Advertisment

Journalist Assault Case: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ

ବଲାଙ୍ଗିରରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଅଭିଯୁକ୍ତ । ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ବଲାଙ୍ଗିର ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Journalist Assault Case

Journalist Assault Case

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ଖବର ସଂଗ୍ରହବେଳେ ବଲାଙ୍ଗିର ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯାଇଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଭୋର୍ ସମୟରେ ୨ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ ହୋଇଥିଲେ । 

Advertisment

ପରେ ପରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଥିବାବେଳେ ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛି ।

ଅଧିକ ପଢନ୍ତୁ : ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଅବକାରୀ ଅଧିକାରୀଙ୍କୁ କଲେ ଲହୁଲୁହାଣ

Advertisment
Kangaroo Court Balangir Journalist Attack
Advertisment
Related Articles
Advertisment