• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହର ପ୍ରଥମ ଦିନରେ ଭୟଙ୍କର ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଯିବାବେଳେ ଚାଲିଗଲା ୮ ଜୀବନ । କେନ୍ଦୁଝର ଜିଲ୍ଲା ବାଲିଯୋଡ଼ି ଏନ୍ଏଚ୍‌ ୨୦ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଡ଼ାମାରି ଓ ବତାଗଡଗାଁର ବୋଲି 
ଜଣାପଡ଼ିଛି । 

ଦୁର୍ଘଟଣାରେ ଗୁରୁତର ୧୧ ଜଣଙ୍କୁ କେନ୍ଦୁଝର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଗାଁ ମେଡିକାଲରେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ ଏକ ଭ୍ୟାନ୍‌ରେ ୨ ପରିବାର ୨୧ ଜଣ ବାହାରିଥିଲେ । ତାରିଣୀ ମନ୍ଦିର ଆଉ ମାତ୍ର ୩ କି.ମି. ଦୂର ଥିବାବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା ଭ୍ୟାନ୍‌ । 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଭ୍ୟାନ୍‌ଟି ପୁରା ଚୁର୍‌ମାର୍‌ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଖୋଳତାଡ଼ କରୁଛି ।

ସୂଚନାଥାଉ କି, ମୃତକଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । ଗତ ଜୁନ ମାସରେ ରେଣୁବାଳାଙ୍କ ୧୨ଜଣ ସମ୍ପର୍କୀୟଙ୍କ ବସ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।