲା । ଯାହାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ କଂପାନୀର କର୍ମଚାରୀ ମାନେ ନାଚୁଥିବା ଓ ଗାଉଥିବାର ଦେଖିବାକୁ ମିଳିଛି । ବିମାନ ଦୁର୍ଘଟଣା ଜୁନ୍ ୧୨ରେ ହୋଇଥିଲା । ମାତ୍ର ଏହାର କିଛି ଦିନ ପରେ AISATS ଅଫିସରେ ସେଲିବ୍ରେସନର ଭିଡିଓ ସାମ୍ନାକୁ ଆସିଥିଲା ।
ଅଧିକ ପଢନ୍ତୁ: ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ପାଇଁ ଦୁଷ୍କର୍ମ, ଟିଏମସି ସାଂସଦଙ୍କ ବିବାଦୀୟ ବୟାନ
ବିମାନ ଦୁର୍ଘଟଣାରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଏବେବି ଲୋକମାନେ ଦୁଃଖରୁ ବାହାରି ପାରିନାହାନ୍ତି । ଏଭଳି ସମୟରେ ଅଫିସରେ ନାଚଗୀତ ସହ ସେଲିବ୍ରେସନକୁ ଲୋକମାନେ ସମାଲୋଚନା କରିଛନ୍ତି । ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
AISATS ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । AISATS ପକ୍ଷରୁ କୁହାଯାଇଛି ବିମାନ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସହ ଆମେ ଛିଡା ହୋଇଛୁ । ଏଭଳି ସମୟରେ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିପାଇଁ ଆମେ ଦୁଃଖିତ ।
ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଜେ ମେଡିକାଲ କଲେଜ ହଷ୍ଟେଲରେ ଏହି ବିମାନ ଖସିପଡିଥିଲା । ଅନ୍ୟ ୩୪ ଜଣ ମଧ୍ୟ ପ୍ରାଣ ହରାଇଥିଲେ । ମୋଟ ୨୭୫ ଜଣଙ୍କର ପ୍ରାଣହାନି ଘଟିଥିଲା ଏହି ଦୁର୍ଘଟଣାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)