Advertisment

Dacoity Attempt: ହାଇୱେ ଡକାୟତି ଯୋଜନା ଭଣ୍ଡୁର, ୮ ଜଣଙ୍କୁ ଗିରଫ କଲା ପୋଲିସ

ପୋଲିସକୁ ଦେଖି ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ଜଗି ରହି ହାଟ ଛକ ନିକଟରେ ସମସ୍ତ ୮ ଜଣଙ୍କୁ କାବୁ କରିଥିଲା ପୋଲିସ। ସେମାନଙ୍କ ପାଖରୁ ସ୍କର୍ପିଓ ଓ ଥର୍ ଗାଡ଼ି ସହ ୪ଟି ଦେଶୀ ପିସ୍ତଲ, ଗୁଳି, ଚାପଡ୍, ମୋବାଇଲ୍ ଓ ୭ ହଜାର ଟଙ୍କା ଜବତ ହୋଇଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
police

police

ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କଲା ପୋଲିସ। ନାଇଟ୍ ପାଟ୍ରୋଲିଂ ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ୮ ଡକାୟତ। ଅନୁଗୁଳ ଟାଉନ ଥାନା ପୋଲିସ ରାତି ପାଟ୍ରୋଲିଂ ବେଳେ ଖବର ପାଇଥିଲା ଯେ କିଛି ଯୁବକ ହେମସୁରପଡା ଛକ ନିକଟରେ ଅପରାଧ ପାଇଁ ଯୋଜନା କରୁଛନ୍ତି । କିଛି ଲୋକ ଏହି ୮ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଦେଖିଥିଲେ। ପରେ ପୋଲିସ ପହଞ୍ଚିଥିଲା ।  ପୋଲିସକୁ ଦେଖି ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ଜଗି ରହି ହାଟ ଛକ ନିକଟରେ ସମସ୍ତ ୮ ଜଣଙ୍କୁ କାବୁ କରିଥିଲା ପୋଲିସ। ସେମାନଙ୍କ ପାଖରୁ ସ୍କର୍ପିଓ ଓ ଥର୍ ଗାଡ଼ି ସହ ୪ଟି ଦେଶୀ ପିସ୍ତଲ, ଗୁଳି, ଚାପଡ୍, ମୋବାଇଲ୍ ଓ ୭ ହଜାର ଟଙ୍କା ଜବତ ହୋଇଛି। 

Advertisment

ଗତ କିଛି ଦିନ ହେବ ହାଇୱେରେ ଡକାୟତି କରାଯାଉଥିବା ସଂପର୍କରେ ଅଭିଯୋଗ ହୋଇଆସୁଥିଲା । ବିଶେଷ କରି ରାତିରେ ଏହି ଡକାୟତମାନେ ଡକାୟତି କରୁଥିଲେ । ଗତକାଲି ରାତିରେ ପୋଲିସକୁ ଖବର ମିଳିଥିଲା ଯେ କେତେଜଣ ସନ୍ଦିଗ୍ଧ ହାଇୱେରେ ବୁଲୁଥିଲେ । ସେମାନଙ୍କ ପାଖରେ ହାତହତିଆର ଥିଲା । ଗିରଫ ହୋଇଥିବା ଡକାୟତମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜେଲ୍ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ମୋବାଇଲରେ ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

Police Angul Dacoity Gang
Advertisment
Advertisment