Advertisment

Morgue Struggles: ଗାଁରେ ଚିତ୍କାର କରୁଛି ଶବ! ସବୁ ଜାଣି ଚୁପ୍ ପ୍ରଶାସନ

ସଡ଼କ ଦୁର୍ଘଟଣା ହେଉ କି କୌଣସି ଅଘଟଣ, ଏଠି ଏଇମିତି କଟେ ପରିବାର ଓ ସମ୍ପର୍କୀୟଙ୍କ ଦିନ । ନିଜ ଲୋକର ମୃତଦେହ ପାଇଁ ଅପେକ୍ଷା କରିବାକୁ ପଡ଼େ ୨୪ରୁ ୪୮ ଘଣ୍ଟା ।

author-image
Chinmayee Sahoo
Post-Mortem-Room

Post-Mortem-Room Photograph: (OTV)

ଗାଁରେ ଚିତ୍କାର କରୁଛି ଶବ । ସବୁ ଜାଣି ଚୁପ୍ ପ୍ରଶାସନ । ହଟହଟ୍ଟା ଲୋକେ, ବାରଣ୍ଡାରେ କଟୁଛି ଦିନ । ସଡ଼କ ଦୁର୍ଘଟଣା ହେଉ କି କୌଣସି ଅଘଟଣ, ଏଠି ଏଇମିତି କଟେ ପରିବାର ଓ ସମ୍ପର୍କୀୟଙ୍କ ଦିନ । ନିଜ ଲୋକର ମୃତଦେହ ପାଇଁ ଅପେକ୍ଷା କରିବାକୁ ପଡ଼େ ୨୪ରୁ ୪୮ ଘଣ୍ଟା । ଏଭଳି ନିତିଦିନିଆ ଘଟଣା ଘଟେ ପାଲଲହଡ଼ା ଉପଖଣ୍ଡରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ । 
ଏହାରି ଉପର ନିର୍ଭର କରନ୍ତି ୭୦ରୁ ଅଧିକ ପଞ୍ଚାୟତବାସୀ । ଏଠି ଲୋକଙ୍କ ସୁବିଧା ପାଇଁ ଅଧିକ ଶବ ବ୍ୟବଚ୍ଛେଦ ଗୃହ କି ଡାକ୍ତରଙ୍କ ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି । କୌଣସି ଦୁର୍ଘଟଣା କିମ୍ବା ଅକାଳରେ କାହାର ମୃତ୍ୟୁ ହେଲେ ଶବ ବ୍ୟବଚ୍ଛେଦ ପାଇଁ ଗୋଟିଏରୁ ଦୁଇ ଦିନ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । 
ଗୋଟିଏ ଶବ ବ୍ୟବଚ୍ଛେଦ ଗୃହ ଉପରେ ନିର୍ଭର କରୁଛନ୍ତି ୫ ଲକ୍ଷରୁ ଅଧିକ ଲୋକ । ଡାକ୍ତର ମାନଙ୍କ ଉପରେ କାମର ଅଧିକ ଚାପ ହେଉ କି କର୍ମରେ ଅବହେଳା, ମୃତଦେହ ବ୍ୟବଚ୍ଛେଦ ଓ ସ୍ବାସ୍ଥ୍ୟ ସେବା ପାଇବାରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଅନ୍ୟପଟେ ପ୍ରତ୍ୟେକ ଦିନ ଏଠାରେ ଗୋଟିଏରୁ ୫ଟି ଶବ ବ୍ୟବଚ୍ଛେଦ କରାଯାଥିବା ଜଣାପଡ଼ିଛି । ତେବେ ଏ ନେଇ ଉପଜିଲ୍ଲପାଳ କହିଛନ୍ତି, ଘଟଣା ବିଷୟରେ ସେ ଅବଗତ ଅଛନ୍ତି । କିନ୍ତୁ ସେଠାରେ କେମିତି ବ୍ୟବଚ୍ଛେଦ ଚାଲିଛି ତାକୁ ତଦନ୍ତ କରିବାକୁ ଏକ ଟିମ୍ ପଠାଇବେ ଓ ସମସ୍ୟାର ସମାଧାନ କରିବେ ।
ପ୍ରଶାସନ ଅବହେଳାରେ ନିରୁପାୟ ସ୍ଥାନୀୟ ଲୋକେ । ଲୋକଙ୍କ ଏହି ସମସ୍ୟାର ସମାଧାନ କେବେ ହେବ ଓ ୭୦ରୁ ଅଧିକ ପଞ୍ଚାୟତବାସୀ କେବେ ଉପଯୁକ୍ତ ସୁବିଧା ପାଇବେ ତାକୁ ହିଁ ଅପେକ୍ଷା ।

Advertisment

ଅଧିକ ଦେଖନ୍ତୁ:

Angul
Advertisment
Related Articles
Advertisment