• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସରକାରୀ ଜାଗାରେ ଗଛ ଲଗେଇଛ... ନିଜ ଜାଗାରେ ରୁହ.. ଆଉ ଏ ଗଛ ସବୁ ହାଣ... ନହେଲେ ଗାଁରୁ ବାସନ୍ଦ ହେବ... ବୁଝିପାରୁଛ ନା କିଛି ବୁଝିପାରୁନ ? ଏ ଗାଁ ବାଲା, ଏ ପ୍ରଧାନ ଘର ସହ ଆଉ କେହି ଚଳିବନି... ତାଙ୍କୁ ଆମ ମହୁଲପଡ଼ା ଗାଁରୁ ନିଆଁ ପାଣି ବାସନ୍ଦ କରାଗଲା... ହଁ ମନେରଖ ଯିଏ ପ୍ରଧାନ ଘର ସହ କଥା ହେବ ସିଏ ୫ ହଜାର ଟଙ୍କା ଜରିମାନା ଦେବେ... ସେ କେମିତି ଚଳୁଛି ଏବେ ଚଳୁ.

 ଏମିତି କିଛି ଧମକ ମିଳିଛି ମଞ୍ଜୁବାଳା ପ୍ରଧାନଙ୍କ ପରିବାରକୁ । ଆଉ ଗାଁରୁ ନିଆଁ ପାଣି ବାସନ୍ଦ ହେବା ପରେ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଏମାନେ । କଙ୍ଗାରୁ କୋର୍ଟରେ ମହିଳାଙ୍କୁ ମିଳିଛି ନିର୍ଯାତନା । ଅଭିଯୋଗ ପରେ ବି ପୋଲିସ ନୀରବ ବସିଛି । ତେଣୁ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ମଞ୍ଜୁବାଳାଙ୍କ ପରିବାର ।

ନୟାଗଡ ଜିଲ୍ଲା ଫତେଗଡ ଥାନା ମହୁଲପଡ଼ା ଗ୍ରାମରୁ ଏମିତି ଏକ ଅଭିଯୋଗ ଆସିଛି । ଜାଗାବାଡିକୁ କେନ୍ଦ୍ର କରି ଏବେ ଏକ ଘରିଆ ଅଛନ୍ତି ଏମାନେ । ଅନେକ ସମୟରେ ମଞ୍ଜୁବାଳାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ ମଧ୍ୟ କରାଯାଉଛି । ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ଯୋଗାଇ ଦେଇଥିବା ୪ ଡିସିମିଲ ଜାଗାରେ ଘରକରି  ପରିବାର ରୁହନ୍ତି । ସେଠାରେ ଖାଲିପଡ଼ିଥିବା କିଛି ସରକାରୀ ଜାଗାରେ ସେ ଗଛ ଲଗାଇଛନ୍ତି । ସେହି ଗଛକୁ ନେଇ ଆଜି ଭୋଗିବାକୁ ପଡ଼ୁଛି ତାଙ୍କୁ ଦଣ୍ଡ । ଗାଁରେ କଙ୍ଗାରୁ କୋର୍ଟ ବସାଇ ମଞ୍ଜୁଙ୍କ ପରିବାରବର୍ଗଙ୍କୁ ଗାଁର ଭାଗିରଥ ନାୟକ, ଶରତ ନାୟକ, ଆନନ୍ଦ ସ୍ଵାଇଁ, ଓ କାର୍ତ୍ତିକ ପୁଷ୍ଟି ତାଗିଦ୍ କରିବା ସହ ଜରିମାନା ଦେବା ପାଇଁ କହିଛନ୍ତି ।

ପୋଲିସ ଠାରୁ ନ୍ୟାୟ ନପାଇ ପରିବାର ଲୋକ ନୟାଗଡ଼ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ । ହେଲେ ଏବେ ମଞ୍ଜୁଙ୍କ ପରିବାର ଅକଥନୀୟ ନିର୍ଯାତନା ଭୋଗୁଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now