ସଂକ୍ଷେପରେ ଆଜିର ତାଜା ଖବର - Friday, 01 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବରଙ୍ଗପୁରରେ ଚାଞ୍ଚଲ୍ୟ, ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରି ଭୁସି ହତ୍ୟା କଲା ମଦ୍ୟପ ବାପା

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାଧା ସାନ୍ତା ନାମକ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଥମେ ପତ୍ନୀ ସହ ଝଗଡ଼ା କରି ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲା। ପତ୍ନୀ ଭୟରେ ଘର ଛାଡ଼ି ଚାଲିଯିବାରୁ ଅଧିକ କ୍ରୋଧାନ୍ୱିତ ହୋଇ ନିଜର ଦୁଇବର୍ଷର ପୁଅକୁ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲା। More

ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା, ଶୀତ ଦିନେ ବି ପାଣି ପାଇଁ ଡବଳ ବିକଳ ଲୋକେ

ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। More

ଜିରୋ ଫାଟାଲିଟି ୱିକ୍ ଆରମ୍ଭରୁ ମୃତ୍ୟୁ ବିଭୀଷିକା, ୪ ଦୁର୍ଘଟଣାରେ ଅକାଳରେ ଗଲା ୧୧ ଜୀବନ

ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି। More

୧୭ ମହଲାରୁ ଉପରୁ ଉଦ୍ଧାର ହେଲା ସାପ

୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟମାନେ ବିଶ୍ୱାସ କରିନଥିଲେ । More

ଏକଜିଟ୍ ପୋଲରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ୩ରେ ବାହାରିବ ସେମିଫାଇନାଲ ରେଜଲ୍ଟ

୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି । More

ସାମ୍ନାକୁ ଆସିଲା ଶ୍ରମିକଙ୍କ ୧୭ ଦିନ ସଂଘର୍ଷର ଭିଡିଓ !

ଓଡ଼ିଶାକୁ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା । ଓଡ଼ିଶା ଫେରି ଆଶ୍ୱସ୍ତିର ନିଶ୍ୱାସ ମାରିଲେ ଉଦ୍ଧାର ଶ୍ରମିକ । More

ଉଦ୍ଧାର ହେଲା ୩ ଫୁଟିଆ ନାଗ ସାପ

ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରୁ ଦୁଇଟି ସାପ ଉଦ୍ଧାର କରାଯାଇଛି । ଗୋଟିଏ ବିଷଧର ନାଗ ସାପ ହୋଇଥିବାବେଳେ ଅନ୍ୟଟି ବାଲି ଵୋଆ ସାପ ବୋଲି ଜଣାପଡ଼ିଛି । More

ନିଶା ଚାଲାଣର ଟ୍ରାନଜିଟ୍ ରୁଟ୍ କି ପାରାଦୀପ ବନ୍ଦର ? ଜାହାଜ କର୍ମଚାରୀଙ୍କୁ ଧରି ଖୋଳତାଡ଼ କରୁଛି କଷ୍ଟମ୍ ବିଭାଗ

ଆଜି ଏହି ଜାହାଜରୁ ୨ ଶହ କୋଟି ଟଙ୍କାର କୋକେନକୁ ଜବତ କରିଛି କଷ୍ଟମ୍ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ପାନାମାରେ ପଞ୍ଜିକୃତ ଏହି ଜାହାଜର ମାଲିକ ହେଉଛନ୍ତି ଭିଏତନାମର। More

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଚାଲିଗଲା ଗଞ୍ଜାମ ଦିଗପହଣ୍ଡିର ଦୁଇ ସଙ୍ଗାତ ପରିବାରର ୮ ଜୀବନ

ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା। More

ଓଡିଶାରେ ଭାରତର ପ୍ରଥମ ରୁଫଟଫ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

ଭାରତକୁ ପିକେଲ ବଲ ୧୦ବର୍ଷ ତଳେ ପ୍ରବେଶ କରିଥିଲା । ଓଡିଶାକୁ ଏହି ଖେଳ ଗତ ଦୁଇ ଦିନ ତଳେ ଆରମ୍ଭ ହେଲା । ଟେନିସ ଖେଳକୁ ଛାଡି ପିକେଲ ବଲ ଖେଳିବାକୁ ଖେଳାଳିଙ୍କ ଆଗ୍ରହ ବଢୁଛି । More

ଆଉ ଲମ୍ବା ସମୟ ଅପେକ୍ଷା କରିବେନି ଭକ୍ତ, ଜଗା ଦର୍ଶନ ପାଇଁ ହେବ ଡେଡିକେଟେଡ୍ କରିଡର

ବର୍ତ୍ତମାନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି। ସେମାନଙ୍କ ସୁବିଧା ପାଇଁ ସ୍ପେଶାଲ କରିଡର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ। More

ବିଜେପିର ବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ, ୫୦ରୁ ଅଧିକ କର୍ମୀ ଆହତ

ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ବ୍ଲକ୍ ଘେରଓ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । More

ଓଡ଼ିଶା ଫେରିଲେ ଉଦ୍ଧାର ୪ ଶ୍ରମିକ; ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଚାରି ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । More

ଜାହାଜରେ ନିଶା ଚାଲାଣ; ୨୨ଟି ପ୍ୟାକେଟ୍‌ରୁ ମିଳିଲା ୨୦୦ କୋଟିର କୋକେନ୍‌

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହେଲା । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍‌ର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା । More

ବାଲିଯାତ୍ରାରେ ଭଳିକି ଭଳି ଓଡ଼ିଶାର ପାରମ୍ପରିକ ପିଠା; ଆରିସା, ମଣ୍ଡା,ଚକୁଳି ଆହୁରି କେତେ କ’ଣ..

ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ । More

Today Panchang 1st Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ  ଶୁକ୍ରବାର ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ More

ଦୁର୍ଘଟଣା ନେଉଛି ମୁଣ୍ଡ: ପ୍ରତିବର୍ଷ ଓଡ଼ିଶାରେ ଯାଉଛି ୫ ହଜାର ଜୀବନ

ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ  ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ୍‌ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି । More

ପୂର୍ବରୁ ବାପା ଦୁର୍ନୀତିରେ ଫସିଥିଲେ, ଏବେ ପୁଅର ଆଲିସାନ ଘରେ ପଶିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ । More

World AIDS Day: ପ୍ରତିବର୍ଷ ଓଡ଼ିଶାରେ ପ୍ରତିବର୍ଷ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ

ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଏଚ୍‌ଆଇଭି ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି । More

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ପଛପଟୁ ପିଟିଲା ଭ୍ୟାନ୍‌, ଚାଲିଗଲା ୭ ଜୀବନ...

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଭ୍ୟାନ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜବୀନ ଚାଲିଯାଇଛି । More

ଖେଳିବାକୁ ଯାଇଥିଲେ, ଆଉ ଫେରିଲେନି; ନାଳରେ ବୁଡ଼ି ୨ ନାବାଳକ ମୃତ

ଖେଳିବାକୁ ଯାଇ ନାଳରେ ବୁଡ଼ି ପ୍ରାଣ ହରାଇଲେ ୨ ନିରୀହ ଛୁଆ । More

NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି । More

୩ ଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଟାକ୍‌ ! ଆଟାକିଂ ମୁଡ୍‌କୁ ଆସିଗଲା କି କେନ୍ଦ୍ର ବିଜେପି ? 

କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ । More

ନିୟତିର ଖେଳ; ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷା, ଆଜି ତାମିଲନାଡୁର ଦାଦନ ଶ୍ରମିକ

ମାତ୍ର ୧୯ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ କାନ୍ତି । ତରୁଣୀ ଆଖିରେ ବସା ବାନ୍ଧିଥିଲା ଲୋକଙ୍କ ସେବା କରିବାର ସ୍ୱପ୍ନ । କିନ୍ତୁ ବିଡ଼ମ୍ବନା, ସେତେବେଳେ ଅନେକ ଲୋକଙ୍କ ଦୁଃଖ ଦୂର କରିଥିବା ଏହି ଯୁବନେତ୍ରୀ, ଆଜି ନିଜେ ଛଟପଟ ଅସରନ୍ତି ଦୁଃଖର ଚକ୍ରବ୍ୟୁହରେ । More

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ, ଅନଶନରେ ଡାକ୍ତର ଓ ନର୍ସ...

ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର । More