ବାବୁଙ୍କ ଘରେ ପୁଳାପୁଳା ସୁନା । ବିଛେଇ ହୋଇଛି ବଣ୍ଡଲ ବଣ୍ଡଲ ୫ ଶହ ଟଙ୍କିଆ ନୋଟ୍ । ଯନ୍ତ୍ରୀଙ୍କୁ ଘାରିଥିଲା ସଂପତ୍ତି ନିଶା । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ସରକାରୀ ବାସଭବନ ସହ ପୈତୃକ ଘରେ ମଧ୍ୟ ଚାଲିଛି ଚଢ଼ାଉ । ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍ ଏବଂ ପୁଳାପୁଳା ସୁନା ।
Published By: Santosh Kumar Sahoo
Last updated: 16 April 2025, 04:33 PM IST
ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠେ। ପରସ୍ପର ୪ ବର୍ଷ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ଗୋଟିଏ ଛାତ ତଳେ କାଟନ୍ତି। କିନ୍ତ ସେମାନଙ୍କ ଏହି ପ୍ରେମ କାହାଣୀରେ ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ଆସନ୍ତି, ସେତେବେଳେ ସେ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଚାଲିଯାଆନ୍ତି।