/odishatv-khabar/media/media_files/2025/12/07/labour-card-scam-2025-12-07-12-06-16.jpg)
Labour Card Scam Photograph: (OTV)
ଅନୁଗୁଳରେ ଚାଲିଛି ଲେବର କାର୍ଡ ରାକେଟ। ଏମାନଙ୍କ ଟାର୍ଗେଟରେ ଗାଁ ଗହଳିର ନିରୀହ ଶ୍ରମିକ। ଶ୍ରମ କାର୍ଡ କରାଇଦେବା ବାହାନାରେ ଲୁଟୁଛନ୍ତି। ଏଭଳି ଏକ ରାକେଟ ବିଷୟରେ ଖବର ପାଇଁ ସେଠାରେ ପହଞ୍ଚିଥିଲା ଓଟିଭି ଟିମ୍। ଗଣମାଧ୍ୟମକୁ ଦେଖିବା ମାତ୍ରେ ଯେଝା ବାଟରେ ଯେଝା ଛୁ ମାରିଛନ୍ତି। ଏପଟେ ଲେବର କାର୍ଡ ପାଇଁ ଆସିଥିବା ଲୋକଙ୍କ ଅଭିଯୋଗ, ଲେବର କାର୍ଡ କରାଇଦେବାକୁ ଏମାନେ ୧୬ଶହରୁ ୧୮ଶହ ଟଙ୍କା ଦାବି କରୁଛନ୍ତି। ନାଁ ପଞ୍ଜୀକରଣ ବେଳେ ୨୦୦ ଟଙ୍କା ନେଇଛନ୍ତି। ଆଉ କାର୍ଡ କରାଇଦେବା ପରେ ବାକି ଟଙ୍କା ନେଇଥାନ୍ତେ ବୋଲି ଲୋକେ କହିଛନ୍ତି।
ତେବେ କେମିତି ଚାଲୁଛି ଲେବର ଅଫିସର ନାକ ତଳେ ଏ ରାକେଟ୍। କିଏ ଏହା ପଛର ମାଷ୍ଟରମାଇଣ୍ଡ। ପ୍ରଶ୍ନ ଉଠୁଛି ଶ୍ରମ କାର୍ଯ୍ୟାଳୟ ଅଧିକାରୀ, ଟ୍ରେଡ୍ ୟୁନିଅନ୍ ଓ ଏଜେଣ୍ଟଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କି ଏହି ରାକେଟ୍? ଲୋକଙ୍କ କହିବା ଅନୁସାରେ କିଛି ଲୋକ ପ୍ରଥମେ ଗାଁକୁ ଆସୁଛନ୍ତି। ୨୦୦ ଟଙ୍କା ନେଇ ଲେବର କାର୍ଡ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରାଉଛନ୍ତି। ପରେ ଭେରିଫିକେସନ ପାଇଁ ଲେବର ଅଫିସ ନ ଯାଇ ନିଜ ପସନ୍ଦର ଶୂନଶାନ୍ ଜାଗାକୁ ଡାକୁଛନ୍ତି। ନିଜକୁ ଲେବର ଅଫିସ କର୍ମଚାରୀ କହି ଡକ୍ୟୁମେଣ୍ଟ ଭେରିଫିକେସନ ବି କରାଉଛନ୍ତି।
ତେବେ ଘଟଣା ସଂପର୍କରେ ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏମିତି କିଛି କରାଯାଇନି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରୁ ଶୁଣି ଖୁବ୍ଶୀଘ୍ର ଏହାର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଅନୁଗୁଳ ଜିଲ୍ଲାରେ କେବେଠୁ ଚାଲିଛି ଏ ଲେବର କାର୍ଡ ରାକେଟ୍। କେମିତି ଜାଣିପାରୁନି ଶ୍ରମ ବିଭାଗ ନା ସବୁ ଜାଣି ଅଜଣା ଚାଉଳର ଭାତ ଖାଉଛନ୍ତି ଅଧିକାରୀ।
Soil Used in Road Work: ପି.ସି ପ୍ରବଳ, କାମ ଦୁର୍ବଳ... ଧାରଣାରେ ବସିଲେ ପୂର୍ବତନ ସାଂସଦ

Putin’s Royal Veg Menu: ଭାରତ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇଲେ ପୁଟିନ୍, ଜାଣନ୍ତୁ କ’ଣ ଖାଇଲେ...

Upcoming Barabati T20 cricket match: ଦିନକ ପରେ ବାରବାଟୀ T20, ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି

Teachers Stages Protest: ଜିଦ୍ ହଟୁନି କି ଗର୍ଜନ ଥମୁନି; ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)