‘ଏକ ଦେଶ ଏକ ନିର୍ବାଚନ’ ଭାରତ ପାଇଁ ବିଶେଷ ଭାବେ ଫଳପ୍ରଦ ହେବ। ଏକ ସମୟରେ ନିର୍ବାଚନ ହେଲେ ରାଜ୍ୟର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷମତା ହ୍ରାସ ହେବ ନାହିଁ। ବରଂ ଏପରି ହେଲେ ଦେଶ ଓ ରାଜ୍ୟ ଆର୍ଥିକଭାବେ ସୁଦୃଢ଼ ହୋଇପାରିବ। ଏହା ଦ୍ବାରା ବାରମ୍ବାର ନିର୍ବାଚନ ଜନିତ ଖର୍ଚ୍ଚକୁ କମାଇ ଦିଆଯାଇପାରିବ। ଏହା ଫଳରେ ଦେଶର ତଥା ସାଧାରଣ ଲୋକଙ୍କ ଲାଭ ହେବ।
୨୪ ବର୍ଷର ନିରବଛିନ୍ନ ସରକାରକୁ ପ୍ରତ୍ୟାଖ୍ୟାନ କରି ଲୋକେ ବିକଳ୍ପ ବାଛିଲେ । ଏବେ ‘ବିକଳ୍ପ ସରକାର’ ପୂର୍ବ ସରକାରଙ୍କ ସେହି ରାସ୍ତା ଠାରୁ ଭିନ୍ନତାର ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାର ସମୟ ଆସିଛି l
ଆସନ୍ତୁ ଜାଣିବା କେମିତି ଓ କାହିଁକି ପିତାମହ ବ୍ରହ୍ମାଙ୍କ କଥାରେ ଶେଷନାଗ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କଲେ ଓ କେମିତି ବାସୁକୀନାଗ ଖୋଜି ପାଇଲେ ନିଜ ମାଆଙ୍କ ଅଭିଶାପରୁ ସମଗ୍ର ସର୍ପ କୂଳକୁ ବଞ୍ଚାଇବାର ବାଟ।
ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।
ଜାଣନ୍ତୁ ବିପର୍ଯ୍ୟୟ ପର୍ଯ୍ୟଟନ କ’ଣ? ବିପଜ୍ଜନକ ସମୟରେ କାହିଁକି ବା କେହି ବୁଲିବାକୁ ଚାହାଁନ୍ତି? ଲୋକମାନେ ବିପର୍ଯ୍ୟୟର ନିକଟତର ହେବାକୁ କାହିଁକି ଆସନ୍ତି? ଏବଂ ଏମିତି ବୁଲିବା ପୂର୍ବରୁ ସେମାନେ କ’ଣ ସବୁ ଚିନ୍ତା କରିବା ଉଚିତ୍?
ଆନ୍ତର୍ଜାତିକ କ୍ରିକେଟ୍ରେ ଚମକ ହରାଉଛନ୍ତି ଭାରତୀୟ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍?
ସାପ ଓ ଗରୁଡ଼ଙ୍କ ଜନ୍ମ ଏବଂ ଶତ୍ରୁତାର କାହାଣୀ l ସାପମାନଙ୍କ ଜିଭ କଟି ଦୁଇକେନା ହେବାର ରହସ୍ୟ l
ସ୍ତନ କର୍କଟ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। । ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଚ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି ଜାଣିବା।
ପିଲାଙ୍କ ଠାରେ ଦେଖାଯାଉଥିବା ଏହି ୧୦ଟି ପ୍ରାରମ୍ଭିକ ଲକ୍ଷଣରୁ ଆପଣ ଜାଣିପାରିବେ ଆନ୍ଜାଇଟି ଆରମ୍ଭ ହେଉଛି ବୋଲି ଓ ଏହାକୁ ସମାଧାନ କରିବାର ୧୦ଟି ଉପାୟ ।
ଆମେ ବାସ୍ତୁର ଅନେକ ନିୟମମାନ ଜାଣିଲେଣି ଏବଂ ବ୍ୟବହାର ବିଷୟରେ ମଧ୍ୟ ବହୁତ ଅବଗତ ହୋଇ ନିର୍ମାଣ ମଧ୍ୟ କଲେଣି। କିନ୍ତୁ ବହୁତ ଲୋକମାନେ ଗୃହନିର୍ମାଣ କରିସାରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତୁଶାସ୍ତ୍ର ପ୍ରତି ଅବଗତ ହେଲା ପରେ ଚିନ୍ତାରେ ପଡ଼ିଯାଇଛନ୍ତି…
ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡଚଣାରେ ବାଣ ମାରିବାର ଚାରିଦିନ ପରେ, ଚିହିଁକି ଉଠିଲେ ବିଜେଡି ନେତା……
ପିଆଜ ଦେଖିଲେ ଝରୁଛି ଲୁହ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ହନ୍ତସନ୍ତ ଖାଉଟି । କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ୍। ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ହେଉଛି ଆକାଶ ଛୁଆଁ...।
ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?
ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା ଦେଶରେ କମ୍ପନ ସୃଷ୍ଟି କରିଛି ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍କୁ ଆହୁରି ଆଠ ମାସ ବାକି ଥିବା ବେଳେ ଏବେ ଠାରୁ କିଏ ଫାଇନାଲ୍କୁ ଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଦମ୍ଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ’ଣ କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପହଞ୍ଚିପାରିବ? ରୋହିତ ସେନା କ’ଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ?
(ଡ.ପାର୍ଥଜିତ ଦାସ ଓ ପ୍ରତୀକ୍ଷା ମିଶ୍ରଙ୍କ ବିଶ୍ଳେଷଣ) ମୌଳିକ ଶିକ୍ଷା କହିଲେ, ଗୋଟେ ପିଲାର ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଓ ବିକାଶକୁ ବୁଝାଏ। ଯାହା ସାଧାରଣତଃ ତିନି ବର୍ଷର ଆଦ୍ୟଶୈଶବ ଶିକ୍ଷା ଓ ଦୁଇ ବର୍ଷର ପ୍ରାଥମିକ ଶିକ୍ଷା ଦ୍ୱାରା ପରିପୂର୍ଣ୍ଣ ହୁଏ। ଯେହେତୁ ଅନେକ ପିଲାଙ୍କ ପାଇଁ ଉପଯୁକ୍ତ ଶିକ୍ଷା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଇଥାଏ, ପିଲାମାନଙ୍କୁ ଏହି ମୌଳିକ ଦକ୍ଷତା ଗୁଡିକରେ ପାରଙ୍ଗମ ହେବା ପାଇଁ ତିନିବର୍ଷ ଲାଗିଥାଏ।
ଏବେ ପୁଣି ବାମହାତି ମିଡିଅମ୍ ପେସର୍ ଯଶ ଦୟାଲ୍ଙ୍କୁ ନେଇ ବେଶ୍ ଚର୍ଚ୍ଚା। ଘରୋଇ କ୍ରିକେଟ୍ ହେଉ ବା ଆଇପିଏଲ୍ ୨୦୨୪ - ଯଶ ପ୍ରମାଣିତ କରିଛନ୍ତି ଯେ ତାଙ୍କ ଭିତରେ ପ୍ରତିଭା ଅଛି ଏବଂ ସେ ଜାତୀୟ ଟିମ୍ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ଜନସାଧାରଣଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ।
ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।
ନାରୀର ସିନ୍ଦୁରରେ ପୁରୁଷର ଭାଗ୍ୟ ରହିଛି। ଭାରତୀୟ ସଂସ୍କୃତିର ନୀତି ନୀୟମରେ ଦୁଇଟି ଅଜଣା ଆତ୍ମା ଗୋଟିଏ ହେବାର ପ୍ରଥାର ନାମ ହେଉଛି ବିବାହ। ବିବାହ ହେଉଛି ଏକ ସାମାଜିକ ସ୍ୱୀକୃତି। ବିବାହ ପୁରୁଷକୁ ପରିପକ୍ୱ କରାଏ ଆଉ ନାରୀକୁ ପୂର୍ଣ୍ଣତା ଦିଏ।
ଓଡିଶାର ସର୍ବପୁରାତନ ଦେଢଶହ ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିତର୍କର ଆହ୍ୱାନ ଦେବା ପରେ ପ୍ରତିବାଦର ନିଆଁ ପ୍ରତିଫଳିତ ହୋଇଛି! ମହୁଫେଣାକୁ ଟେକା ଟିଏ ଫିଙ୍ଗିଲା ମାତ୍ରେ ଭଁ ଭଁ ହୋଇ ମହୁମାଛି ଚାରିଆଡେ ଛାଇଗଲା ଭଳି ଅଚାନକ ଝଡ ସୃଷ୍ଟି ହୋଇଛି ।
ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।
ପୋଷଣ ବା ନ୍ୟୁଟ୍ରିସନ୍ କହିଲେ ଆପଣ କ’ଣ ବୁଝନ୍ତି। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟସାରଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ କରିବା ଓ ତାହା ଆମ ଶରୀର ଦ୍ୱାରା ଶୋଷିତ ହେବା ପ୍ରକ୍ରିୟାକୁ ପୋଷଣ କୁହାଯାଏ। ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଆମର ପୋଷଣ ଠିକ୍ ରଖିବା ସହ ଆମକୁ ନିରୋଗ ରଖେ।
ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !