Advertisment

'ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ମତକୁ ନେଇ ଖବର ପରେ ମନ୍ତ୍ରାଳୟର ସ୍ପଷ୍ଟୀକରଣ `

author-image
Satyendu Shekher Mishra
High Court Bench

High Court Bench

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ମତ ଏବଂ ଗଣମାଧ୍ୟମରେ ପ୍ରସାରିତ ଖବର ପରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ। କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭୁଲ ଚିତ୍ରଣ କରାଯାଉଥିବା କହିବା ସହିତ ଦର୍ଶାଯାଇଛି ଯେ, ଯେହେତୁ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବା ସହ ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ସେଠାରେ ଜଜ୍ ନିଯୁକ୍ତ କରିବେ, ସେଥିପାଇଁ ଉଭୟ ପକ୍ଷ ସବୁ ଦିଗକୁ ଧ୍ୟାନରେ ରଖି ସହମତିରେ ପହଞ୍ଚିବା ଜରୁରୀ।

Advertisment

୨୦୧୮ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଚିଠି ପାଇବା ପରେ, ୨୦୧୯ ଜାନୁଆରୀରେ ତତ୍କାଳୀନ ଆଇନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ଜଣାଇଥିଲେ । ହାଇକୋର୍ଟଙ୍କ ମତ, ବେଞ୍ଚ ସ୍ଥାପନ ପାଇଁ ସ୍ଥାନ, କୋଠା ଓ ଜଜ୍ ମାନଙ୍କ କ୍ବାର୍ଟର ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ଜଣାଇବାକୁ କୁହାଯାଇଥିଲା । କିନ୍ତୁ ଓଡ଼ିଶା ସରକାର ସେସଂପର୍କରେ କୌଣସି ପଦକ୍ଷେପ ନେଇନଥିଲେ ଏବଂ ହାଇକୋର୍ଟଙ୍କ ମତ ନେବାକୁ ମଧ୍ୟ ଚେଷ୍ଟା କରିନଥିଲେ ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ । ଏହି ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ଗଠନ କରିଥିବା ସିଆର୍ ପାଲ୍ କମିଶନର ରିପୋର୍ଟ ବି ଏଯାଏଁ ସାର୍ବଜନୀନ ନକରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ, ଓଡ଼ିଶା ସରକାର ପ୍ରକୃତରେ କଣ ଲୁଚାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛି ଆଇନ ମନ୍ତ୍ରାଳୟ । ତେବେ ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
High Court
Advertisment
Advertisment