ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜସ୍ୱ ଚିନ୍ତା, କଠୋର ହେଲା BMC

ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ । More

'ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ମତକୁ ନେଇ ଖବର ପରେ ମନ୍ତ୍ରାଳୟର ସ୍ପଷ୍ଟୀକରଣ ` More

ରାମ ନଗରୀରୁ ଶ୍ରୀକ୍ଷେତ୍ର ଆସିଲା ନିଉତା: ମୂର୍ତ୍ତି ଚୂଡାନ୍ତ ଚୟନକୁ ଖଣ୍ଡନ

ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର । More

ବର୍ଷ ଆରମ୍ଭରୁ ବଡ଼ ଦୁର୍ନୀତି : ଗଛ ନାଁରେ ସାଢେ ୬ କୋଟି ଚଳୁ

କାଗଜ କହୁଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଗଛ ଲାଗିଛି । ୮ଟି ସ୍ଥାନରେ ଗଛ ଲଗାଇବାକୁ ଖର୍ଚ୍ଚ ହୋଇଛି ସାଢ଼େ ୬ କୋଟି ଟଙ୍କା । More

ସରକାରୀ ଟଙ୍କାରେ ବିଜେଡି କରୁଛି କି ବ୍ରାଣ୍ଡ ନବୀନର ପ୍ରମୋସନ ?

BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ । More

ପୁଣି ଚର୍ଚ୍ଚାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ! ଆଉ ମହତ୍ତ୍ୱପୂର୍ଣ୍ଣ ନୁହେଁ କହିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ  । More

ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ । More

କ୍ରାଇମ୍‌ ସିଟି ପାଲଟିଛି ଭୁବନେଶ୍ୱର ! ମାତିଲେଣି ଲୁଟେରା, ଟାର୍ଗେଟରେ ଜନତା

ବର୍ଷ ଆରମ୍ଭରୁ ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା । ଟଙ୍କା ପାଇଁ ବେକ କାଟିଲେ । କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଏବଂ ଘର ଭିତରକୁ ବୋମା ମାଡ଼ କଲେ । ଭୋର ୩ ଟା, ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଲୁଟେରା ଆରମ୍ଭ କରିଛନ୍ତି ବର୍ଷର ପ୍ରଥମ ଶୀକାର । More

କାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । More

ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ନାବାଳିକା, ୧୩ ଜଣ କଲେ ଦୁଷ୍କର୍ମ...

ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।  More

OPSC Recruitment 2024: ଓଡ଼ିଶାରେ ପୂରଣ ହେବ ୧୩୭୫ ପଦବୀ; ଦରମା ୧.୭୭ ଲକ୍ଷ

ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। More

ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା

ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । More

ରାଜଧାନୀରେ ସନ୍ଦେହଜନକ ବିସ୍ଫୋରଣ; ଭୁଶୁଡ଼ିଲା ଘରର କାନ୍ଥ

ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟିଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଥାନାରେ ଏତଲା ଦିଆଯାଇଛି । More

କଂଗ୍ରେସରୁ ବିଜେଡି-ବିଜେଡିରୁ କଂଗ୍ରେସ-ପୁଣି ବିଜେଡି, ଦଳ ବଦଳ କରି ଚର୍ଚ୍ଚାରେ ସରପଞ୍ଚ

୫ ଦିନରେ ୩ ଥର ଦଳ ପରିବର୍ତ୍ତନ । ପ୍ରଥମେ କଂଗ୍ରେସରୁ ବିଜେଡିକୁ ଗଲେ, ତା ପରେ ବିଜେଡିରୁ ପୁଣି କଂଗ୍ରେସକୁ ଫେରିଲେ । ଏଥର ବି ମନ ଥୟ ରହିଲାନି ଯେ, ତା ପରଦିନ ପୁଣି ବିଜେଡିକୁ ଫେରିଲେ । ମାନେ ଦୁଇ ଥର ଘର୍ ୱାପସି । More

ଖେଳୁ ଖେଳୁ ନିଖୋଜ ହୋଇ ଯାଇଥିଲା, ମିଳିଲା ମୃତଦେହ

ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । More

ବସ୍ -ଟ୍ରକ ମୁହାଁମୁହିଁ ଧକ୍କା; ୪୦ ଆହତ

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । More

କୁଆଡ଼େ ଗଲା ୩ ବର୍ଷୀୟ ଶିଶୁ, ଦିନକ ପରେ ବି ମିଳୁନି ପତ୍ତା

ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । More

Panchang Today 2nd Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୨ ମଙ୍ଗଳବାର ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୨୮ ଗତେ କନ୍ୟା  More

ପିକନିକ ଦେଉଛି ମୃତ୍ୟୁ, ପରିବହନ ବିଭାଗ ତରଫରୁ କଟକଣା ଜାରି

ପିକନିକ ଋତୁରେ ମାତ୍ରାଧିକ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି । More

କମିବ ଥଣ୍ତା, କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

ରାଜ୍ୟରେ ଦେଖବାକୁ ମିଳିଲା ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ କିନ୍ତୁ ବଢ଼ିଛି । More

ପୋଲିସ୍-ନକ୍ସଲ ଗୁଳି ବିନିମୟ ଭିତରେ ଚାଲିଗଲା କୁନି ଝିଅର ଜୀବନ

ନୂଆବର୍ଷ ଆରମ୍ଭରୁ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେ ଗୁଳି ବିନିମୟ ବେଳେ ଜଣେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି । More

ମୃତ୍ୟୁକୁ ମାତ୍‌ ଦେଇଛି ବୋଲି ନାଁ ତାର ବିଜୟିନୀ; ବୋରୱେଲ୍‌ରେ ପଡ଼ିଥିଲା, ଆଜି ଭିମସାର୍‌ର ଗେହ୍ଲି ଝିଅ

ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି । More

ଭଲ ପାଇବାର ମାନେ କ’ଣ ଏୟା; ଦୁର୍ଘଟଣାରେ ସ୍ୱାମୀ ଗଲେ, ଝୁରି ଝୁରି ସ୍ତ୍ରୀ ବି ଚାଲିଗଲେ..

କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି ଭାଙ୍ଗିଯାଇଛି ସେହି ନିଡ଼ । More

ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢିବେ କି ଧର୍ମେନ୍ଦ୍ର ?

ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। More

୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । More