/odishatv-khabar/media/media_files/2025/12/20/vastu-shastra-for-real-estate-office-2025-12-20-19-30-10.jpg)
ରିଅଲ୍ ଇଷ୍ଟେଟ୍ ଅଫିସ ପାଇଁ ବାସ୍ତୁ ନିୟମ Photograph: (OTV)
ବାସ୍ତୁ ଶାସ୍ତ୍ର ହେଉଛି ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ, ଯାହା ମନୁଷ୍ୟର ଜୀବନକୁ ପ୍ରଭାବିତ କରୁଥିବା ପ୍ରାକୃତିକ ଶକ୍ତିଗୁଡ଼ିକୁ ସନ୍ତୁଳନ କରିବା ଉପରେ ଆଧାରିତ। ଏହା କେବଳ ଘର ନୁହେଁ, ବରଂ ବ୍ୟବସାୟିକ ସ୍ଥାନଗୁଡ଼ିକରେ ମଧ୍ୟ ପ୍ରୟୋଗ ହୁଏ। ଯେପରିକି ରିଅଲ୍ ଇଷ୍ଟେଟ୍ ଅଫିସ୍। ଏହି କ୍ଷେତ୍ରରେ ବ୍ୟବସାୟିକ ସଫଳତା, ଆର୍ଥିକ ଉନ୍ନତି ଏବଂ କର୍ମଚାରୀଙ୍କ ଉତ୍ପାଦନଶୀଳତା ବୃଦ୍ଧି ପାଇଁ, ବାସ୍ତୁ ନିର୍ଦ୍ଦେଶ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରିଅଲ୍ ଇଷ୍ଟେଟ୍ ବ୍ୟବସାୟ, ଯେଉଁଠାରେ କି ସମ୍ପତ୍ତି କ୍ରୟ-ବିକ୍ରୟ, ନିର୍ମାଣ ଏବଂ ଗ୍ରାହକ ସମ୍ପର୍କ ମୁଖ୍ୟ ଭୂମିକା ନିର୍ବାହ କରିଥାଏ, ବାସ୍ତୁ ନିୟମଗୁଡ଼ିକ ପାଳନ କରିବା ଦ୍ୱାରା ଏଠାରେ ସକାରାତ୍ମକ ଶକ୍ତିର ପ୍ରବାହ ନିଶ୍ଚିତ ହୋଇଥାଏ। ଏହି ଲେଖାରେ ଆମେ ଏକ ବିଲଡର୍ ବା ରିଅଲ୍ ଇଷ୍ଟେଟ୍ କାର୍ଯ୍ୟାଳୟ ଭିତରର ବାସ୍ତୁ ନିୟମଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରିବା (Vastu Tips)।
କାର୍ଯ୍ୟାଳୟଟି କେଉଁ ଦିଗକୁ ମୁହଁ କରିବା ଉଚିତ
ପ୍ରଥମେ ଆସନ୍ତୁ ଅଫିସର ଦ୍ୱାର ବା ମୁଖଶାଳାର ଦିଗ ବିଷୟରେ। ବାସ୍ତୁ ଅନୁଯାୟୀ, ଅଫିସଟିର ମୁଖ୍ୟ ପ୍ରବେଶ ଦ୍ୱାର ଉତ୍ତର, ପୂର୍ବ ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରିବା ଉଚିତ୍। ଏହି ଦିଗଗୁଡ଼ିକ ସକାରାତ୍ମକ ଶକ୍ତିର ପ୍ରବାହକୁ ଆହ୍ୱାନ କରିଥାଏ ଏବଂ ବ୍ୟବସାୟରେ ଉନ୍ନତି ଆଣିଥାଏ।
ଉତ୍ତର ଦିଗଟି ଧନର ଦେବତା କୁବେରଙ୍କ ଦ୍ୱାରା ଶାସିତ। ତେଣୁ ଏହା ଆର୍ଥିକ ସଫଳତା ପାଇଁ ଯୁକ୍ତିଯୁକ୍ତ ବୋଲି ବାସ୍ତୁଶାସ୍ତ୍ରରେ ଲେଖା ଅଛି। ସେହିପରି ପୂର୍ବ ଦିଗଟି ସୂର୍ଯ୍ୟଙ୍କ ଉଦୟ ସହିତ ଜଡ଼ିତ। ତେଣୁ ଏହା ସୂର୍ଯ୍ୟଙ୍କ ପରି ନୂତନ ଶକ୍ତି ଏବଂ ପ୍ରେରଣା ପ୍ରଦାନ କରିଥାଏ। ରିଅଲ୍ ଇଷ୍ଟେଟ୍ ଅଫିସ, ଯେଉଁଠାକୁ ଗ୍ରାହକମାନେ ଆସିଥାନ୍ତି, ଏହାର ମୁଖ ଉପଯୁକ୍ତ ଦିଗକୁ ମୁହଁ କରିବା ଉଚିତ, ଯାହାକି ଗ୍ରାହକଙ୍କୁ ଆକର୍ଷିତ କରୁଥିବ ଏବଂ ସେମାନଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହେଉଥିବ।
କିନ୍ତୁ ଦକ୍ଷିଣ-ପୂର୍ବ ବା ଦକ୍ଷିଣ-ପଶ୍ଚିମ ଦିଗକୁ ଏଡ଼ାଇବା ଉଚିତ୍, କାରଣ ଏହା ନକାରାତ୍ମକ ଶକ୍ତି ଆଣିପାରେ ଏବଂ ବ୍ୟବସାୟରେ ବାଧା ସୃଷ୍ଟି କରିପାରେ। ଦ୍ୱାରଟି ପରିଷ୍କାର ରହୁଥିବ, ଆକର୍ଷଣୀୟ ଲାଗୁଥିବ ଏବଂ ଯିବା ଆସିବା ବାଟରେ କୌଣସି ବାଧାବିଘ୍ନ ନଥିବ। ତେଣୁ କାର୍ଯ୍ୟାଳୟର ଦୁଆର ମୁହଁରେ ଅଳିଆ ଆବର୍ଜନା ପକେଇବେ ନାହିଁ।
କେଉଁ ଫ୍ଲୋରରେ ରହିବା ଉଚିତ୍
ଅଫିସ୍ କେଉଁ ଫ୍ଲୋରରେ ରହିବା ଉଚିତ୍, ତାହା ବାସ୍ତୁଶାସ୍ତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖିତ। ସାଧାରଣତଃ, ବ୍ୟବସାୟିକ ଅଫିସ୍ ଭୂମିତଳ (Ground Floor) କିମ୍ବା ପ୍ରଥମ ତଳ (First Floor) ରେ ରହିଲେ ଶୁଭ ବୋଲି ବିଚାର କରାଯାଏ। ବେସମେଣ୍ଟ ବା ଅଣ୍ଡରଗ୍ରାଉଣ୍ଡ ଅଫିସ୍ ବ୍ୟବସାୟ ପାଇଁ ସାଧାରଣତଃ ଉଚିତ୍ ନୁହେଁ, କାରଣ ଏଠାରେ ଶକ୍ତିର ପ୍ରବାହ ଅବରୁଦ୍ଧ ହୋଇପାରେ।
ଯଦି ବହୁମହଲା ବିଶିଷ୍ଟ ବିଲଡିଂରେ ଅଫିସ୍ ରହିଥାଏ, ତେବେ ଏହା ଉତ୍ତର ବା ପୂର୍ବମୁଖୀ ଫ୍ଲୋରରେ ଥିଲେ ସର୍ବୋତ୍ତମ। ଫ୍ଲୋରର ଢାଲୁ (Slope) ଉତ୍ତର ବା ପୂର୍ବ ଦିଗକୁ ରହିବା ଉଚିତ୍, ଯାହା ସକାରାତ୍ମକ ଶକ୍ତିର ସ୍ୱଭାବିକ ପ୍ରବାହକୁ ସହଜ କରେ।
ମାଲିକଙ୍କ ଚ୍ୟାମ୍ବର କେଉଁଠି ରହିଲେ ଭଲ
ସଂସ୍ଥାର ମାଲିକଙ୍କ ଚାମ୍ବର୍ କେଉଁ ଦିଗରେ ରହିବା ଉଚିତ୍? ବାସ୍ତୁ ଅନୁଯାୟୀ, ମାଲିକଙ୍କ କ୍ୟାବିନ୍ ଦକ୍ଷିଣ-ପଶ୍ଚିମ କୋଣରେ ରହିବା ଉଚିତ୍। ଏହି ଦିଗ ସ୍ଥିରତା, ନେତୃତ୍ୱ ଏବଂ ନିୟନ୍ତ୍ରଣର ପ୍ରତୀକ। ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ ଅଧିକାଂଶ ସମୟରେ କଠୋର ଓ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ନିର୍ଣ୍ଣୟ ନେବାକୁ ପଡ଼ିଥାଏ, ତା ସହିତ ଅନେକ ଆର୍ଥିକ ପରିଚାଳନା ମଧ୍ୟ କରିବାକୁ ପଡ଼େ। ତେଣୁ ଦକ୍ଷିଣ ପଶ୍ଚିମ କୋଣ ମାଲିକଙ୍କୁ ଶକ୍ତିଶାଳୀ କରିଥାଏ।
ମାଲିକ କେମିତି ବସିବେ ଓ ଟେବୁଲର ଆକାର କେମିତି ରହିବା ଉଚିତ
ଚାମ୍ବର୍ ଭିତରେ ମାଲିକ ବସିଲା ବେଳେ ଉତ୍ତର, ପୂର୍ବ ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରିବା ଉଚିତ୍। ଏହା ଆର୍ଥିକ ବୃଦ୍ଧି, ନିର୍ଣ୍ଣୟ କ୍ଷମତା ଏବଂ ସଫଳତା ଆଣିଥାଏ। ଦକ୍ଷିଣ ଦିଗକୁ ମୁହଁ କରି ବସିବା ଅନୁଚିତ। ଯଦି ଦକ୍ଷିଣ ଦିଗକୁ ବସୁଛନ୍ତି ତେବେ ଏହା ଚାପ ସୃଷ୍ଟି କରିପାରେ ଏବଂ କାମ ଗୁଡ଼ିକ ବିଳମ୍ବ ହୋଇପାରେ। ମାରିକଙ୍କ ଚ୍ୟାମ୍ୱର ଭିତରେ ପଡ଼ିଥିବା ଟେବୁଲଟି ଆୟତାକାର ହେବା ଉଚିତ୍ ଏବଂ ପରିଷ୍କାର ରଖିବା ଆବଶ୍ୟକ। ପଛରେ ଏକ ଦୃଢ଼ କାନ୍ଥ ରହିବା ଉଚିତ୍, ଯାହା ସହାୟତାର ପ୍ରତୀକ।
ରିଅଲ୍ ଇଷ୍ଟେଟ୍ କାର୍ଯ୍ୟାଳୟର ରିସେପସନ୍
ଏହା ସହିତ ଅନ୍ୟାନ୍ୟ ବାସ୍ତୁ ନିର୍ଦ୍ଦେଶଗୁଡ଼ିକ ମଧ୍ୟ ପାଳନ କରିବା ଉଚିତ୍। ରିସେପ୍ସନ୍ ଏରିଆ ଉତ୍ତର-ପୂର୍ବରେ ରହିବା ଉଚିତ୍, ଯେଉଁଠାରେ କି ଗ୍ରାହକମାନେ ପ୍ରଥମେ ପ୍ରବେଶ କରନ୍ତି। ଏଠାରେ ସବୁଜ ରଙ୍ଗର ଫୁଲ ରଖନ୍ତୁ। ଅଥବା ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ। ଏହା ଦ୍ୱାରା ସକାରାତ୍ମକତା ବଢ଼ିଥାଏ।
ବିଭାଗ ଗୁଡ଼ିକର ଦିଗ
ଆକାଉଣ୍ଟ୍ସ୍ ବିଭାଗ ଦକ୍ଷିଣ-ପୂର୍ବରେ ରହିବା ଉଚିତ୍। ଏହି ବିଭାଗ ଧନସମ୍ପତ୍ତିକୁ ଆକର୍ଷଣ କରିଥାଏ। ମାର୍କେଟିଂ ଏବଂ ସେଲ୍ସ୍ ଟିମ୍ ଉତ୍ତର-ପଶ୍ଚିମରେ ରହିବା ଉଚିତ୍, ଯାହାକି କ୍ରିୟାଶୀଳତା ବଢ଼ାଇଥାଏ। ପ୍ୟାଣ୍ଟ୍ରି ବା ରୋଷେଇ ଘର ଦକ୍ଷିଣ-ପୂର୍ବ ଦିଗରେ ରହିବା ଉଚିତ୍, କାରଣ ଏହା ଅଗ୍ନି ତତ୍ତ୍ୱ ସହିତ ଜଡ଼ିତ। ସେହିପରି ଟଏଲେଟ୍ ଉତ୍ତର-ପଶ୍ଚିମ ବା ପଶ୍ଚିମରେ ରଖିବା ଉଚିତ୍। କିନ୍ତୁ ଉତ୍ତର-ପୂର୍ବ ଦିଗକୁ ଆଭଏଡ଼ କରନ୍ତୁ। କାରଣ ଏହି ଦିଗଟି ବୃଦ୍ଧିକୁ ଅବରୋଧ କରିପାରେ।
ଅଫିସ୍ ଭିତରର ରଙ୍ଗ
ଅଫିସର ରଙ୍ଗ ହାଲୁକା ଏବଂ ଶାନ୍ତିପୂର୍ଣ୍ଣ ହେବା ଉଚିତ୍, ଯେପରିକି ଧଳା, କ୍ରିମ୍ ବା ହାଲୁକା ହଳଦିଆ। ଉତ୍ତର କାନ୍ଥରେ ଆଇନା ବା କୁବେର ଯନ୍ତ୍ର ରଖିଲେ ଧନ ବୃଦ୍ଧି ହୋଇଥାଏ। ଉଦ୍ଭିଦ ଯେପରିକି ମନି ପ୍ଲାଣ୍ଟ୍ ବା ସୌଖୀନ୍ ବାଉଁଶ ଗଛ ଯଦି ରଖୁଛନ୍ତି ତେବେ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍। ଏହା ସଫଳତା ଏବଂ ସକାରାତ୍ମକତା ସୃଷ୍ଟି କରିଥାଏ।
କାକଟସ୍ ଗଛ
କୌଣସି କାକଟସ୍ ବା କଣ୍ଟାଯୁକ୍ତ ଉଦ୍ଭିଦ ଅଫିସର ଭିତରେ ରଖନ୍ତୁ ନାହିଁ। ଯଦି ଅଫିସ୍ ଭିତରେ କିଛି ଛବି ଅଥବା ପେଣ୍ଟିଂ ଲଗେଇବାକୁ ଚାହୁଁଛନ୍ତି, ତେବେ ଧ୍ୟାନଦେବେ ସେଗୁଡ଼ିକ ଯେପରିକି ପର୍ବତ ବା ପ୍ରବାହିତ ଜଳର ଛବି ହେବା ଉଚିତ। ଏହାଦ୍ୱାରା ସହାୟତା ଏବଂ ଧନ ଆକର୍ଷିତ ହୋଇଥାଏ।
ଭଙ୍ଗା ଓ ଅଚଳ ଜିନିଷ
ଅଫିସ୍ ପରିସ୍କାର, ଆଲୋକିତ ଏବଂ ବାଧାରହିତ ହେବା ଆବଶ୍ୟକ। କୌଣସି ଭଙ୍ଗା ଜିନିଷ ବା ଅବ୍ୟବହୃତ ଫାଇଲ୍ ଅଫିସ ଭିତରେ ରଖନ୍ତୁ ନାହିଁ। ଏହି ନିର୍ଦ୍ଦେଶଗୁଡ଼ିକ ପାଳନ କରିବା ଦ୍ୱାରା ବିଲଡର୍ ବା ରିଅଲ୍ ଇଷ୍ଟେଟ୍ ଅଫିସ୍ ସଫଳତାର ଶିଖରରେ ପହଞ୍ଚିପାରିବ।
ଆସନ୍ତୁ ବୁଲେଟ୍ ପଏଣ୍ଟରେ ସଂକ୍ଷେପରେ ଜାଣିବା ରିଅଲ୍ ଇଷ୍ଟେଟ୍ ଅଫିସ ପାଇଁ ବାସ୍ତୁନିର୍ଦ୍ଦେଶ କେମିତି କାମ କରିଥାଏ।
୧. ଅଫିସ୍ର ଦ୍ୱାର ଓ ମୁଖ୍ୟ ପ୍ରବେଶ (Main Entrance):
ବାସ୍ତୁ ଅନୁସାରେ ଅଫିସ୍ର ମୁଖ୍ୟ ଦ୍ୱାର ହେଉଛି ସକାରାତ୍ମକ ଶକ୍ତି ପ୍ରବେଶର ମୁଖ୍ୟ ମାର୍ଗ।
• ଉତ୍ତର (North), ପୂର୍ବ (East) କିମ୍ବା ଉତ୍ତର-ପୂର୍ବ (North-East) ଦିଗକୁ ମୁହଁ କରିଥିବା ଦ୍ୱାର ସର୍ବୋତ୍ତମ।
• ଏହି ଦିଗଗୁଡ଼ିକୁ ଧନ, ସୁଯୋଗ ଓ ବୃଦ୍ଧିର ପ୍ରତୀକ ଭାବେ ଗଣାଯାଏ।
• ଦ୍ୱାର ସାମ୍ନାରେ କେବେବି ଆବର୍ଜନା, ଭଙ୍ଗା ସାମଗ୍ରୀ ବା ଅନ୍ଧାର ରଖିବା ଉଚିତ ନୁହେଁ।
୨. ଅଫିସ୍ କେଉଁ ଫ୍ଲୋରରେ ରହିବା ଉଚିତ?
• ବିଲଡର ବା ରିଅଲ୍ ଇଷ୍ଟେଟ୍ ଅଫିସ୍ ଭୂମିତଳ (Ground Floor) କିମ୍ବା ପ୍ରଥମ ତଳ (First Floor) ରେ ଥିଲେ ସର୍ବୋତ୍ତମ।
• ଏହା ଗ୍ରାହକ ଆଗମନ, ବିଶ୍ୱାସ ଓ ବ୍ୟବସାୟ ଗତିଶୀଳତାକୁ ବଢ଼ାଏ।
• ଅତ୍ୟଧିକ ଉପର ତଳରେ ଅଫିସ୍ ରହିଲେ ଧନ ପ୍ରବାହ ଧୀର ହୋଇପାରେ।
୩. ସଂସ୍ଥା ମାଲିକଙ୍କ ଚାମ୍ବର (Owner’s Cabin)
• ମାଲିକଙ୍କ ଚାମ୍ବର ଦକ୍ଷିଣ-ପଶ୍ଚିମ (South-West) ଦିଗରେ ରହିବା ଉଚିତ।
• ଏହି ଦିଗ ସ୍ଥିରତା, ଅଧିକାର ଓ ଦୃଢ଼ ସିଦ୍ଧାନ୍ତର ପ୍ରତୀକ।
• ଚାମ୍ବର ଭିତରେ ଭାରୀ ଫର୍ନିଚର ରଖିବା ଭଲ।
୪. ମାଲିକ ବସିବା ବେଳେ କେଉଁ ଦିଗକୁ ମୁହଁ କରିବେ?
• ମାଲିକ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବସିଲେ ଶୁଭ।
• ଏହା ନୂଆ ସୁଯୋଗ, ସଠିକ୍ ନିଷ୍ପତ୍ତି ଓ ଧନ ଆଗମନରେ ସାହାଯ୍ୟ କରେ।
• ପଛରେ ଦିୱାଲ ଥିବା ଉଚିତ, ଜଣେଲା ନୁହେଁ।
୫. କର୍ମଚାରୀ ଓ ରିସେପ୍ସନ୍ ଏରିଆ
• ରିସେପ୍ସନ୍ ଉତ୍ତର ବା ପୂର୍ବ ଦିଗରେ ରଖିବା ଉଚିତ।
• ରିସେପ୍ସନିଷ୍ଟ ପୂର୍ବ ବା ଉତ୍ତର ମୁହଁ କରି ବସିବା ଭଲ।
• କର୍ମଚାରୀମାନେ ଉତ୍ତର ବା ପୂର୍ବ ମୁହଁ କରି କାମ କଲେ ଉତ୍ପାଦନକ୍ଷମତା ବଢ଼େ।
୬. କ୍ୟାଶ୍ କାଉଣ୍ଟର ଓ ଆକାଉଣ୍ଟ୍ସ ବିଭାଗ
• ଉତ୍ତର ଦିଗ ଧନର ଦିଗ ହେଉଥିବାରୁ କ୍ୟାଶ୍ କାଉଣ୍ଟର ଏହି ଦିଗରେ ରଖିବା ଉଚିତ।
• ତିଜୋରି ଖୋଲିବା ବେଳେ ଉତ୍ତର ମୁହଁ କରି ଖୋଲିଲେ ଧନ ବୃଦ୍ଧି ହୁଏ।
୭. ଅଫିସ୍ ଭିତରେ ରଙ୍ଗ ଓ ଆଲୋକ
• ହାଲୁକା ନୀଳ, ସବୁଜ, କ୍ରିମ୍ ବା ସଫେଦ ରଙ୍ଗ ବ୍ୟବହାର କରିବା ଭଲ।
• ଅଧିକ ଅନ୍ଧାର ବା କଳା ରଙ୍ଗ ଟାଳିବା ଉଚିତ।
• ପ୍ରାକୃତିକ ଆଲୋକ ଓ ବାତାସ ପ୍ରବାହ ରହିବା ଅତ୍ୟନ୍ତ ଆବଶ୍ୟକ।
୮. ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ନିର୍ଦ୍ଦେଶ
• ଅଫିସ୍ ଭିତରେ ଭଙ୍ଗା ଘଡ଼ି, ଅଚଳ ଇଲେକ୍ଟ୍ରୋନିକ୍ ସାମଗ୍ରୀ ରଖନ୍ତୁ ନାହିଁ।
• ଉତ୍ତର-ପୂର୍ବ ଦିଗ ସଦା ସଫା ଓ ହାଲୁକା ରଖନ୍ତୁ।
• ଗଣେଶ ମୂର୍ତ୍ତି ବା ସକାରାତ୍ମକ ପ୍ରେରଣାଦାୟକ ଚିତ୍ର ରଖିଲେ ଭଲ।
Emotional Journey: ଦିନେ ଖାଇ ଦିନେ ରହୁଥିଲେ ଉପାସ , ଏବେ ୧୪ କୋଟିରେ କିଣିଲା ଧୋନୀଙ୍କ ଦଳ

Black Turmeric: ଏଥର ମାର୍କେଟ ନେବ କୋରାପୁଟର କଳାହଳଦୀ , ଭଲ କରିଦେବ ଅନେକ ରୋଗ

Despite Digital India Push: ଅନ୍ଧାରରେ ୧୩୯ ଗାଁ ... ଦୁଃଖ ଶୁଣ ହେ ପ୍ରଶାସନ !

Hindu Man Killed: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ ,ଯୁବକଙ୍କୁ ପିଟିପିଟି ମାରିଲେ ... ଗଛରେ ଟାଙ୍ଗି ଦେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)