ସଂକ୍ଷେପରେ ଆଜିର ତାଜା ଖବର - Monday, 17 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Major Scam: ରାତାରାତି କୋଟିପତି ହେବା ନିଶାରେ ସର୍ବସ୍ୱାନ୍ତ ହେଲେ ଜମାକାରୀ; ଠକିନେଲେ କୋଟି କୋଟି ଟଙ୍କା

ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ । More

Plus Two Exam: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି + ୨ ପରୀକ୍ଷା

କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। More

Jagadish Mohanty : ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ‘ଜଗଦୀଶ କଥା ସମ୍ମାନ’

ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। More

Green Odisha EV Policy In Odisha: ‘ଗ୍ରୀନ୍‌ ଓଡ଼ିଶା ବୈଦ୍ୟୁତିକ ଯାନ’ ପାଇଁ ୧୬୦ କୋଟି ବ୍ୟୟବରାଦ

ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି, ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୦୭ କୋଟି, ଜେଟି ବିକାଶ ପାଇଁ ୨୧୦ କୋଟି ଓ ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି। More

Odisha Budget2025: ଉପସ୍ଥାପନ ହେଲା ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌

ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି। More

Crimes Against Women: କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିଯାଇଛି କି ମହିଳା ବିରୋଧୀ ଅପରାଧ?

ଲିଖିତ ଭାବେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତ, ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଛନ୍ତି। ଉଦ୍ଧାର ହୋଇଛନ୍ତି ମାତ୍ର ୧୪୧୭ ଜଣ। ସେହିପରି ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ମାତ୍ର ୧୮୫୭ ଜଣ ଉଦ୍ଧାର ହୋଇଛନ୍ତି। More

IAS and IPS Officers: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

IPS କଥା ଦେଖିଲେ, ରାଜ୍ୟରେ ମୋଟ୍ ପଦବୀ ୧୯୫ ଥିବା ବେଳେ, ସେଥିରୁ ୬୯ଟି ଖାଲି ପଡ଼ିଛି। ୧୦ ଜଣ IPS ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେପଟେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ରାଜନୀତି। More

KIIT University: ଆମେ ଯେତିକି ମାଗଣା ଦେଉଛୁ, ତୁମ ଦେଶର ବଜେଟ୍‌ ସେତିକି ନୁହେଁ...

ରବିବାର ରାତିରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ୍‌ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ରୁମ୍‌ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍‌ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି। More

Tarang Plus: ତରଙ୍ଗ ପ୍ଲସ୍‌ର ନୂଆ ସିରିଜ୍ ଖିଟ୍‌ପିଟ୍; ଏହି ସମୟରେ ମାଗଣା ଦେଖନ୍ତୁ

‘ତରଙ୍ଗ ପ୍ଲସ୍‌’ ସବୁବେଳେ କିଛି ନୂଆ କରିବା ଭଳି ଏଥର ବି ସେମିତି କିଛି କରିଛି। ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କ ଏହି ଛୋଟମୋଟ କଳି ଆଉ ପ୍ରେମକୁ ନେଇ ଏକ ନୂଆ ଧରଣର ୱେବ୍ ସିରିଜ୍ ନେଇ ଆସିଛି, ଯାହାର ଟାଇଟଲ୍ ହେଉଛି ‘ଖିଟ୍‌ପିଟ୍’। More

ପୁଅଠି ଲାଗିବ ବାପାଙ୍କ କିଡନୀ

ଭେଣ୍ଡିଆ ପୁଅକୁ ବିଛଣାରେ ଏ ଅବସ୍ଥାରେ ଦେଖି ମାଆର ଛାତି ଫାଟିଯାଉଛି। ଦୁଆର ଦୁଆର ବୁଲି କାନି ପାତି ଭିକ ମାଗୁଛନ୍ତି। More

Student Death: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ବରର KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। More

Lootera Encounter: ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର, ଏମ୍ସରେ ଭର୍ତ୍ତି

କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର ଲୁଟେରାକୁ ଏନକାଉଣ୍ଟର କରିଛି ପୋଲିସ। ଏନକାଉଣ୍ଟରରେ ଆହତ ହୋଇଛି ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। More

Today Panchang: ଜାଣନ୍ତୁ ଆଜିର ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୨ ଗତେ ତୁଳା । ତିଥି- ୫ମୀ ନିଶାନ୍ତ ୦୪.୫୩ ଗତେ ୬ଷ୍ଠୀ ।ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୨ ପର୍ଯ୍ୟନ୍ତ। More

Odisha BJP: ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । More

Farmers Struggle : ଉତ୍କଟ ହେଉଛି ମଣ୍ଡି ସମସ୍ୟା। ; କେଉଁଠି ଧାନ ପଡ଼ିରହିଛି , କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ

ଚାଷୀଙ୍କୁ ଅତିଷ୍ଠ କଲାଣି ମିଲରଙ୍କ ମନମାନି । କେଉଁଠି ଧାନ ପଡିରହିଥିଲେ ମଧ୍ୟ ମିଲର ଆସୁନାହାନ୍ତି ତ କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ । More

Odisha BJP New Strategy : ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

ଡବଲ୍ ଇଞ୍ଜିନର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇ ସଙ୍ଗଠନ ବଢାଇବାକୁ ବିଜେପିର ବଡ଼ ପ୍ଲାନ୍‌ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ବିଧାୟକ। ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ । More

Women Lost in Shoot out: ପ୍ରୋ ଲିଗ ହକି, ଶୁଟ ଆଉଟରେ ହାରିଲେ ଭାରତୀୟ ମହିଳା

ରବିବାର ଭାରତ ପକ୍ଷରୁ ନବନୀତ କୌର ଓ ରୁତୁଜା ଦାଦାସାଓ ପିସାଲ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ଇଂଲଣ୍ଡ ପକ୍ଷରୁ ପେଜ ଗିଲଟ ଓ ଟେସା ହାୱାର୍ଡ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। More

Mo Bus Accident:ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। More