• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଦେଖବାକୁ ମିଳିଲା ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ କିନ୍ତୁ ବଢ଼ିଛି । ଏଥି ପାଇଁ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନଜରରେ ରଖି ପ୍ରଶାସନ ବି ସତର୍କ ହୋଇଛି ।

ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ସଂଭାବନା ଥିବାରୁ ସତର୍କତା ଅବଲମ୍ବନ ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ସେହିପରି ଆସନ୍ତାକାଲି ପାଇଁ ୧୦ ଓ ୪ ତାରିଖ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଚଳିତ ମାସରେ ଶୀତ କମ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସ୍ବାଭାବିକ ତାପମାତ୍ରା ଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଶୀତ କମ ଅନୁଭୂତ ହେବ ।