Advertisment

ସାମ୍ନାକୁ ଆସିଲା ଶ୍ରମିକଙ୍କ ୧୭ ଦିନ ସଂଘର୍ଷର ଭିଡିଓ !

ଓଡ଼ିଶାକୁ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା । ଓଡ଼ିଶା ଫେରି ଆଶ୍ୱସ୍ତିର ନିଶ୍ୱାସ ମାରିଲେ ଉଦ୍ଧାର ଶ୍ରମିକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tunnel Tragedy

Tunnel Tragedy

ଉତ୍ତରକାଶୀରୁ ଓଡ଼ିଶା.. ଯମ ମୁହଁରୁ ଜନ୍ମମାଟି.. ଏଯାତ୍ରା ନିଶ୍ଚିତ ରୂପେ ଜୀବନ ସାରା ମନେ ରହିବ, ୫ ଓଡ଼ିଆଙ୍କ ସମେତ ୪୧ଜଣ ମଣିଷଙ୍କ ପାଇଁ... ୪୧ଟି ପରିବାର ପାଇଁ... । ଭୁବନେଶ୍ୱର ଏୟାରପୋର୍ଟରେ ଦିନ ପ୍ରାୟ ଦେଢ଼ଟା ବେଳେ ଦିଲ୍ଲୀରୁ ବିମାନ ଯୋଗେ ପହଞ୍ଚିଲେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ। ସାଥିରେ ଫେରିଥିଲେ ଶ୍ରମମନ୍ତ୍ରୀ ସାରଦା ନାୟକ।

Advertisment

ମୃତ୍ୟୁର ସୁଡ଼ଙ୍ଗରୁ ଜୀବନ ନେଇ ଫେରିଥିବା ସାହସୀ ମଣିଷମାନଙ୍କୁ ଦେଖିବାକୁ ବିମାନବନ୍ଦର ବାହାରେ ଭିଡ଼ ଜମିଥିଲା ଏବଂ ସମସ୍ତଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା । ନିଜେ ଶ୍ରମ କମିଶନର ବିମାନବନ୍ଦରରେ ଉପସ୍ଥିତ ଥିବା ବେଳେ, ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସେଠାକୁ ଯାଇଥିଲେ ଓଡ଼ିଆ ପୁଅ ମାନଙ୍କୁ ପାଛୋଟି ନେବାକୁ । ୫ ଓଡ଼ିଆଙ୍କ ମଧ୍ୟରୁ ଆଜି ମୟୂରଭଞ୍ଜର ୩ ଜଣ ଏବଂ ନବରଙ୍ଗପୁରର ଜଣେ ଓଡ଼ିଶା ଫେରିଛନ୍ତି । ଭଦ୍ରକ ବାସୁଦେବପୁରର ତପନ ମଣ୍ଡଳ ନିଜ ଭାଇଙ୍କ ସହ ପରେ ଘରକୁ ଫେରିବେ ।

ଉତ୍ତରକାଶୀ ଟନେଲରେ ୧୭ ଦିନ ଫସିଥିବା ବିଭିନ୍ନ ରାଜ୍ୟର ୪୧ ଶ୍ରମିକଙ୍କୁ ଗତ ମଙ୍ଗଳବାର ରେସ୍କ୍ୟୁ କରାଯିବା ପରେ, ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ରିଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ସେମାନେ ଗତରାତିରେ ଉତ୍ତରାଖଣ୍ଡରୁ ବିମାନରେ ଦିଲ୍ଲୀ ପହଞ୍ଚିଥିଲେ। ଏହାପରେ ୪ ଓଡ଼ିଆ ଶ୍ରମିକ ଏବଂ ରାଜ୍ୟ ଶ୍ରମମନ୍ତ୍ରୀ ସେମାନଙ୍କ ସହ ଦିଲ୍ଲୀରୁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

Advertisment

ବିମାନ ବନ୍ଦରରୁ ୪ ଜଣଙ୍କୁ ସିଧାସଳଖ ଭୁବନେଶ୍ୱର ସର୍କିଟ ହାଉସକୁ ନିଆଯାଇଥିଲା ଏବଂ ସେଠାରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ଆଉ ବଖାଣିଥିଲେ ଟନେଲ ଭିତରର ଲୋମଟାଙ୍କୁରା ଅଙ୍ଗେନିଭା ଅନୁଭୂତି ।

୪ ଓଡ଼ିଆ ଶ୍ରମିକଙ୍କୁ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଘରକୁ ପଠାଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ନେବା ପାଇଁ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରୁ ଶ୍ରମ ଅଧିକାରୀମାନେ ଭୁବନେଶ୍ୱର ଆସିଥିଲେ ।

ଉତ୍ତରକାଶୀ ଟନେଲ ଭିତରେ ଫସିଥିବା ବେଳେ ନିଜ ମୋବାଇଲରେ କିଛି ଭିଡିଓ ରେକର୍ଡ କରିଥିଲେ ଶ୍ରମିକମାନେ । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ଜଣାପଡ଼ୁଛି ସେଠାରେ, ଗଦା ହୋଇଛି ମାଟି ପଥର ଅତଡ଼ା । ସେଠାରେ ସେମାନଙ୍କ ଖାଇବା ପାଇଁ ରଖାଯାଇଛି କଦଳୀ, ପିଜୁଳି, ସେଓ, ଓ କାଜୁ-କିସମିସ । ଏସବୁ ଭିତରକୁ ପଠାଯିବା ଆଗରୁ ପ୍ରଥମ ୧୮ ଘଣ୍ଟା ଜୀବନ ବଞ୍ଚାଇଥିବା ମୁଢ଼ି ବି ଦେଖିବାକୁ ମିଳୁଛି ଭିଡିଓରେ । ଶ୍ରମିକମାନେ ସେଠାରେ କିପରି ରହୁଥିଲେ, କେମିତି ଶୋଉଥିଲେ, ସବୁ ଦେଖିବାକୁ ମିଳୁଛି । ସେମାନେ ବାହାରକୁ ଆସିବା ପରେ, ଏହି ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Sarada Nayak
Advertisment
Advertisment