/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701441789.jpg)
Snakes Rescue
ବାଲି ଵୋଆ ସାପକୁ ଗିଳିଦେଲା ୩ ଫୁଟର ନାଗ । ସାପଟି ଏକ ଜରି ତଳେ ପଶିଯାଇଥିବାରୁ ଖଡ଼ ଖଡ଼ ଶବ୍ଦ ହୋଇଥିଲା । ପରିବାର ଲୋକ ଜରିର ଶବ୍ଦ ଶୁଣି ଦେଖିବା ବେଳେକୁ ସାପ ବୋଲି ଜାଣିବାକୁ ପାଇଥିଲେ । ପରେ ସାପକୁ ଉଦ୍ଧାର କରିବାକୁ ସ୍ନେକ୍ ହେଲକପଲାଇନ୍ର ସହାୟତା ନେଇଥିଲେ ପରିବାର ଲୋକ ।
ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରୁ ଦୁଇଟି ସାପ ଉଦ୍ଧାର କରାଯାଇଛି । ଗୋଟିଏ ବିଷଧର ନାଗ ସାପ ହୋଇଥିବାବେଳେ ଅନ୍ୟଟି ବାଲି ଵୋଆ ସାପ ବୋଲି ଜଣାପଡ଼ିଛି ।
ସାପ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାଗଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ସମୟରେ ବାଲି ଵୋଆ ସାପଟି ଛୋଟ ହୋଇଥିବାରୁ ନାଗ ତା’ର ମୁଣ୍ଡକୁ ଗିଳିଦେଇଥିବା ଦେଖିବାକୁ ମିଳିଥିଲା ।
ଉଦ୍ଧାର ସମୟରେ ଛୋଟ ସାପଟିକୁ ନାଗ ସାପ ବାନ୍ତି କରିଦେଇଥିଲା । ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସାପଟି ଜୀବତ ଥିବା ସହ ପେଟରୁ ବାହାରିବା ପରେ ଚଲାବୁଲା କରିଥିଲା । ଫଳରେ ଦୁଇଟି ସାପକୁ ପୃଥକ ପୃଥକ ଭାବେ ନିଆଯାଇ ସୁରକ୍ଷିତ ସ୍ଥାନରେ ଛାଡ଼ିଦିଆଯାଇଛି ।
ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ବିଷ ଧର ନାଗ ସାପର ବିଷରେ ସମସ୍ତଙ୍କ ମୃତ୍ୟୁ ହୁଏ । ହେଲେ ନାଗ ବାଲି ଵୋଆ ସାପକୁ ଗିଳିବା ପରେ ମଧ୍ୟ ତା’ର ଜୀବିତ ରହିବା ସମସ୍ତଙ୍କୁ ଚକିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)