• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 1 day ago

OTV Foresight 2025: ‘IAS ପରୀକ୍ଷା ପରି ଦେଶରେ IJS ଆସିବା ଜରୁରୀ' : ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ

ବିଚାର ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକତା ଅନୁଯାୟୀ ନଗଣ୍ୟ ସଂଖ୍ୟାରେ ଥିବା ବିଚାରପତି ମାନଙ୍କ ନିଯୁକ୍ତି, ଜିଲ୍ଲା କୋର୍ଟଠୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଖାଲିଥିବା ସମସ୍ତ ପଦକୁ ଯଥାଶୀଘ୍ର ପୂରଣ କରାଯିବା ଦରକାର । More
  • Deviprasad Jena
  • 1 day ago

KIIT Student Suicide Row: କିଟ୍ କାଣ୍ଡକୁ ନେଇ ବଢୁଛି ତାତି; ମୁହଁ ଖୋଲୁନାହାନ୍ତି ମୁଖିଆ ଅଚ୍ୟୁତ

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି । More
  • Saroj Kumar Jena
  • 1 day ago

Double Engine: ବିକାଶକୁ ଦୁଇ ଗୁଣ କରିବ ଡବଲ ଇଞ୍ଜିନ- ପୃଥ୍ବୀରାଜ

ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି, ଡବଲ୍ ଇଞ୍ଜିନ ସରକାର ଯୋଗୁଁ କ୍ଷମତାକୁ ଆସୁ ଆସୁ ସୁଭଦ୍ରା ଯୋଜନା ଓ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ଭଳି ଅନେକ ନିଷ୍ପତ୍ତି ନେଇ ପାରିଛନ୍ତି। More
  • Deviprasad Jena
  • 1 day ago

Odisha Weather Update: ଖରାରୁ ମିଳିବ ଆଶ୍ବସ୍ତି; କାଲିଠୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More
  • Saroj Kumar Jena
  • 1 day ago

BMC-BDA Rift: ବିଡିଏ-ବିଏମସି ବିବାଦ, ସାଧାରଣ ଲୋକେ ହନ୍ତସନ୍ତ

ଭୁବନେଶ୍ବରରେ ଘରଟିଏ କରିବାକୁ ହେଲେ ପ୍ରଥମେ ଅନୁମୋଦନ ଆଣିବାକୁ ପଡେ। ତେବେ ଘର ତିଆରି ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନା ଭୁବନେଶ୍ବର ମହାନଗର ନିଗମ କିଏ ଅନୁମୋଦନ ଦେବ ଏହାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଜନତା। More
  • Santosh Kumar Sahoo
  • 2 days ago

OTV Foresight 2025: ଓଟିଭି ଫୋରସାଇଟ୍‌ ୨୦୨୫: ବଡ଼ ମଞ୍ଚରେ ଚାଲିବ ବିଚାରର ମହାମନ୍ଥନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍‌ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା । More
  • Santosh Kumar Sahoo
  • 2 days ago

KIIT Student Death Case: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ । More
  • Sonali Ojha
  • 2 days ago

Today Panchang 19th Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ।  ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୭.୩୨ ଗତେ ୭ମୀ ଘାତଚନ୍ଦ୍ର- ନାସ୍ତି । ଘାତବାର- କର୍କଟ ରାଶିର । More
  • Otv Khabar Bureau
  • 2 days ago

KIIT University Student Death: ଓଡ଼ିଆ ଶିକ୍ଷାନୁଷ୍ଠାନ ପାଇଁ ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା, କିନ୍ତୁ ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରାଳୟ ଚୁପ୍

ତେବେ ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶାର KIIT ଶିକ୍ଷାନୁଷ୍ଠାନ ପାଇଁ ବିଶ୍ୱ ସ୍ତରରେ ଓଡ଼ିଶା ଓ ଭାରତ ନିନ୍ଦିତ ହେଲା। ହେଲେ ସେହି ପ୍ରସଙ୍ଗରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ? ଏପରିକି ମନ୍ତ୍ରାଳୟ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ମଧ୍ୟ ଦେଉନାହିଁ। More
  • Sujit kumar Swain
  • 2 days ago

Achyuta Samanta: କେମିତି ରାଜଧାନୀ ଛାତି ଉପରେ ନିଜର ବିଶାଳ ସାମ୍ରାଜ୍ୟ ଗଢ଼ିଲେ ଅଚ୍ୟୁତ ? 

ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ।  More
  • Manoranjan Sial
  • 2 days ago

Water crisis in Ganjam: ଲୁଣିଆ ପାଣିରୁ ମିଳିବ ମୁକ୍ତି, ଘରକୁ ଆସିବ ମିଠା ପାଣି

ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍‌ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍‌ ରେର୍‌ ଆର୍ଥ ଲିମିଟେଡ୍ (IRE) ଓ ରାଜ୍ୟ ସରକାର। More
  • Sujit kumar Swain
  • 2 days ago

KIIT Student Death Case: KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ; ପାଲଟିଛି କି ମୌତ୍ କା କୁଆଁ ?

କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା ସ୍ବପ୍ନ। More
  • Sujit kumar Swain
  • 2 days ago

CBI Raids IAS Bishnupada Sethi Residence: ପୁଣି କଡ଼ ଲେଉଟାଇଲା CBI; ୭୦ ଦିନ ପରେ IAS ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍

IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍।  More