Advertisment

ରାଜସ୍ୱ ଚିନ୍ତା, କଠୋର ହେଲା BMC

ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ ।

author-image
Satyendu Shekher Mishra
BMC

BMC

ରାଜସ୍ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନାଗର ନିଗମ-BMC। ରାଜସ୍ବ ଆଦାୟ ଲକ୍ଷ୍ୟ ୧୧୫ କୋଟି ଥିବା ବେଳେ ଆଦାୟ ହୋଇଛି ମାତ୍ର ୨୬ %। ତେଣୁ ଅଧିକ ରାଜସ୍ୱ ବାକି ରଖିଥିବା ଘର ମାଲିକଙ୍କୁ ଡିମାଣ୍ଡ ନୋଟିସ୍ ପଠାଇବାକୁ ବିଏମସି ଯୋଜନା ରଖିଛି। ବକେୟା ରଖିଥିବା ଘର ମାଲିକଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ବିଏମସି ଡିମାଣ୍ଡ ନୋଟିସ୍ ପଠାଇବ। ହୋଲ୍ଡିଂ ଟ୍ୟାକ୍ସ ଦେବା ନେଇ ଜନ ସଚେତନତା ବି ସୃଷ୍ଟି କରାଯିବ।

Advertisment

ଏଥିପାଇଁ ‘ରାଜସ୍ୱ ରଥ ବୁଲାଇବାକୁ ବିଏମସି ଯୋଜନା ରଖିଛି। ଏପରିକି ସଫେଇ ଗାଡ଼ିରେ ମଧ୍ୟ ସଚେତନତା କରାଯିବାକୁ ଯୋଜନା ରହିଛି। BMCରେ ଥିବା ବାସଗୃହରେ ବ୍ୟବସାୟ କରୁଥିଲେ ପୁନଃ ଆକଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବିଏମସି।

କେବଳ ସେତିକି ନୁହେଁ, ଟ୍ୟାକ୍ସ ଫାଙ୍କିଥିବା ବା ସମ୍ପତ୍ତିର ସଠିକ ଆକଳନ କରିନଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଅଧିକ ଟ୍ୟାକ୍ସ ବକେୟା ରଖିଥିବା ମାଲିକ ମାନଙ୍କୁ ନୋଟିସ ଦିଆଯିବା ସହ ଆବଶ୍ୟକ ହେଲେ ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବ ବିଏମସି।

Advertisment

ତେଣୁ ଅନଲାଇନରେ ଏବଂ ଅଫଲାଇନରେ ଟ୍ୟାକ୍ସ ପୈଠ କରିବାକୁ ବିଏମସି କହିଛି। ଏନେଇ ଆଜି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

BMC
Advertisment
Advertisment