• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ସମ୍ବଲପୁରର ଏକ ହାଇସ୍କୁଲରେ ଏମିତି କିଛି ଘଟଣା ଘଟିଛି । ସ୍ଥାନୀୟ ମାନେଶ୍ୱରୀ ବ୍ଳକ ମାଳତୀଗୁଣ୍ଡେରପୁର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ପିଲାଙ୍କ ଷାଣମାସିକ ପରୀକ୍ଷା ଆଜି ସକାଳ ସାଢ଼େ ୧୦ଟାରୁ ଗୋଟାଏ ଯାଏଁ ହୋଇଥାନ୍ତା, କିନ୍ତୁ ଆଜି ସ୍କୁଲ ପଡ଼ିଆରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ହେଉଛି । 

ତେଣୁ ପିଲାଙ୍କ ପରୀକ୍ଷାକୁ ସକାଳ ୭ଟାରୁ ଆରମ୍ଭ କରିଛନ୍ତି ସ୍କୁଲ କତ୍ତୃପକ୍ଷ । ପରୀକ୍ଷା ବେଳେ ସ୍କୁଲ ପରିସରରେ ଏପରି କାର୍ଯ୍ୟକ୍ରମ ନକରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ପୂର୍ବରୁ ଚିଠି ଲେଖିଥିଲେ । ହେଲେ କିଛି ସମାଧାନ ହୋଇନଥିଲା । ଶେଷରେ ବିଇଓଙ୍କ ପକ୍ଷରୁ ଆଜି ସକାଳେ ପରୀକ୍ଷା କରିବାକୁ ଅନୁମତି ମିଳିବା ପରେ ସକାଳୁଆ ପରୀକ୍ଷା ହୋଇଛି । 

ଗୋଟେପଟେ ପରୀକ୍ଷା ଚାଲିଛି ଅନ୍ୟପଟେ ସ୍କୁଲ ପରିସରରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସାରା ରାଜ୍ୟରେ ଦିନ ୧୦ଟା
ବେଳେ ପରୀକ୍ଷା ହେଉଥିବା ବେଳେ ଏଠି କିନ୍ତୁ ବ୍ୟତିକ୍ରମ ହୋଇଛି । ଫଳରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମ୍ଭାବନା ବି ସୃଷ୍ଟି ହୋଇଛି ।

ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସେମାନେ ପରୀକ୍ଷା ପରେ ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କଠାରୁ ରଖି ଦେଇଛନ୍ତି । ତେବେ ପରୀକ୍ଷା ଚାଲିଥିବା ବେଳେ କିପରି ଏତେ ବଡ କାର୍ଯ୍ୟକ୍ରମ ସ୍କୁଲ ପରିସରରେ କରିବାକୁ ପ୍ରଶାସନ ଅନୁମତି ଦେଲା ତାହା ବଡ ପ୍ରଶ୍ନ ଠିଆ କରିଛି । ଅନ୍ୟପକ୍ଷରେ, କାର୍ଯ୍ୟକ୍ରମକୁ ଆସୁଥିବା ମହିଳା ମାନେ କେହି ବି କହି ପାରୁ ନାହାନ୍ତି ଯେ ସେମାନେ କାହିଁକି ଆସିଛନ୍ତି ।