• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୭ ମହଲା ଉପରୁ ଉଦ୍ଧାର ହେଲା ସାପ । ଆଜି ସକାଳେ ଭୁବନେଶ୍ୱରର ସିଯୁଆ ସ୍ଥିତ ଏକ ବଡ଼ ବିଲ୍ଡିଂ ଭିତରୁ ଏକ ହଳଦିଆ ରଙ୍ଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ । ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ଗୃହ କର୍ତ୍ତା । ପରେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଏ ସମ୍ପର୍କରେ ଫୋନ୍ କରି ସୂଚନା ଦେଇଥିଲେ ।

୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟମାନେ ବିଶ୍ୱାସ କରିନଥିଲେ । କାରଣ ସମଗ୍ର ପୃଥିବୀରେ ୧୭ ମହଲା ଉପରକୁ କୌଣସି ସାପ ଚଢ଼ିବା ଘଟଣା ଦେଖାଯାଇନାହିଁ । ଏହି ଘଟଣା ବିରଳ ।

ପୂର୍ବରୁ ଚଳିତ ବର୍ଷ ୨୦୨୩ରେ ମୁମ୍ବାଇରେ ଘାଟକୋପର ସ୍ଥିତ ଏକ ୧୩ ମହଲା ଟାୱାର ଉପରକୁ ଚଢ଼ିଯାଇଥିଲା ଅଜଗର । ଯାହାର ଲମ୍ବଥିଲା ୪ ଫୁଟ୍‌ । ଉଦ୍ଧାରକାରୀ ମାନେ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଦେଥିଲେ । ହେଲେ ୧୭ ମହଲା ଘର ଉପରକୁ ସାପ ଚଢ଼ିବା ଘଟଣା ସାରା ପୃଥିବୀର ବିରଳ ହୋଇଥିବାରୁ ସାପଟିକୁ ଦେଖିବାକୁ ଲୋକମାନେ ରୁଣ୍ଡ ହୋଇଥିଲେ ।

ପରେ ପରେ ସାପଟି ବିଷ ହୀନ ସାପର ଛୁଆ ବୋଲି ଜଣାପଡ଼ିଥିଲା । ଗୋଟିଏ କାଠ ଆଲମିରା ପଛରୁ ସାପଟିକୁ ଉଦ୍ଧାର କରାଯାଇଥିବାବେଳେ ଏକ ଢ଼ମଣା ସାପର ଛୁଆ ବୋଲି କହିଥିଲେ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟମାନେ ।

  • Reported by:
  • ALOK MOHANTY