Advertisment

ଆହୁରି ଦୁଇ ଦିନ ବଡ଼ ବର୍ଷା ! ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା...

ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଦ୍ୟତନ ହୋଇଛି
Odisha Rainfall Alert

Rain Alert To 14 Districts Of Odisha

Advertisment

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝରଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି।

ଆଜି ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୬୬.୨ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୫୭.୬ ମି.ମି., ବାଲେଶ୍ୱରରେ ୪୨.୬ ମି.ମି., ଗୋପାଳପୁରରେ ୩୫.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisment


Advertisment

— Meteorological Centre, Bhubaneswar (@mcbbsr) August 18, 2023

ଅନ୍ୟପକ୍ଷେ, ଥମିବାର ନାଁ ନେଉନି ବର୍ଷା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଗତକାଲିଠୁ ବର୍ଷା ଜାରି ରହିଛି l ଲଗାଣ ବର୍ଷା ଯୋଗୁ ହାତୀବାରୀ ଓ କୁଆଁରମୁଣ୍ଡାକୁ ସଂଯୋଗ କରୁଥିବା ଖତମା ନାଳରେ ହଠାତ୍ ପାଣି ଆସିବାରୁ ରାସ୍ତା ଉପରେ ୩ ଫୁଟରୁ ଅଧିକ ପାଣି ଚାଲୁଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଗାଡ଼ି କୁଆଁରମୁଣ୍ଡା ଦେଇ ରାଉରକେଲାକୁ ଯାଇଥାଏ l

ହେଲେ ଗତକାଲି ଅପରାହ୍ନରେ ହଠାତ୍ ପାଣି ଆସିଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଥିଲା। ସେହିପରି ରାଉରକେଲା ପଟୁ ହାତୀବାରୀ ଅଂଚଳକୁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି l 

Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ