• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯାଇଥିଲେ ଖେଳିବାକୁ, ହେଲେ ଆଉ ଫେରିଲେନି ଘରକୁ । ଖେଳିବାକୁ ଯାଇ ନାଳରେ ବୁଡ଼ି ପ୍ରାଣ ହରାଇଲେ ୨ ନିରୀହ ଛୁଆ । ଘଟଣା ଘଟିଛି ଅନୁଗୁଳ ହଣ୍ଡପା ଥାନା ବାଲିଆମ୍ବ ଗାଁରେ । ମୃତକ ୨ ନାବାଳକ ହେଲେ କାଳିଆ ବେହେରାଙ୍କ ୯ ବର୍ଷର ପୁଅ ବାଦଲ ଏବଂ ଜୟନ୍ତ ପ୍ରଧାନଙ୍କ ୯ ବର୍ଷର ପୁଅ ସୁରେନ୍ଦ୍ର ।

ବାଦଲ ଏବଂ ସୁରେନ୍ଦ୍ର ସ୍କୁଲରୁ ଫେରିବା ପରେ ନାଳ ନିକଟକୁ ଖେଳିବାକୁ ଯାଇଥିଲେ । କିନ୍ତୁ ସେଠାରେ କ’ଣ ଘଟିଗଲା କେଜାଣି, ୨ ଜଣଙ୍କ ମୃତଦେହ ମିଳିଥିଲା ସେହି ନାଳ ଭିତରୁ । ଉଭୟ ଶରୀରରେ କୌଣସି କ୍ଷତ ଚିହ୍ନ ବି ନାହିଁ । ତେଣୁ ଆଶଙ୍କା କରାଯାଉଛି, ନାଳରେ ବୁଡ଼ି ଉଭୟଙ୍କ ମୃତ୍ୟୁ ହୋଇଥାଇପାରେ । ପୋଲିସ ଘଟଣା ଖୋଳତାଡ଼ କରୁଛି ।