Advertisment

Superstition : ପ୍ରେମ କଲେ ଠାକୁରାଣୀ ରାଗନ୍ତି, ହୁଏନି ବର୍ଷା

ପ୍ରେମ କଲେ ବୋଲି ମିଳିଲା ବଳଦ ଦଣ୍ଡ। କାନ୍ଧରେ ଜୁଆଳି ପକାଇ ଜୋରଜବରଦସ୍ତ ହଳ କରାଇଲେ ଗାଁ ଲୋକେ। କଙ୍ଗାରୁକୋର୍ଟର ଅଜବ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ। ଗୋଟିଏ ବଂଶର ହୋଇଥିବାରୁ ଗାଁ ଲୋକେ ଏଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡିଛି । ବିଲରେ ହଳ କରିବା ସହ ଗାଁରୁ ପ୍ରେମୀ ଯୁଗଳଙ୍କୁ ପୁରା ଗାଁରୁ ତଡି ଦେଲେ। ଯାହାକୁ ନେଇ ସଭ୍ୟ ସମାଜ ନିନ୍ଦା କରୁଥିବା ବେଳେ ପ୍ରଶାସନ କହିଛି ହେବ କାର୍ଯ୍ୟାନୁଷ୍ଠାନ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
punishment for love

punishment for love

ରାୟଗଡା: ପ୍ରେମ କଲେ ବୋଲି ମିଳିଲା କଡା ଦଣ୍ଡ। କଙ୍ଗାରୁକୋର୍ଟରେ ନିଷ୍ପତ୍ତି କ୍ରମେ ଉଭୟଙ୍କୁ ବଳଦ ଦଣ୍ଡ ମିଳିଛି। ଆଦିବାସୀ ପରମ୍ପରା ଅନୁସାରେ ସମ୍ପର୍କୀୟଙ୍କୁ ବିବାହ କରିବା ମନା । ତେଣୁ ବିଲରେ ହଳ କରିବା ପରେ ତଡ଼ା ଖାଇଛନ୍ତି ଉଭୟ। ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରୁ ଆସିଛି। ସୋସିଆଲ ମିଡିଆରେ ବି ଏହି ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ପିଉସୀ ଓ ପୁତୁରା। ଯାହାକୁ ବିରୋଧ କରିଥିଲେ ଗ୍ରାମବାସୀ। ତେଣୁ ନିଷ୍ପତ୍ତିକ୍ରମେ ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଉଭୟଙ୍ଗୋକ କାନ୍ଟିଧରେ ପଡିଥିଲା ଜୁଆଳି। ଜୁଆଳିର ଗୋଟିଏ ପଟେ ପୁଅ ଓ ଅନ୍ୟପଟେ ପୁଅ ରହିଥିଲା। ଉଭୟଙ୍କ ଅନିଛା ପରେ ବି ଧମକଚମକ ଦେଇ ହଳ କରିଥିଲେ ଗାଁ ଲେକେ। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । ହଠାତ ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖି ଥିଲେ। ଗତ ୯ ତାରିଖ ଦିନ ଉଭୟଙ୍କୁ ଗାଁ ଲୋକେ ଦେଖିବା ପରେ ଆରମ୍ଭ ହୋଥିଲା ତମ୍ବିତୋଫାନ। ଆଉ ଉଭୟ ପ୍ରେମିକ ଓ ପ୍ରେମିକା ଏହା ଜାଣିବା ପରେ ପାଖ ଜଙ୍ଗଲକୁ ଯାଇ ଭୟରେ ଲୁଚିଥିଲେ। ହେଲେ ଗାଁ ଲୋକେ ଯାଇ ଠାବ କରିବା ସହ ଗାଁକୁ ଆଣିଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ଏକ ବୈଠକ ବସି ଉଭୟଙ୍କୁ କଠୋର ଦଣ୍ଡ ଶୁଣାଇଥିଲେ। ତେବେ ଏହି ଦଣ୍ଡ  ପରମ୍ପରା ଅନୁସାରେ ହୋଇଥିବା ଗାଁର ୱାର୍ଡମେମ୍ବର ସ୍ୟାମଦର ମିଣିଆକା କହିଛନ୍ତି। ଆଇନ ଅନୁସାରେ ଏହା ହୋଇନଥିଲେ ମଧ୍ୟ ଆମ ପରମ୍ପରା ଅନୁସାରେ ହୋଇଥିବା କହିଛନ୍ତି ମିଣିକିଆ। 

Advertisment

ସେପଟେ ଗାଁର ଅନ୍ୟ ଜଣେ ବ୍ୟକ୍ତି ବିଶ୍ବନାଥ କୂର୍ଷିକା କହିଛନ୍ତି, ଏପରି ଦଣ୍ଡ ନଦେଲେ ଆମ ପାଁ କ୍ଷତି ହେବ। ଗାଁ ଠାକୁରାଣୀ ରାଗିବେ। ଆମର ପାପ ହେବ। ଏପରିକି ଭଲ ବର୍ଷା ହେବ ନାହିଁ ଫଳରେ ଚାଷ କାମରେ ବାଧା ହେବ। ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନିଆଗଲା। ଏହା କିଛି କଠୋର ଦଣ୍ଡ ନୁହେଁ ବୋଲି ସେ କହିଛନ୍ତି। ସେପଟେ ଗାଁ ଲୋକଙ୍କ ଏପରି ତାଲିବାନ୍ ଦଣ୍ଡକୁ ପ୍ରଶାସନିକ ଅଧିକାରୀ ନାପସନ୍ଦ କରିଛନ୍କତି। ଘଟଣାର ସତ୍ୟତାକୁ ତଦନ୍ତ କରି ଦୋଷୀ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା। ଖୁବଶୀଘ୍ର ସେହି ଗାଁକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି। 

ପୁରା ଘଟଣାକୁ ନେଇ ସମାଜସେବୀ ଜଗଦାନନ୍ଦ କହିଛନ୍ତି, ଆଇନକୁ ଲୋକେ ହାତକୁ ନେବା ଠିକ ନୁହେଁ। ଏଭଳି ହେଲେ ପିଲାଙ୍କ ମନରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବ । ସର୍ବସାଧାରଣରେ ଜଣଙ୍କୁ ନିନ୍ଦିତ କରିବାର ଅଧିକାର କାହାର ନାହିଁ। କଙ୍ଗାରୁକୋର୍ଟ ଆଜିର ଦିନରେ ଚାଲିବା ନିହାତି ଭାବରେ ଏକ ଲଜ୍ଜାଜନକ କଥା ବୋଲି ସେ କହିଛନ୍ତି।

Advertisment
Kangaroo Court Rayagada Kalyansinghpur
Advertisment
Related Articles
Advertisment