Advertisment

ବଳଦ ଦଣ୍ଡର ରିପିଟ୍; ସଂପର୍କୀୟଙ୍କୁ ପ୍ରେମ ବିବାହ ପାଇଁ କାନ୍ଧରେ ଜୁଆଳି ଲଗାଇ ହଳ କରେଇଲେ

ସମାନ ଦୃଶ୍ୟ, ସମାନ କାହାଣୀ । ଖାଲି ଜାଗା ଅଲଗା । ଏଠି ପ୍ରେମର ସଜ୍ଞା ଅଲଗା । ଏମାନଙ୍କ ମତରେ ପ୍ରେମ କରିବା ହେଉଛି ପାପ ଆଉ ଅପବିତ୍ର। ପାପ ପୁଣ୍ୟର ପ୍ରାୟଶ୍ଚିତ ଭିତରେ ଫସି ଯାଇଛନ୍ତି ଏ ପ୍ରେମୀ ଯୁଗଳ। ସମାଜର ଆଖିରେ ଏମାନେ ପାପୀ ଓ ଅପବିତ୍ର ।

author-image
Tanmay Kumar Mahalik
‘Kangaroo Court’

‘Kangaroo Court’

ପ୍ରେମ ପାଇଁ ବଡ଼ ଦଣ୍ଡ । ପୁଣି କାନ୍ଧରେ ଜୁଆଳି ପକାଇ ହଳ କଲେ ପ୍ରେମୀ ଯୁଗଳ । କିଛି ଦିନ ତଳେ ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଘଟଣାର ଘଟିଛି ପୁନରାବୃତ୍ତି । ଏବେ ଆଉ ଏକ କାହାଣୀ ଆସିଛି କୋରାପୁଟ ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତ ପେଦା ଇଟିଗି ଗାଁରୁ । ସମାନ ସାଙ୍ଗିଆ ଥାଇ ସଂପର୍କୀୟଙ୍କୁ ବାହା ହୋଇ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳଙ୍କୁ ଡାକି ଦିଆଯାଇଛି ବଳଦ ଦଣ୍ଡ ।

Advertisment

ସମାନ ଦୃଶ୍ୟ, ସମାନ କାହାଣୀ । ଖାଲି ଜାଗା ଅଲଗା । ଏଠି ପ୍ରେମର ସଜ୍ଞା ଅଲଗା । ଏମାନଙ୍କ ମତରେ ପ୍ରେମ କରିବା ହେଉଛି ପାପ ଆଉ ଅପବିତ୍ର। ପାପ ପୁଣ୍ୟର ପ୍ରାୟଶ୍ଚିତ ଭିତରେ ଫସି ଯାଇଛନ୍ତି ଏ ପ୍ରେମୀ ଯୁଗଳ। ସମାଜର ଆଖିରେ ଏମାନେ ପାପୀ ଓ ଅପବିତ୍ର । ଶୁଦ୍ଧୀକରଣ ପାଇଁ ତାଙ୍କ ଉପରେ ପକାଯାଉଛି ଗ୍ରାମଦେବତୀଙ୍କ ପବିତ୍ର ଜଳ। ଆଉ ଦଣ୍ଡ ପାଇଁ ସମସ୍ତଙ୍କ ଉପସ୍ଥିତିରେ କାନ୍ଧରେ ପଡିଛି ଜୁଆଳି । ଯଦିଓ କିଛି ସଂପ୍ରଦାୟରେ ଉଭୟଙ୍କୁ ଗାଁରୁ ବାସନ୍ଦ କରାଯିବାର ପରମ୍ପରା ରହିଛି ହେଲେ ଏଠି କିନ୍ତୁ ବାହାଘର ପରେ ପୁଅ ଘରେ ଉଭୟ ରହିପାରିବେ। କିଛିଦିନ ତଳେ ଆମେ ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍ କଞ୍ଜାମଯୋଡ଼ି ଗାଁର କଙ୍ଗାରୁକୋର୍ଟ କଥା ଦେଖାଇଥିଲୁ। ପିଉସୀ ସହ ପୁତୁରାର ପ୍ରେମ ସମ୍ପର୍କ ସାମ୍ନାକୁ ଆସିବା ପରେ ଗାଁ ମୁଖିଆ କଙ୍ଗାରୁକୋର୍ଟରେ ନେଇଥିଲେ ବଡ ନିଷ୍ପତ୍ତି। ସମସ୍ତଙ୍କ ସାମନାରେ କାନ୍ଧରେ ଜୁଆଳି ପକାଇ ବିଲରେ ହଳ କରିଥିଲେ। ଏବେ ସେଭଳି ସମାନ ଘଟଣା ଆସିଛି କୋରାପୁଟ ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତ ପେଦା ଇଟିଗି ଗାଁରେ।

ଉଭୟ ଯୁବକ ଯୁବତୀ ସଂପର୍କୀୟ ଭାଇ ଭଉଣୀ। ୨ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ। ସମାନ ସାଙ୍ଗିଆ ହୋଇଥିବାରୁ ତାଙ୍କ ପ୍ରେମକୁ ମାନ୍ୟତା ମିଳିବ ନାହିଁ କି ତାଙ୍କ ସମ୍ପ୍ରଦାୟ ଗ୍ରହଣ କରିବ ନାହିଁ ଜାଣିବା ପରେ ଲୁଚି କି ବାହା ହୋଇ ଉଭୟ ଆନ୍ଧ୍ର ପଳାଇଥିଲେ। ହେଲେ ପରେ ଦୁଇ ପରିବାର ଉଭୟଙ୍କୁ ଗାଁକୁ ଡାକିଥିଲେ। ଯଦି ସେମାନେ ନଆସିବେ ଗାଁର କ୍ଷତି ହେବ। ଗାଁରେ ବର୍ଷା ହେବନି, ଚାଷ ହେବନି, ଲୋକ ରେଗ ପୋକରେ ମରିଯିବେ। ତେଣୁ ପାପରୁ ପ୍ରାୟଶ୍ଚିତ ପାଇଁ ଦଣ୍ଡିତ ହେବାକୁ ପଡିବ। ନିୟମ ପାଳନ ନକଲେ ଗାଁରେ ସମସ୍ୟା ହେବ।

Advertisment

ଏହାପରେ ଉଭୟ ଯୁବକ-ଯୁବତୀ ଗାଁରେ ପହଞ୍ଚିବା ପରେ ଚାଲିଥିଲା ଏମିତି କିଛି କାର୍ଯ୍ୟକ୍ରମ।ଦୁଇ ଗାଁର ମୁଖିଆ ନିଜ ଗାଁରେ ଉଭୟଙ୍କ କାନ୍ଧରେ ଜୁଆଳି ପକାଇ ବୁଲାଇଥିଲେ।
ସର୍ବସମ୍ମୁଖରେ କିପରି ଦୁଇ ଜଣଙ୍କୁ ପାପୀ ବୋଲି ପ୍ରମାଣିତ କରାଯାଉଛି। ମୁହଁ ତଳକୁ କରି ଉଭୟ କାନ୍ଦୁଛନ୍ତି। ବେକରେ ଏକ ଶକ୍ତ ଜୁଆଳିର ବୋଝ।ଆଉ ଥଟା ତାମସା ଭିତରେ ଲଙ୍ଗଳ ଧରି ଆଗକୁ ବଢୁଛନ୍ତି। ପୂର୍ବ ପୁରୁଷରୁ କୁବି ସଂପ୍ରଦାୟ ଭିତରେ ଏଭଳି ଚାଲିଥିଲେ ବି କଣ ରୋକ୍ ଲଗାଯାଇ ପାରିବ ନାହିଁ। କଙ୍ଗାରୁ କୋର୍ଟ କରି ଦଣ୍ଡ ଦେବାକୁ ଏମାନେ କିଏ ? କେବେ ଦୂର ହେବ ଏଭଳି କୁପ୍ରଥା ?

Kangaroo Court Love Marriage Odisha Couple
Advertisment
Advertisment