• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରେଭ୍ ପାର୍ଟିରେ ସାପ ଭେନମ୍‌ର ନିଶା । ଏଭଳି କିଛି ଚାଞ୍ଚଲ୍ୟକର ମାମଲାରେ ଏବେ ଫସିଛନ୍ତି ବିଗ୍ ବସ୍ ବିଜେତା ତଥା ଚର୍ଚ୍ଚିତ ୟୁଟ୍ୟୁବର୍ ଏଲଭିସ୍ ଯାଦବ । ନୋଏଡ଼ାରେ ଚାଲିଥିବା ଏକ ରେଭ୍ ପାର୍ଟିରେ ୧୧ଟି ସାପର ଅର୍ଡର୍ ଦେଇଥିଲେ ଏଲଭିସ । ଆଉ ଏହାରି ଭିତରେ ଓଡ଼ିଶାରେ ବନ ବିଭାଗ ଫେଲ୍ ମାରିବା ଯୋଗୁଁ ସାପ ରାକେଟ୍ ବଢ଼ିଥିବା ଓଟିଭିକୁ କହିଛନ୍ତି ପିପୁଲ ଫର୍ ଆନିମଲ୍ ପ୍ରତିଷ୍ଠାତା ମେନକା ଗାନ୍ଧି । ତେବେ ଏନେଇ ରାଜ୍ୟ ବନବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ଆଖି ଝଲସା ଲାଇଟ୍, ଚକାଚକ୍ ମାହୋଲ୍, ସେଲିବ୍ରିଟିଙ୍କ ଭିଡ଼ । ଏସବୁ ଭିତରେ ଚାଲେ ରେଭ୍ ପାର୍ଟି । ଯେଉଁଠି ନାଚ ଗୀତର ଆସର ସହ ନିଶାରେ ମଦହୋସ୍ ହୁଅନ୍ତି ଯୁବପିଢ଼ି । ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।

ଏଭଳି ଅଭିଯୋଗ ଆସିଛି ପପୁଲାର୍ ୟୁଟ୍ୟୁବର ତଥା ଗତ ଥରର ବିଗ୍ ବିସ୍ ବଜେତା ଏଲଭିସ୍ ଯାଦବଙ୍କ ନାଁରେ । ନୋଏଡ଼ାର ସ୍କେଟର-୪୯ରେ ଚାଲିଥିବା ଏକ ରେଭ ପାର୍ଟି ପାଇଁ ୧୧ଟି ସାପର ଅର୍ଡର୍ ଦିଆଯାଇଥିଲାା କାଳେ ଏଲଭିସ୍ ହିଁ ଏସବୁ ମଗାଇଥିଲୋ ଯେଉଁଥିରେ ନାଗ, ଅଜଗର ଏବଂ ଦୁଇ ମୁଣ୍ଡିଆ ସାପ  ଥିଲା । ମାମଲାରେ ଏଲଭିସଙ୍କ ସହ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେଥିରୁ ଏଲଭିସଙ୍କ ବ୍ୟତିତ୍ ଅନ୍ୟ ୫ଙ୍କୁ ବାନ୍ଧିଛି ପୋଲିସ ।

ଭିଡିଓ ଭାଇରାଲ ହେବା ପରେ ପରେ ଏଲଭିସ୍ ଆସିଥିଲେ ପିପୁଲ ଫର୍ ଆନିମଲ୍‌ର ରାଡାରରେ । ବିଜେପି ସାଂସଦ ତଥା ପିପୁଲ ଫର୍ ଆନିମଲର ପ୍ରତିଷ୍ଠାତା ମେନେକା ଗାନ୍ଧି ଖୋଦ୍ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ । କିଛି ମାସ ତଳେ ଆଗ୍ରାରୁ କିଛି ସନ୍ଦିଗ୍ଧ ସାପ ଧରାଳୀଙ୍କୁ ଗିରଫ କରିବା ପରେ ଏନେଇ ଫିଟିବାରେ ଲାଗିଥିଲା ଗୁମରା ଦେଶର ବିଭିନ୍ନ ଅଞ୍ଚଳରେ ସାପ ଭେନମକୁ ନେଇ ଏକ ବଡ଼ ରାକେଟ୍ କାମ କରୁଥିବା ଜଣାପଡ଼ିଥିଲା । ଆଉ ସେମାନେ ହିଁ ଏଲଭିସ୍‌ଙ୍କ ନାଁ, ରେଭ୍ ପାର୍ଟି ସମ୍ପର୍କରେ ସବୁ ତଥ୍ୟ ଦେଇଥିଲୋ । ସେପଟେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ ଗୋଟିଏ ପ୍ରତିଶତ ବି ଶତ ନଥିବା କହିଛନ୍ତି ଏଲଭିସ ।

ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ୍ । ସାପ ଓ ଭେନମ୍ ରାକେଟ୍‌ର ସେଣ୍ଟର ପଏଣ୍ଟ ପାଲଟିଛି କି ଓଡ଼ିଶା? ଭେନମ୍ ଚାଲାଣରେ ଓଡ଼ିଶା କଣ ସେଫ୍ ହେଭେନ୍? କାରଣ ପୂର୍ବ ରେକର୍ଡ ଓ ଓଟିଭିକୁ ମେନକା ଗାନ୍ଧିଙ୍କ EXCLUSIVE ବୟାନ କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି । ଓଡ଼ିଶାରେ ବନ ବିଭାଗ କିଛି ବି କରୁନି, ପୁରା ଫେଲ୍ ମାରିଛି । ତେଣୁ ସାପ ରାକେଟ୍ ଓଡ଼ିଶାରେ ବହୁ ପରିମାଣରେ ବଢ଼ିଛି ।

୧୫ ଅଗଷ୍ଟ ୨୦୧୩...ଭୁବନେଶ୍ୱରରୁ ଗୋଟିଏ ଲିଟର୍ ଭେନମ୍ ଡିଲ୍ ବେଳେ ଧରାପଡ଼ିଥିଲେ ୬ ଜଣ । ଯେଉଁଥିରେ କିଛି ବାହାର ରାଜ୍ୟର ଅପରାଧି ବି ଥିଲେ । ୨୦ ନଭେମ୍ବର ୨୦୨୧, ଦେବଗଡ଼ ତରଙ୍ଗ ଗାଁରୁ ଦେଢ଼ କୋଟି ମୂଲ୍ୟର ସାପ ଭେନମ୍ ସିଜ୍ ହୋଇଥିଲା, ଏଥିରେ ଗିରଫ ହୋଇଥିଲେ ୨ ଜଣ । ଏବର୍ଷ ୧୬ ଅଗଷ୍ଟ, ବାଲେଶ୍ୱରରୁ ଧରାପଡ଼ିଥିବା ସାପ ରାକେଟ୍ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା । ବାଲେଶ୍ୱର ବାଲିଆପାଳ ବ୍ଲକ ପଞ୍ଚୁପାଲି ଗାଁରୁ ୨୯ଟି ସାପ ଉଦ୍ଧାର କରାଯାଇଥିଲା । ଯେଉଁଥିରେ ନାଗ ସହ ଥିଲେ କିଛି ବିରଳ ପ୍ରଜାତିର ସାପ । ଏମାନଙ୍କ ଦାନ୍ତ ଓ ବିଷଗ୍ରନ୍ଥିକୁ କାଢ଼ି ଦିଆଯାଇଥିଲା ।

୨୦୨୧ରେ ଶାହରୁଖ ଖାନଙ୍କ ପୁଅ ଆୟନ୍‌ଙ୍କୁ ବି ଏକ ରେଭ୍ ପାର୍ଟିରୁ ଗିରଫ କରାଯାଇଥିଲା । ଏବେ ପୁଣି ପାର୍ଟିରେ ନିଶା କାରବାରରେ ସେଲିବ୍ରିଟିଙ୍କ ନାଁ ଯୋଡ଼ି ହୋଇଛି ।