Advertisment

Barabati Cricket Match Ticket Black: ବାରବାଟୀ କ୍ରିକେଟ୍‌ ପୂର୍ବରୁ ଟିକଟ୍‌ ଯୁଦ୍ଧର ଖୋଲିଲା ପୋଲ୍‌

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।

author-image
Manoranjan Sial
ଅଦ୍ୟତନ ହୋଇଛି
Cricket

Cricket

ବାରବାଟୀରେ କ୍ରିକେଟ୍‌ ମ୍ୟାଚ୍‌ ପୂର୍ବରୁ ଟିକଟ୍‌ ଯୁଦ୍ଧର ଖୋଲିଲା ପୋଲ୍‌। ୧୧ ଶହ ଟଙ୍କାର ଟିକଟକୁ ୫ରୁ ୭ ହଜାରରେ ହେଉଛି କଳାବଜାରୀ। କେବଳ ପୁରୁଷ ନୁହେଁ, ମହିଳାମାନେ କରୁଛନ୍ତି ଟିକଟ କଳାବଜାରୀ। ଯାହାର ଭିଡ଼ିଓ ଲାଗିଛି ଓଟିଭି ହାତରେ। ଏହି ଘଟଣାରେ କଟକ କମିଶନରେଟ୍ ପୋଲିସ୍ ୪ଟି ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି।

Advertisment

ଆସନ୍ତା ୯ ତାରିଖରେ ବାରବାଟୀରେ ହେବ କ୍ରିକେଟ ମ୍ୟାଚ୍‌। ତା’ପୂର୍ବରୁ ଅର୍ଥାତ ଗତ ୫ ତାରିଖରୁ ମିଳିଥିଲା କାଉଣ୍ଟରରେ ଟିକେଟ। ହେଲେ ଟିକଟ କାଉଣ୍ଟର ଖୋଲିବା ପୂର୍ବ ରାତିରୁ ଜମିଥିଲା ଭିଡ। ମହିଳା ଓ ପୁରୁଷମାନେ ରାତି ଓ ଦିନ ସାରା ଅନିଦ୍ରା ହୋଇ ଟିକଟ କାଉଣ୍ଟରରେ ଛିଡ଼ା ହୋଇଥିଲେ। ଯେଉଁଥିପାଇଁ କାଉଁଣ୍ଟରରେ ଠେଲାପେଲା ଓ ଦଳାଚକଟା ପରିସ୍ଥିତି ହୋଇଥିଲା। ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କାଉଣ୍ଟରରୁ କିଏ ଟିକଟ ପାଇଲା ତ ଆଉ କିଏ ଟିକଟ ପାଇଲା ନାହିଁ। ଯାହାକୁ ନେଇ ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍‌ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ। ଯାହାର ଭିଡିଓ ଭାଇରାଲ୍ ହେଉଛି। ପୁରୁଷ କଥା ଛାଡ଼ନ୍ତୁ, ଇଂଲଣ୍ଡ-ଇଣ୍ଡିଆ ଦିନିକିଆ ବାରବାଟୀ ଲଢ଼େଇ ଟିକଟ ବିକ୍ରି କରୁଛନ୍ତି କିଛି ମହିଳା।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

କୁହାଯାଉଛି, ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରୀ ଟିକଟକୁ ଏଭଳି ବ୍ଲାକରେ ବିକ୍ରି କରାଯାଇଛି। କ୍ରିକେଟ ପ୍ରେମୀ ଜଣକ ଟିକେଟ ପିଛା ୪ ହଜାର ଟଙ୍କା ଦେବା ପାଇଁ କହୁଛନ୍ତି। କିନ୍ତୁ ରାଜି ହେଉନାହାଁନ୍ତି ମହିଳା ବ୍ଲାକର। ରୋକଠୋକ୍ କହୁଛନ୍ତି, ୫ ହଜାର ନହେଲେ ହେବନି। ଏପରିକି ଟିକଟ ଗୁଡ଼ାକ ୮ରୁ ୧୦ ହଜାର ଯାଏଁ ବିକ୍ରି ହେଉଥିବା କହୁଛନ୍ତି ଲେଡ଼ି ବ୍ଲାକର।

ସବୁଠାରୁ ମଜାଦାର କଥା ହେଉଛି, ଯେଉଁ ମହିଳାମାନ ଟିକଟ ବ୍ଲାକ୍‌ କରୁଛନ୍ତି, ସେମାନେ ବୋଧହୁଏ କ୍ରିକେଟ୍ କ’ଣ ଜାଣନ୍ତି ନାହିଁ। ଭାରତ ଓ ଇଂଲଣ୍ଡର ଜଣେ ବି ଖେଳାଳୀଙ୍କ ନାଁ କହିପାରିବେ କି ନାହିଁ ସନ୍ଦେହ। କିନ୍ତୁ ଟିକଟ କଳାବଜାରୀରେ ଏମାନେ ପୂରା ଧୂରନ୍ଦର। କାଉଣ୍ଟରରେ ଟିକେଟ୍ ବିକ୍ରି ପୂର୍ବ ରାତିରେ ବୋଧହୁଏ ଏହି ମହିଳାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଆଶଙ୍କା କରାଯାଉଛି। ଆଉ ଟିକଟର ପାଇଁ କରିଥିଲେ କଳାଧନ୍ଧା! ଆଉ ସେହି ଆଶଙ୍କା ଶେଷରେ ସତ ହୋଇଛି। ସାମ୍ନାକୁ ଆସିଲା ଟିକଟ କଳାବଜାରୀର ଭାଇରାଲ୍ ଭିଡ଼ିଓ।

ଅଧିକ ପଢ଼ନ୍ତୁ:ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ଟିକଟ କଳାବଜାରୀ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍‌। ସେମାନଙ୍କଠାରୁ ଜବତ ହୋଇଛି ୨୫ଟି ଟିକଟ ସହ ୩୦ ହଜାର ଟଙ୍କା। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ୩ଟି ମାମଲା କରିଥିବା ବେଳେ ଦରଘା ବଜ଼ାର ଥାନା ପୋଲିସ ଗୋଟିଏ ମାମଲା ରୁଜୁ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା।

ତେବେ ପ୍ରଶ୍ନ ଉଠୁଛି, ଏମାନେ କେଉଁଠୁ ପାଇଲେ ଏତେ ଟିକଟ? ଏମାନଙ୍କୁ କିଏ ଦେଲା ଗ୍ୟାଲେରୀ ଟିକଟ? କାଉଣ୍ଟରରେ ଟିକଟ ବିକ୍ରି ପୂର୍ବ ରାତିରୁ ଧାଡ଼ି ବାନ୍ଧିଥିବା ମହିଳାଙ୍କ ଭିତରେ ଏମାନେ ଥିଲେ କି ? ଟିକେଟ କଳାବଜାରୀ ସିଣ୍ଡିକେଟ୍ ପଛର ମାଷ୍ଟରମାଇଣ୍ଡ ଆଉ କିଏ ଅଛି କି? ଯିଏ ମହିଳାଙ୍କୁ ବ୍ଲାକର୍ ସଜାଇ ନିଜେ ମାଲାମାଲ୍ ହେବାକୁ ଯୋଜନା ତିଆରି କରିଛି କି ? ଏସବୁ ସମସ୍ତ ଦିଗକୁ ଧରି କମିଶନରେଟ୍‌ ପୋଲିସ ଖୋଳତାଡ଼ କରୁଛି।

Odisha Cricket Cricket Barabati Stadium
Advertisment
Advertisment