ସଂକ୍ଷେପରେ ଆଜିର ତାଜା ଖବର - Saturday, 04 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା । More

ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । More

ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ । More

ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି । More

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି? More

ସାମ୍ବାଦିକାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ମାମଲା, ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା। More

୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି । More

ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ। More

ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା, ଜାଣନ୍ତୁ କାରଣ...

ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ। More

ଗିରଫ ପରେ ଜେଲ୍‌ ଗଲେ ପ୍ରଯୋଜକ ଟୁଟୁ ନାୟକ

ଗିରଫ ହେବା ପରେ ପ୍ରଯୋଜକ ଟୁଟୁ ନାୟକ ଜେଲ୍‌ ଯାଇଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇଦିଆଯାଇଛି । More

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ

ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । More

ଦିଲ୍ଲୀର ରୋହିଣୀରେ ଲୋମଟାଙ୍କୁରା ଦୁର୍ଘଟଣା, ରାସ୍ତା ଉପରେ ଥିବା ଗାଡ଼ି ଉପରେ ମାଡିଗଲା ବସ୍‌

ଏ ଛାତିଥରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟମାନଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି। More

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଭୁଲ ମାଗିବେ ଟୁଟୁ ନାୟକ: ସୁଧାକର ବସନ୍ତ

ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। More

ସାପ ଗରଳ ପିଇଲେ ନିଶା, ହେଲେ ଏହା ସମ୍ଭବ କେମିତି ?   

ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ? More

ପ୍ରଯୋଜକ ଟୁଟୁ ନାୟକ ଗିରଫ; ବାନ୍ଧିଲା ଖାରବେଳନଗର ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । More

ଓଡ଼ିଶା ଷ୍ଟେଟ ବାର୍ କାଉନସିଲର ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ନିର୍ବାଚିତ ସଦସ୍ୟ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ। More

କଳାହାଣ୍ଡିରେ କାଳବୈଶାଖିର ତାଣ୍ଡବ, ମାଟିରେ ମିଶିଗଲା ବର୍ଷକର ଫସଲ

ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି । More

ପୁରୀ ପରେ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଡ୍ରେସ୍ କୋଡ୍ ଦାବି ଉଠିଲା

ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି । More

ରତ୍ନ ଭଣ୍ଡାରରେ ଲେଜର ସ୍କାନିଂକୁ ଅନୁମତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି । More

ନୂଆପଡ଼ାରେ ରକ୍ତମୁଖା ବାଘ; ଶୌଚ ବେଳେ ମାଡ଼ି ବସିଲା

ନାବାଳକଙ୍କ ପରେ ଏବେ ମହିଳାଙ୍କୁ ମାରି ଖାଇଲା ବାଘ । More

ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ । More

ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଲୋକଙ୍କୁ ଆହୁରୀ ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । More

ମୁଖା ପିନ୍ଧି ଆସିଲେ; ପେଟକୁ ଗୁଳି ଫୁଟାଇଲେ

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। More

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଇଁ ବଦଳିଗଲା ପରୀକ୍ଷା ସମୟ

ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ଗୋଟେପଟେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅନ୍ୟପଟେ ପିଲାଙ୍କ ପରୀକ୍ଷା । More

Panchang Today 4th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର। ଚନ୍ଦ୍ର - କର୍କଟ ଅହୋରାତ୍ର, ତିଥି - ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ   ତିଳକାଞ୍ଚନ ଦାନ ପ୍ରାତଃ  ୦୭.୫୭  ଗତେ ୨ ପାଦ - କୃଷି ଓ  ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୨.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ More

ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ; RBIର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଂଜନ ମିଶ୍ର

ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। More

ସଙ୍କଟରେ ପିଆଜ ଚାଷୀ: ବିକିଲେ ୫ରେ, କିଣିବେ ୭୦ଟଙ୍କାରେ

କିଛି ମାସ ତଳେ ଓଡ଼ିଶା ଚାଷୀ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି । More

କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି । More

ଗିରଫ ଭୟରେ ପୁରୁଷଶୂନ୍ୟ ପଦ୍ମକେଶରପୁର

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ । More

ASO Recruitment 2023: ଓଡ଼ିଶା ହାଇକୋର୍ଟରେ ବାହାରିଲା ଚାକିରି; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହାଇକୋର୍ଟ, କଟକ ଆସିଷ୍ଟାଣ୍ଟ ସିଲେକସନ ଅଫିସର୍ (ASO) ନିଯୁକ୍ତି ପାଇଁ ଏକ ନିଜ୍ଞପ୍ତି ବାହାର କରିଛି। ଅନ୍‌ଲାଇନ୍ ମୋଡ୍‌ରେ ଚାଲିଛି ଆବେଦନ। ସୁଯୋଗ ହାତଛଡା କରନ୍ତୁ ନାହିଁ। More

ରାଜନୀତିରେ ରାମ-ଜଗନ୍ନାଥ ! ଅଧପନ୍ତରିଆ କାମରେ ହୋଇଯିବ କି ଲୋକାର୍ପଣ ?

ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ? More