ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ମନ୍ଦିର କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଛେଣ୍ଡିପଦା ସନ୍ତରାବନ୍ଧ ବନଦୁର୍ଗା ମନ୍ଦିର କୂଅ ଭିତରୁ ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ କେନ୍ଦୁପଶି ଗାଁର ଏବଂ ସେ ୨ ଦିନ ହେବ ମନ୍ଦିରରେ ଅଧିଆ ପଡ଼ିଥିଲେ ବୋଲି ସୂଚନା ମିଳିଛି। କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଛି।
ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଲୋକଙ୍କୁ ରାସ୍ତାରୋକରୁ ହଟାଇବା ପାଇଁ ପ୍ରୟାସ କରିଥିବା ବେଳେ ଆନ୍ଦୋଳନରତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନୁଗୁଳ: ଅନୁଗୁଳ ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିଲା। ଟ୍ରେଲରଟି ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡି ଯାଇ ଓଲଟି ପଡିଥିଲା। ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ […]
ଅନୁଗୁଳ: ଅନୁଗୁଳରେ ଜଘନ୍ୟ କାଣ୍ଡ। ନାଲକୋ ଥାନା ବଳରାମପ୍ରସାଦ ସ୍ଥିତ ବନବାସପୁରରେ ଘର ସହ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଦ୍ରୌପଦୀ ପ୍ରଧାନ। ସେ ହିନ୍ଦୋଳ ଅଞ୍ଚଳର ହୋଇଥିବା ବେଳେ ବନବାସପୁରରେ ଏକ କୁଡ଼ିଆ ଘରେ ରହି ମୂଲ ଲାଗି ଚଳୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ତାଙ୍କ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅାଜି ସକାଳୁ ଭସ୍ମୀଭୂତ କୁଡ଼ିଆ ଭିତରୁ ତାଙ୍କ ଦଗ୍ଧ ମୃତଦେହ ଉଦ୍ଧାର […]
ଅନୁଗୁଳ: ଆଜି୧୨ ଘଣ୍ଟିଆ ଅନୁଗୁଳ ବନ୍ଦ। ଏହି ବନ୍ଦ ଡାକରା ଦେଇଛି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି। ମୁଖ୍ୟତଃ ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ସହ ବସ୍ ଓ ରେଳ ଚଳାଚଳ ବନ୍ଦ କରାଯାଇଛି। ଏଥିସହ ସମସ୍ତ ଛକରେ ପିକେଟିଂ, ରାଲି, ଧାରଣା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନେଇଛି କମିଟି। ତାଳଚେରରେ ନିର୍ମିତ ମେଡିକାଲ କଲେଜ […]
ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇ ସମସ୍ତଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ପରେ ଆରମ୍ଭ କରିଥିଲେ ଲୁଟ୍। […]