Advertisment

ଏହିସବୁ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ! ଗାଡ଼ି ଚଲାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ

ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Fog Alert In Odisha

Fog Alert In These Districts Of Odisha

Advertisment

ଫେବୃଆରୀ ମାସ ଅଧାରୁ ଆରମ୍ଭ ହୋଇଗଲାଣି ତାତି। ଗତ କିଛିଦିନ ଧରି ପାଗରେ ପରିବର୍ତ୍ତନ ଦେଖା ଦେଇଥିବା ବେଳେ ମଧ୍ୟାହ୍ନରେ ତତଲା ପବନ ବହିବା ଆରମ୍ଭ ହୋଇଗଲାଣି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ପୂର୍ବାପେକ୍ଷା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେବ। ଅନ୍ୟପଟେ ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକଟକ ରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

Advertisment

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ବଳବତ୍ତର ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ପ୍ରଥମ ଦିନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀଢେଙ୍କାନାଳ ରେ କୁହୁଡ଼ିର ଆସ୍ତରଣ ଦେଖାଯିବ।

ସେହିପରି ଦ୍ୱିତୀୟ ଦିନରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିପାରେ। ତେଣୁ ସକାଳୁ ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Advertisment

Weather Update Fog In Odisha Fog Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ