/odishatv-khabar/media/post_attachments/uploadimage/library/16_9/16_9_0/____1701409157.jpg)
Around 5 thousands people killed every year in road accidents
ଆଜିଠୁ ରାଜ୍ୟରେ ପାଳିତ ହେଉଛି ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ୍ ବା ମୃତ୍ୟୁ ଶୂନ୍ୟ ସପ୍ତାହ । ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍ଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ୍ ।
୨୦୨୩ ମସିହା ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୮.୬ ପ୍ରତିଶତ କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଏନେଇ ସବୁ ଜିଲ୍ଲାପାଳ, ଏସପି ଓ RTOଙ୍କୁ SOP ଜାରି କରିଛି ପରିବହନ ବିଭାଗ ।
ଆଜିଠୁ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ । କିନ୍ତୁ ପ୍ରଥମ ଦିନରେ ହିଁ ଦୁଇ ଦୁଇଟି ଭୟଙ୍କର ଦୁର୍ଘଟଣା ଘଟି ଯାଇଛି ।#Bhadrak#Anandapur#Accidentpic.twitter.com/YLgGHkpecJ
— ଓଟିଭି (@otvkhabar) December 1, 2023
ଏନେଇ ପରିବହନ ବିଭାଗ ଜାରି କରିଥିବା ଚିଠିରେ କୁହାଯାଇଛି, ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ୍ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି।
ସେହିପରି କେବଳ ଚଳିତ ବର୍ଷ ପ୍ରଥମ ୯ ମାସରେ ଅର୍ଥାତ୍ ଜାନୁଆରୀରୁ ସେପ୍ଟେମ୍ୱର ମଧ୍ୟରେ ସଡ଼କ ଦୁର୍ଘଟଣା ଯୋଗୁ ୪ ହଜାର ୧୭୮ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ୨୦୨୨ର ଏହି ସମୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ହଜାର ୯୮୩ ଜଣ ଲୋକଙ୍କ ତୁଳନାରେ ୪.୯ ପ୍ରତିଶତ ଅଧିକ ।
ତେବେ ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ଜିରୋ ଫାଟାଲିଟି ୱିକ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)