Advertisment

ଗିରଫ ଭୟରେ ପୁରୁଷଶୂନ୍ୟ ପଦ୍ମକେଶରପୁର

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ ।

author-image
Sangram Keshori Behera
undefined

Group Clash

ଗାଁର ଅଧିକାଂଶ ଘରେ ତାଲା । ପୁରୁଷଶୂନ୍ୟ ପଦ୍ମକେଶରପୁର ଗାଁ । ରହି ଯାଇଛନ୍ତି କେବଳ କିଛି ବୟସ୍କ ଓ ଛୋଟ ଛୋଟ ପିଲା । କାହିଁକି ନା ଗୋଷ୍ଠୀ ସଂଘର୍ଷ ପରେ ଏବେ ବନ୍ଧା ହେବାର ଭୟ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷକୁ ନେଇ ଆଗରୁ ୭୭ ପୁରୁଷଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏବେ ୫୪ ଜଣ ମହିଳାଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରିଛି । ଏପରିକି କାଳେ ପୋଲିସ ବାନ୍ଧି ନେବ, ସେଇ ଭୟରେ ଅନେକ ଲୋକ ଗାଁ ଛାଡ଼ି ପଳାଇଛନ୍ତି । 

Advertisment

ବୟସ ୭୦ ଟପିଲାଣି । ଆଉ ସେ ବଳବୟସ ନାହିଁ ଯେ, ରୋଷେଇ ବାସ କରିପାରିବେ। ହେଲେ ପରିସ୍ଥିତି ଏଭଳି ଯେ ନିଜ ନାତିନାତୁଣୀଙ୍କ ଲାଗି ଗଣ୍ଡେ ଫୁଟାଇବାକୁ ପଡୁଛି । ପୁଅ ବୋହୂଙ୍କ ସହିତ ପରିବାରର ୫ଜଣଙ୍କୁ ପୋଲିସ ବାନ୍ଧି ନେବା ପରେ ମୁରବୀ ଆଉ କେହି ନାହାନ୍ତି । ଏହି ବୃଦ୍ଧାଙ୍କୁ ମଧ୍ୟ ପୋଲିସ ବାନ୍ଧି ନେଇଥିଲା । କୁକୁର କାମୁଡା ଇଞ୍ଜେକ୍ସନ ନେଉଥିବାରୁ ଛାଡ଼ି ଦେଇଛି ।ବାପାମାଆଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଥିବାରୁ ସେ ଏକପ୍ରକାର ବେସାହାରା। ସ୍କୁଲରେ ତାଲା ଝୁଲୁଥିବାରୁ ପିଲାମାନେ ବାଧ୍ୟ ହୋଇ ଘରକୁ ଫେରୁଛନ୍ତି । ଏମିତି ସ୍ଥିତି ଏବେ ଭୁବନେଶ୍ୱର ପଟିଆ ଅଞ୍ଚଳ ପଦ୍ମକେଶରପୁରର ।

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ। କିଛି ବୟସ୍କ ଓ ଛୋଟ ଛୁଆକୁ ଛାଡି ଗାଁରେ କେହି ହେଲେ ନାହାନ୍ତି । ସବୁ ଘରେ ତାଲା ଝୁଲୁଛି । କାରଣ ଗିରଫ ହେବାର ଭୟ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୬ ତାରିଖରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଏଥିରେ ୨୦ରୁ ଅଧିକ ଆହତ ହୋଇଥିଲେ। ଏହା ପରେ ପୋଲିସ ୭୭ ପୁରୁଷ ଓ ୫୪ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେବଳ କିଛି ବୃଦ୍ଧବୃଦ୍ଧା ଓ ଛୋଟ ଛୁଆ ଅଛନ୍ତି । ପୋଲିସ କହିଛି, ଯିଏ ବି ଗଣ୍ଡଗୋଳରେ ସଂପୃକ୍ତ ଥିବ, ତାକୁ ଗିରଫ କରାଯିବ । 

Advertisment

ଗତ ପଞ୍ଚାୟତ ନିର୍ବାଚନକୁ ନେଇ ସେତେବେଳେ ଗାଁରେ ହୋଇଥିଲା ଗଣ୍ଡଗୋଳ । ସେହି ନିଆଁ ଏ ପର୍ଯ୍ୟନ୍ତ ଲିଭି ନାହିଁ। ଭୋଟ ସରିବାର ଏତେ ଦିନ ବିତି ଯାଇଥିଲେ ମଧ୍ୟ ମଝିରେ ମଝିରେ ପୁଣି ଗଣ୍ଡଗୋଳ ହେଉଛି, ଗତ ୨୬ ତାରିଖରେ ଯାହାକି ବିସ୍ଫୋରକ ରୂପ ନେଇଥିଲା ।  

Group Clash
Advertisment
Advertisment