Advertisment

Kangaroo Court: ୨ ଫୁଟ୍ ଜାଗା ପାଇଁ ଆଡିସନାଲ SPଙ୍କ ପରିବାର ଗାଁରୁ ବାସନ୍ଦ !

ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।

author-image
Satyendu Shekher Mishra
Family of Additional Superintendent of Police (ASP) Faces Ostracisation In Odisha’s Dhenkanal

Family of Additional Superintendent of Police (ASP) Faces Ostracisation In Odisha’s Dhenkanal

ମାତ୍ର ୨ ଫୁଟ୍ ଜାଗା ପାଇଁ ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଉଖମା ଗାଁରୁ ଆସିଛି ଏଭଳି ଅଭିଯୋଗ। ଥାନାରେ ଅଭିଯୋଗ ସତ୍ତ୍ୱେ ୧୧ ମାସ ଧରି ଖୋଦ୍ ଜଣେ ପୋଲିସ ଅଧିକାରୀଙ୍କ ପରିବାର ସାମାଜିକ ବ୍ୟାଧିର ଶିକାର ହେବା ଘଟଣା ଉଦବେଗ ସୃଷ୍ଟି କରିଥିଲା ବେଳେ, ଢେଙ୍କାନାଳ ଏସପି କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି।

Advertisment

ଅଧିକ ପଢନ୍ତୁ: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

ଗାଁ ମନ୍ଦିର ବନ୍ଦ, ଦୋକାନ ସଉଦା ବନ୍ଦ, ଟ୍ୟୁସନ୍ ପଢ଼ା ବନ୍ଦ, ଗାଁ ଲୋକଙ୍କ ସହ ମିଳାମିଶା ସବୁ ବନ୍ଦ । ଅଭିଯୋଗ ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଉଖମା ଗାଁର ୮୨ ବର୍ଷୀୟ ନିବାରଣ ବେହେରା ଓ ତାଙ୍କ ୪ ପୁଅଙ୍କୁ ପ୍ରାୟ ୧୧ ମାସ ଧରି ଏକ ଘରିକିଆ କରି ରଖିଛନ୍ତି ଗାଁ ଲୋକେ । ଘର ସାମ୍ନାରେ ଥିବା ନିଜ ଜାଗାରେ ନିବାରଣଙ୍କ ପରିବାର ଫୁଲଗଛ ଲଗାଇଥିଲେ ବି ଏଥିରୁ ପ୍ରାୟ ୨ ଫୁଟ୍ କୋଠ ରାସ୍ତାରେ ଥିବା କହି ଗାଁ କମିଟି ପରିବାରକୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି।

Advertisment

ସବୁଠୁ ବଡ଼ କଥା ହେଉଛି ଇଏ ପୁଣି ଜଣେ ପୋଲିସ୍ ଅଧିକାରୀଙ୍କ ପରିବାର। ନିବାରଣଙ୍କ ବଡ଼ପୁଅ ନିରଞ୍ଜନ ବେହେରା ବାଲେଶ୍ୱରରେ ଆଡିସନାଲ୍ ଏସପି । ଆଉ ଏଠି ମାତ୍ର ଦୁଇ ଫୁଟ୍ ଯାଗା ପାଇଁ ବାସନ୍ଦ ନିର୍ଯାତନା ଭୋଗୁଛନ୍ତି ତାଙ୍କ ପରିବାର।

ଏପଟେ ଗାଁ ଲୋକଙ୍କ ଅଭିଯୋଗ, ନିବାରଣଙ୍କ ପରିବାରରେ ପୋଲିସ ଅଫିସର ଥିବାରୁ ସେଇ ବଳରେ ସେମାନେ ଛୋଟ ଛୋଟ କଥାରେ ଧମକ ଚମକ ଦେଉଛନ୍ତି। ଏଥିସହ ବାସନ୍ଦ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ଗାଁ କମିଟି ସଭାପତି।

ନିବାରଣଙ୍କ ପରିବାର ଓ ଗାଁ ଲୋକଙ୍କ ଭିତରେ ଚାଲିଥିବା ବିବାଦକୁ ନେଇ ଦୁଇ ପକ୍ଷ ଥାନାରେ ଅଭିଯୋଗ ବି କରିଛନ୍ତି। ହେଲେ ଆଜିକା ଦିନରେ ଜଣେ ପୋଲିସ ଅଧିକାରୀଙ୍କ ପରିବାର ଯଦି ବାସନ୍ଦ ଭଳି ଘୃଣ୍ୟ ସାମାଜିକ ବ୍ୟାଧୀ ସହ ଜୁଝୁଛନ୍ତି, ତାହେଲେ ସାଧାରଣ ପରିବାର କଥା କଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏସପି କହିଛନ୍ତି ଉଭୟ ପକ୍ଷର ଅଭିଯୋଗ ଆଧାରରେ ବହୁବାର ବୁଝାମଣା ପାଇଁ ଉଦ୍ୟମ ହୋଇଛି। ଖୁବ୍‌ଶୀଘ୍ର ଉଭୟ ପକ୍ଷଙ୍କୁ ପୁଣି ଡାକି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ।

ଅଧିକ ପଢନ୍ତୁ: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

Kangaroo Court
Advertisment
Advertisment