/odishatv-khabar/media/media_files/2025/12/21/murder-2025-12-21-19-37-04.jpg)
Murder Photograph: (OTV)
ବାକି ଥିବା ଘର ଭଡ଼ା ଟଙ୍କା ମାଗିବାରୁ ଘର ମାଲିକଙ୍କୁ ଜୀବନରୁ ମାରିଦିଆଗଲା। ତାଙ୍କ ଶରୀରକୁ ପିସ୍ ପିସ୍ କରି କାଟିଦେଲେ ଭଡ଼ାଟିଆ ଦମ୍ପତି। ମାଂସ ଖଣ୍ଡକୁ ସୁଟକେସ୍ ଭିତରେ ଭର୍ତ୍ତି କରି ଖଟ ତଳେ ଲୁଚାଇ ଦେଲେ। ସଭ୍ୟ ସମାଜରେ ଏମିତି ଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠିବ। କିନ୍ତୁ ଏକଥା ବିଶ୍ବାସ ନହେଲେ ବି ସତ। ଏମିତି କାଣ୍ଡ ଗାଜିଆବାଦର ରାଜନଗର ଏକ୍ସଟେନସନରେ ଥିବା "ଅରା ଚିମେରା" ସୋସାଇଟିରେ ଘଟିଛି।
ଏଇଠୁ ଆରମ୍ଭ ବିବାଦ
ସୋସାଇଟିରେ ରହୁଥିବା ଭଡ଼ାଟିଆ ଅଜୟ ଗୁପ୍ତା ଏବଂ ତାଙ୍କ ପତ୍ନୀ ଆକୃତି ଛଅ ମାସର ଭଡ଼ା ଦେଇନଥିଲେ। ଗଲା ୧୭ ତାରିଖ ଅପରାହ୍ନର ଘଟଣା। ତାଙ୍କ ଘର ମାଲିକାଣୀ ଦୀପଶିଖା ଶର୍ମା ଏହି ବାକି ଟଙ୍କା ମାଗିବାକୁ ଭଡ଼ାଟିଆ ଅଜୟଙ୍କ ଫ୍ଲାଟରେ ପହଞ୍ଚନ୍ତି। ଟଙ୍କାକୁ ନେଇ ସେଠାରେ କଥା କଟାକଟି ହୁଏ। ବିବାଦ ଏତେ ମାତ୍ରାରେ ଉଗ୍ର ରୂପ ନିଏ ଯେ ଦମ୍ପତି ଘର ମାଲିକାଣୀଙ୍କୁ ଘର ଭିତରେ ଗଳାକାଟି ହତ୍ୟା କରିଥିଲେ।
ଲାଲ ସୁଟକେସରେ ମାଂସ ଟୁକୁଡ଼ା
ଶବକୁ ଗାଏବ କରିବାକୁ ରଚାଯାଏ ବଡ଼ ଷଡ଼ଯନ୍ତ୍ର। ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ଲାଲ ରଙ୍ଗର ସୁଟକେସ୍ରେ ଭର୍ତ୍ତି କରି ଦିଆଯାଇଥିଲା। ଆଉ ଏହି ମାଂସ ଭର୍ତ୍ତି ସୁଟକେସକୁ ଖଟ ତଳେ ଲୁଚାଇ ଦେଇଥିଲେ ଦମ୍ପତି। ସୁଯୋଗ ପାଇବା ମାତ୍ରେ ସୁଟକେସକୁ ଘର ବାହାର କରିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର ସଫଳ ହେବା ପୂର୍ବରୁ ପୂରା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଗଲା।
ସାକ୍ଷୀ ସିସିଟିଭି କ୍ୟାମେରା
ଦୀପଶିଖା ବିଳମ୍ବିତ ରାତିରେ ଘରକୁ ଫେରି ନଥିଲେ। ତାଙ୍କ ସ୍ୱାମୀ ଉମେଶ ଶର୍ମା ଏବଂ ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ଅନ୍ଧାର ରାତିରେ ପତ୍ତା ମିଳିଲା ନାହିଁ। ସୋସାଇଟିର ସିସିଟିଭି ଫୁଟେଜ୍ ଯାଞ୍ଚ କଲେ। ଏହି ଫୁଟେଜରୁ ଯାହା ଦେଖିଲେ କେହି ଆଖିକୁ ବି ବିଶ୍ବାସ କରିପାରୁନଥିଲେ। ଦୀପଶିଖା ସେହି ସନ୍ଧ୍ୟାରେ ଭଡ଼ାଟିଆ ଅଜୟଙ୍କ ଫ୍ଲାଟକୁ ଯାଇଥିଲେ। କିନ୍ତୁ ତାଙ୍କୁ ଫ୍ଲାଟରୁ ବାହାରିବାର କ୍ୟାମେରାରେ ଦେଖିବାକୁ ମିଳିଲା ନାହିଁ। ପରିବାର ସଦସ୍ୟମାନେ ସନ୍ଦେହ କରି ଫ୍ଲାଟରେ ପହଞ୍ଚିଲେ। ସେତେବେଳେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତ ଦମ୍ପତି ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପଡ଼ୋଶୀଙ୍କ ସହାୟତାରେ ଘଟଣାସ୍ଥଳରୁ ଏହି ଦମ୍ପତିଙ୍କୁ ମାଡି଼ ବସିଥିଲେ।
ମାଂସ ଦେଖି ସମସ୍ତେ ଥରିଲେ
ନନ୍ଦଗ୍ରାମ ପୁଲିସ ସେହି ଫ୍ଲାଟରେ ପହଞ୍ଚିଲା। ଯାଞ୍ଚ ପରେ ଖଟ ତଳୁ ଲାଲ ରଙ୍ଗର ସୁଟକେସ ମିଳିଥିଲା। ସେଥିରେ ମାଲିକାଣୀଙ୍କ ପିସ୍ ପିସ୍ ମାଂସ ଖଣ୍ଡ ଦେଖି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତେ ଭୟରେ ଥରି ଉଠିଥିଲେ।
15 Benefits of Worshipping Lord Shiva: ସୋମବାର ମହାଦେବଙ୍କୁ ପୂଜା କଲେ ମିଳିଥାଏ ଏହି ୧୫ଟି ସୁଫଳ

Odisha Follows Delhi’s Footsteps: ଦିଲ୍ଲୀ ପରେ ଓଡ଼ିଶାରେ ଆସିଲା କଡ଼ା ନିୟମ, ପଟ୍ରୋଲ ପାଇଁ ହେବାକୁ ପଡିବ ନାକେଦମ୍

Human Sagar’s Mother Approaches Police: ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମାଆ, ମୃତ୍ୟୁ ପାଇଁ ଏଇମାନେ ଦାୟୀ

Shocking Crime: ଏଇ ଛୋଟିଆ ଭୁଲ୍ ପାଇଁ, ଗଣଦୁଷ୍କର୍ମ ଶିକାର ହେଲେ ନର୍ସ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)