/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704163040.jpg)
Picnic Session
ପିକନିକ ଋତୁରେ ମାତ୍ରାଧିକ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି । ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ । ପିକନିକ୍ ପାଇଁ ଯାଉଥିବା ଗାଡ଼ିର ଫିଟନେସ୍ ସହ RTOରୁ ସ୍ବତନ୍ତ୍ର ଅନୁମତି ଆଣିବାକୁ ପଡ଼ିବ ।
ପିକନିକ୍ ସ୍ପଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ । ପିକନିକ୍ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ଆଦି ନେଇ ହେବ ନାହିଁ । ପିକନିକ୍ ଗାଡ଼ିରେ ଓଭରଲୋଡିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଯଦି ଓଭରଲୋଡିଂ ଥାଏ ଉଭୟ RTO ଓ ପୋଲିସ୍ ମିଶି ଚେକ୍ କରିବେ ।
ଏଥିସହ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ । ଏହି ସ୍ଥିତିରେ ମଧ୍ୟ ଗାଡ଼ି ମାଲିକଙ୍କୁ ଅନ୍ୟ ଡ୍ରାଇଭର ପଠାଇ ଦାୟିତ୍ବ ତୁଲାଇବାକୁ ପଡ଼ିବ ।
ମୋଟ ଦୁର୍ଘଟଣା ମୃତ୍ୟୁରୁ କେବଳ ଡିସେମ୍ବର ଓ ଜାନୁଆରୀରେ ୨୦ ରୁ ୨୬ ପ୍ରତିଶତ ମୃତ୍ୟୁ ହେଉଥିବାରୁ ପରିବହନ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି । ଏନେଇ ସ୍ୱତନ୍ତ୍ର ଭାବେ SOP ଜାରି କରିଛି ବିଭାଗ । ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପିକନିକ ହେଉଥିବା ସ୍ଥାନରେ ମୃତକଙ୍କ ପୋଷ୍ଟର ଲଗାଇବେ । ଏହି ପୋଷ୍ଟର ଗୁଡ଼ିକ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରଦାନ କରାଯିବ ।
ଅନ୍ୟପଟେ ପିକନିକ ସ୍ଥାନକୁ ପଲିଥିନ ମୁକ୍ତ କରାଯିବ । ଏଥିପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ପଦକ୍ଷେପ ନେବ । ବିଭାଗ ପକ୍ଷରୁ ଏନେଇ ସଚେତନ କରାଯିବ । ଟ୍ରାଭେଲ ଗାଡ଼ିରେ କୌଣସି ପ୍ରକାର ବିସ୍ଫୋରଣ ସାମଗ୍ରୀ ନେଇ ହେବ ନାହିଁ । ବିସ୍ଫୋରକ ସାମଗ୍ରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ଯାତ୍ରୀ ନେଉଥିଲେ ମଧ୍ୟ ଅନୁମତି ମିଳିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)