/odishatv-khabar/media/post_attachments/uploadimage/library/16_9/16_9_0/Accident_1749996031.jpg)
Accident
ଅନୁଗୁଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ ହଣ୍ଡପା ନିକଟରେ ଏକ କାର ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ୱାଳ, ଝିଅ ଅମିତା ବିଶ୍ୱାଳ ଓ ନାତୁଣୀ ଏକ କାରରେ ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଆଗରେ ଥିବା ଚଳନ୍ତା କାରକୁ ପଛରୁ ଧକ୍କା ଦେଇଥିଲା ଦ୍ରୁତଗତିରେ ଥିବା ଏହି କାର୍ ।
ଆଗ କାରଟି କୌଣସି କାରଣବଶତଃ ହଠାତ୍ ବ୍ରେକ ଦେବାରୁ ପଛ କାର ତାକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆଘାତପ୍ରାପ୍ତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ବିପଦମୁକ୍ତ ଥିବାର ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ଆଗରେ ଥିବା କାରରେ ସେହି ସମୟରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଥିଲେ । ସେମାନେ ଭୁବନେଶ୍ୱର ଫେରୁଥିଲେ । ଏହି ଦୁର୍ଘଟଣାରେ ଦୁଇଟିଯାକ କାର୍ କ୍ଷତିଗ୍ରସ୍ତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)