• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚହକା ଉଛଲା ଓ ବଡଚେରଗାଁ ପଂଚାୟତରେ ଗତକାଲି ଅଦିନିଆ ବର୍ଷା ତାଣ୍ଡବ ରଚିଛିି । ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି । ଧାନ ଗଛ ସବୁ ପାଣିଭିତରେ ଶୋଇରହିଛି । ଧାନ ପାକଳ ହେବା ସମୟରେ ସବୁ ଧାନ ଝଡି ଯାଇଛି ।

ଧାନ ବିଲରେ ଧାନ ବଂଚାଇବା ପାଇଁ ବିଲ ଭିତରେ ସଂଘର୍ଷ କରୁଛି ଚାଷୀ । ଏହି ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଛଲା ପଂଚାୟତ  । କେବଳ ଉଛଲା ନୁହେଁ ବଡଚେରଗାଁ ଏବଂ ଚହକା ପଂଚାୟତର ସବୁ ଗାଁରେ ଏପରି ତାଣ୍ଡବ ରଚାଇଛି ଅଦିନିଆ ବର୍ଷା । ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛିି । ରାସ୍ତା ଉପରେ ଶହଶହ ଗଛ ପଡି ରହିଛି । 

ଏହି ପଂଚାୟତ ଗୁଡ଼ିକରେ ୩ ତାରିଖ ରାତି ଠାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । କେବଳ ଧାନ ନୁହେଁ ହରଡ, କପା, ଆଖୁ, ତଥା ବିଭିନ୍ନ ଚଣା ଜାତୀୟ  ଫସଲ ଅମଳ ବେଳକୁ ମାଟିରେ ମିଶିଯାଇଛି । ପ୍ରବଳ ପବନ ବର୍ଷା ସାଙ୍ଗକୁ କୂଆପଥର ମାଡରେ ମାଟିରେ ମିଶି ଯାଇଛି ଚାଷୀର ବର୍ଷକର ଫସଲ ।

କେବଳ ଫସଲ ନଷ୍ଟ ନୁହେଁ କାଳବୈଶାଖି ଯୋଗୁଁ ଅନେକ ଜୀବନ ଜୀବିକା ବ୍ୟାହତ ହୋଇଛି । କୂଆ ପଥର ମାଡରେ ଏହି ପଂଚାୟତ ମାନଙ୍କର ଅନେକ ଛପର ତଥା ଟାଇଲ ଘରର ଛାତ ଉଡିଯାଇଛି ତ ଆଉ କାହାର ଛପର ଭାଙ୍ଗି ଚୁରମାର ହୋଇଛି । ଗତକାଲି ରାତିରେ ଅଦିନିଆ ବର୍ଷା ଘଂଟାଏ କାଳ ତାଣ୍ଡବ ରଚିଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । 

ଏ ନେଇ କିଷାନ କଂଗ୍ରେସର ଜିଲ୍ଲା ପ୍ରତିନିଧି ଦଳ କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଥିବା ବେଳେ ବର୍ତମାନ ରାସ୍ତାରୁ ଗଛହଟାଇବା ଏବଂ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରାଯିବ ବୋଲି ଗୋଲାମୁଣ୍ଡା ତହସିଲଦାର କହିଛନ୍ତି ।

  • Reported by:
  • Ingeet Panda