/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704170230.jpg)
Bus Accident
ମର୍ମନ୍ତୁଦ, ହୃଦୟ ବିଦାରକ । କଟକ ନିଶ୍ଚିନ୍ତକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ -ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ଏବେ ବି କିଛି ଯାତ୍ରୀ ବସ୍ ଭିତରେ ଫସି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।
Advertisment
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ଭୋରରୁ କଟରପଡ଼ା ଛକ ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)