Advertisment

ASO Recruitment 2023: ଓଡ଼ିଶା ହାଇକୋର୍ଟରେ ବାହାରିଲା ଚାକିରି; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହାଇକୋର୍ଟ, କଟକ ଆସିଷ୍ଟାଣ୍ଟ ସିଲେକସନ ଅଫିସର୍ (ASO) ନିଯୁକ୍ତି ପାଇଁ ଏକ ନିଜ୍ଞପ୍ତି ବାହାର କରିଛି। ଅନ୍‌ଲାଇନ୍ ମୋଡ୍‌ରେ ଚାଲିଛି ଆବେଦନ। ସୁଯୋଗ ହାତଛଡା କରନ୍ତୁ ନାହିଁ।

author-image
Pramod Behera
Odisha High Court ASO Recruitment 2023

Odisha High Court ASO Recruitment 2023

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହାଇକୋର୍ଟ, କଟକ ଆସିଷ୍ଟାଣ୍ଟ ସିଲେକସନ ଅଫିସର୍ (ASO) ନିଯୁକ୍ତି ପାଇଁ ଏକ ନିଜ୍ଞପ୍ତି ବାହାର କରିଛି। ଅନ୍‌ଲାଇନ୍ ମୋଡ୍‌ରେ ଚାଲିଛି ଆବେଦନ। ସୁଯୋଗ ହାତଛଡା କରନ୍ତୁ ନାହିଁ।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ASOର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in/ କୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha High Court ASO Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ନଭେମ୍ବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ (କଳା / ବିଜ୍ଞାନ / ବାଣିଜ୍ୟ)
  • କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୭ ବର୍ଷ
  • ବୟସ ଗଣନା ୦୨ନଭେମ୍ବର ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD/ Ex- Serviceman – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା - (ପ୍ରିଲିମିନରୀ ଏବଂ ମେନ୍)
  • କମ୍ପ୍ୟୁଟର ଦକ୍ଷତା ପରୀକ୍ଷା
  • ସାକ୍ଷାତକାର
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ପ୍ରମାଣପତ୍ର (SSLC / HSC)
  • ଦୁଇଟି ପାସପୋର୍ଟ ସାଇଜ୍ ଫଟୋ
  • ଦସ୍ତଖତ
  • କ୍ୟାରେକ୍ଟର ସାର୍ଟିଫିକେଟ୍
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ଯାଆନ୍ତୁ
  • ‘Career and Recruitment’ ଉପରେ କ୍ଲିକ୍ କରନ୍ତୁ
  • ସଠିକ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକର ଅପଲୋଡ୍ କରନ୍ତୁ
  • Submit ବଟନ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ପର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Odisha Govt Govt Jobs Odisha HighCourt
Advertisment
Advertisment