• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘରକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ । ଚାରି ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ବିମାନ ବନ୍ଦରରେ ଚାରି ଓଡ଼ିଆ ଶ୍ରମିକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତେବେ ଅନ୍ୟଜଣେ ଶ୍ରମିକ ତପନ ମଣ୍ଡଳ ନିଜ ଭାଇଙ୍କ ସହ ପରେ ଭୁବନେଶ୍ୱର ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଗତକାଲି ୠଷିକେଶ ଏମ୍ସ ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ସେଠାରୁ ପ୍ରଥମେ ଡେରାଡୁନ ଏବଂ ଡେରାଡୁନରୁ ଦିଲ୍ଲୀରେ ପହଞ୍ଚିଥିଲେ । କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ । ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

୧୭ ଦିନ, ୪ଶହ ଘଣ୍ଟାରୁ ଅଧକ ସମୟର ମହାଅପରେସନ୍ ପରେ ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୪୧ ଜଣ ଶ୍ରମିକ । ୪୧ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ମଧ୍ୟ ଟନେଲରୁ ଉଦ୍ଧାର ହୋଇଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ ।