/odishatv-khabar/media/media_files/2025/10/09/angul-village-problem-2025-10-09-12-48-55.jpg)
Angul-Village-Problem Photograph: (OTV)
ଅନୁଗୁଳ(Angul) ର ଅନ୍ଧାରୀ ଗାଁ । ସରକାର ବିକାଶର ସୁନେଲି କିରଣ ବିଞ୍ଚନ୍ତି, କିନ୍ତୁ ପ୍ରଶାସନ ଢ଼ାଙ୍କିଦିଏ ଅବହେଳାର ଛାୟା । ସାରା ରାଜ୍ୟ ପାଇଁ ତିଆରି ହୁଏ ଯୋଜନା ହେଲେ ସାବତପୁଅ ସାଜେ ବେତର ଗାଁ । ବିପଦର ଝୁଲ ଏଠି ସବୁବେଳେ ଝୁଲୁଥାଏ । ମୃତ୍ୟୁ ଛକି ବସି ଲୋକଙ୍କ ବାଟ ଜଗେ । କିନ୍ତୁ ପ୍ରଶାସନ ଶୋଇପଡ଼େ ନିଘୋଡ଼ ନିଦରେ ।
ଏହା ଏମିତି ଗାଁ। ଯେଉଁଠି ନିଇତି ମରିମରି ବଞ୍ଚେ ମଣିଷ । କିଏ କହେ ଅଭିଶାପ, ତ ପୁଣି କିଏ କହେ ଇଏ ବୋଧହୁଏ ଭାଗ୍ୟ । ପାଦେ ପାଦେରେ ଭୟ ଏଠି । ମୃତ୍ୟୁ ବି ସବୁବେଳେ ଛକି ବସିଥାଏ । ଜଙ୍ଗଲୀ ହାତୀ ଆଉ ରୋଗକୁ ଯେମିତି ଏଠି ଜୀବନ ନେବାକୁ କେବଳ ସୁଯୋଗ ଖୋଜୁଥା’ନ୍ତି । ଆଉ ପ୍ରଶାସନର ଅବହେଳା ଯୋଗୁ ପହଞ୍ଚିପାରିନି ଏଠି ସରକାରୀ ସୁବିଧା । ନା ଏ ଗାଁକୁ ରାସ୍ତା ଅଛି । ନାଁ ପିଲାଙ୍କ ପାଇଁ ଭଲ ସ୍କୁଲଟିଏ । ଅନ୍ୟ ସରକାରରୀ ସୁବିଧା କହିବା କଥା ତ ନକହିବା ଭଲ । କାରଣ ନା ଏଠି ପାନୀୟ ଜଳର ସୁବିଧା ଅଛି ନା ସ୍ଵାସ୍ଥ୍ୟସେବା । ଗାଁରେ କାହାର ଦେହ ଖରାପ ହେଲେ ପ୍ରଥମେ ଖଟିଆ ଖୋଜାପଡେ ।
ଇଏ ହେଉଛି ଅନୁଗୁଳ ଜିଲ୍ଲା ସରଧାପୁର ପଞ୍ଚାୟତ ବେତର ଗାଁର ଦୃଶ୍ୟ । ଏଠି ୪୫ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରନ୍ତି । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଗାଁ ଭିତରକୁ ଗାଡ଼ି କି ଆମ୍ବୁଲାନ୍ସଟିଏ ଯାଇପାରେନି । ତେଣୁ ୪ରୁ ୫ କିଲୋମିଟର ଜଙ୍ଗଲି କାଦୁଅ ପଚପଚ୍ ରାସ୍ତାରେ ଲୋକଙ୍କୁ ଯିବାକୁପଡ଼େ । ଆଉ ସ୍କୁଲ ଘରେ ପଡ଼ିଥିବା ଏ ଚାବିର କଳଙ୍କିକୁ ଦେଖି ଆପଣ ସବୁକିଛି ବେଶ୍ ଅନୁମାନ କରିପାରୁଥିବେ । ଏ ଗାଁର ଲୋକ ମୂଲ ଲାଗିଲେ ପେଟକୁ ଦି ମୁଠା ଦାନା ଯୋଗାଡ କରନ୍ତି । ହେଲେ ଚାଷ ବାସରେ ଦାଉ ସାଜେ ହାତୀ । ତା’ ପରେ କାନ୍ଧରେ ବୋହି ଭଗବାନଙ୍କୁ ଭରସା କରି ୨୦ରୁ ୨୫ କିଲୋମିଟର ଯିବାକୁ ପଡେ ବୋଲି କହିଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)