/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701365568.jpg)
Utkal University
ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । କାରଣ ଏହି ବିଶ୍ୱବିଦ୍ୟାଳୟ ଫେରିପାଇଲା A+ ଗ୍ରେଡ୍ । ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ମାନ୍ୟତା ଦିଆଯାଇଛି । କିଛି ଦିନ ତଳେ NAAC ଟିମ୍ ଗସ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟକୁ A ମାନ୍ୟତା ଦେଇଥିଲା । ପରେ ଅଭିଯୋଗ ପରେ ପୁନଃଯାଞ୍ଚ କରି ଏବେ A+ ଗ୍ରେଡ୍ ଦିଆଯାଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ଭିତରେ ୪ ବର୍ଷ ହେଲାଣି ରହି ଆସିଛି । ଟିମ ୱାର୍କ ପାଇଁ ଏହା ସଫଳ ହୋଇପାରିଥିବାବେଳେ ୫ ବର୍ଷ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ A++ ଗ୍ରେଡ ପାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ଆଗକୁ ସବୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ ବୋଲି କହିଛନ୍ତି କୁଳପତି ।
ସୂଚନାଯୋଗ୍ୟ, ପୂର୍ବରୁ ଗତ ମେ’ ମାସରେ ବିଶ୍ୱବିଦ୍ୟାଳୟକୁ ମୋଟ ୩.୧୬ପଏଣ୍ଟ ସହ ‘ଏ ଗ୍ରେଡ୍ ’ମାନ୍ୟତା ନାକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଉଭୟ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନଙ୍କ ସମେତ ପୁରାତନ ଛାତ୍ରଛାତ୍ରୀମାନେ ଏନେଇ ଉଦବେଗ ବ୍ୟକ୍ତ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପୁଣିଥରେ ନାକ୍ କର୍ତ୍ତୃପକ୍ଷଙ୍କ ପାଖରେ ସାନି ଆକଳନ ନିମନ୍ତେ ଅନୁରୋଧ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)