• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଧା ଲଣ୍ଡା କଲେ, ଅଧା ନିଶ କାଟିଦେଲେ । ନିର୍ଧୁମ ପିଟିଲେ, ବେକରେ ଚପଲ ମାଳ ପିନ୍ଧାଇଲେ । ପରିସ୍ରା ପିଆଇଲେ, ଜିଭରେ ଜୋତା ସଫା କରିବାକୁ କହିଲେ। ଏକଥା ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଆପଣ ଭାବୁଥିବେ କେବଳ ଓଡ଼ିଶାରେ କଙ୍ଗାରୁ କୋର୍ଟରେ ଏଭଳି ଦଣ୍ଡ ଦିଆଯାଇଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ଓଡ଼ିଶାର ନୁହେଁ ବରଂ ଓଡ଼ିଶା ବାହାରର କାହାଣୀ ।

ମଧ୍ୟପ୍ରଦେଶର ଉଜୈନରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଜଣେ ବ୍ୟକ୍ତି ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଏଭଳି ଦଣ୍ଡ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଉ ଏହି ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।

ଆଉ ତୁରନ୍ତ ଘଟଣାର ତଦନ୍ତ ପାଇଁ ବାହାରିଥିଲା ପୋଲିସ । ହେଲେ ଏନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି କହଛି ପୋଲିସ । ଏମିତିକି ପୀଡ଼ିତ ବ୍ୟକ୍ତି ଜଣକ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇନାହାନ୍ତି । ତାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା ପୋଲିସ । ହେଲେ ସେ ତାଙ୍କ ଘରେ ନଥିବା କହିଥିଲେ । ପରେ ଦେଖା ହେବେ ବୋଲି ପୋଲିସକୁ ଜଣାଇଥିଲେ ପୀଡ଼ିତ ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତିଙ୍କୁ ଚପଲ ମାଳ ପିନ୍ଧାଇ ଜୋରଜବରଦସ୍ତ ଏକ ବୋତଲରେ କିଛି ପାନୀୟ ଦ୍ରବ୍ୟ ପିଆଯାଉଛି । ଯାହାକି ପରିସ୍ରା ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଏହା ଦେଖି ଚିତ୍କାର କରୁଛନ୍ତି ଆଉ ସେହି ଲୋକକୁ ପରିସ୍ରା ପିଇବା ପାଇଁ ବାଧ୍ୟ କରୁଛନ୍ତି । ଏହାସହ ଜଣେ ମହିଳା ମଧ୍ୟ ତାଙ୍କୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଇଏ ସେହି ମହିଳା ଯାହାଙ୍କୁ ବ୍ୟକ୍ତି ଜଣକ ଦୁର୍ବ୍ୟବହାର କରିଥିଲେ।

ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ପୀଡ଼ିତ ଜଣକ ହଳେ ଜୋତାକୁ ଜିଭରେ ଚାଟି ସଫା କରୁଛନ୍ତି । ଏହାସହ ଅନ୍ୟ ଜୋତା ମଧ୍ୟ ସେମିତି ସଫା କରିବାକୁ ତାଙ୍କୁ କୁହାଯାଉଛି । ସେଥିରେ ଜଣାପଡ଼ୁଛି ଯେ, ବ୍ୟକ୍ତିଙ୍କୁ ଅଧା ଲଣ୍ଡା କରାଯାଇଛି ଆଉ ତାଙ୍କର ଅଧା ନିଶ ମଧ୍ୟ କଟାଯାଇଛି । ବ୍ୟକ୍ତି ଜଣକ ବିଲଖେଡ଼ି ଗାଁର ବନ୍‌ଜାରା କମ୍ୟୁନିଟିର ବୋଲି ଜଣାପଡ଼ିଛି ।