• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 07 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 2 weeks ago

Barabati Cricket Match Ticket Black: ବାରବାଟୀ କ୍ରିକେଟ୍‌ ପୂର୍ବରୁ ଟିକଟ୍‌ ଯୁଦ୍ଧର ଖୋଲୁଲା ପୋଲ୍‌

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ। More
  • Santosh Kumar Sahoo
  • 2 weeks ago

Virat Kohli Fan: ଓଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍‌ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time । More
  • Deviprasad Jena
  • 2 weeks ago

Subhadra Yojana: କାଲି ମିଳିବ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । More
  • Akshaya Kumar Sahoo
  • 2 weeks ago

Odisha Politics: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା । More
  • Saroj Kumar Jena
  • 2 weeks ago

SMA Technology: ରାଜଧାନୀରେ ପ୍ରୟୋଗ ହେବ SMA ଟେକ୍ନୋଲୋଜି, କମିବ ଖାଲଖମା ଓ ଦୁର୍ଘଟଣା

ରାଜଧାନୀର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ। More
  • Saroj Kumar Jena
  • 2 weeks ago

Paradeep Port Scam: ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ଯୋଜନାରେ ବଡ ଦୁର୍ନୀତି ଅଭିଯୋଗ

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି। More
  • Sonali Ojha
  • 2 weeks ago

Panchang Today 7th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜମି କ୍ରୟ କରନ୍ତୁ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ।  ଚନ୍ଦ୍ର- ବୃଷ ନିଶାନ୍ତ ୦୬.୨୧ ଗତେ ମିଥୁନ । ତିଥି- ୧୦ମୀ ରାତ୍ରି ୦୯.୨୬ ଗତେ ୧୧ଶୀ । More
  • Saroj Kumar Jena
  • 2 weeks ago

Police Brutality: ଥାନାରେ ଥାର୍ଡ ଡିଗ୍ରୀ ! ପତିପତ୍ନୀଙ୍କ ଝଗଡ଼ାରେ ସ୍ବାମୀକୁ ପୋଲିସର ନିସ୍ତୁକ ମାଡ଼

ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନା ଭିତରେ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି। More
  • Deviprasad Jena
  • 2 weeks ago

Illegal Quarrying In Balangir: ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ, ବଲାଙ୍ଗିରରେ କେବେ ବନ୍ଦହେବ ବେଆଇନ କ୍ରସର?

ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ବଲାଙ୍ଗିରରେ ଚାଲୁଛି ବେଆଇନ୍ କ୍ରସର । ଖବର ପ୍ରସାରଣ ପରେ ବି ପ୍ରଶାସନ ନିଦାବିଷ୍ଣୁ । ଏବେ ବି ଉଚ୍ଛବପାଲିରେ ଚାଲିଛି ବେଆଇନ କ୍ରସର । ବ୍ଲାଷ୍ଟିଂ ଯୋଗୁ ଘରେ ଘରେ ଫାଟ, ଲୋକ ଆତଙ୍କିତ । More
  • Santosh Kumar Sahoo
  • 2 weeks ago

Damayanti Sagar: କୋଟପାଡ଼ ସହରର ଲାଇଫ୍ ଲାଇନ୍ ଅବହେଳିତ, ଦୟନୀୟ ସ୍ଥିତିରେ ରହିଛି ଦମୟନ୍ତୀ ସାଗର

ହଜିଯିବାକୁ ବସିଛି ଇତିହାସର ସ୍ବାକ୍ଷର ବହନ କରୁଥିବା,କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗର । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି, ପୁତ୍ତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି । More
  • Deviprasad Jena
  • 2 weeks ago

Cuttack Bali Yatra: କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ପ୍ରତିଶ୍ରୁତି ପୂରଣକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି । More
  • Manoranjan Sial
  • 2 weeks ago

Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍‌

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। More
  • Santosh Kumar Sahoo
  • 2 weeks ago

Barabati Match Ticket: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର । More