Advertisment

୨୯ରେ ଆଉ ଏକ ପଶ୍ଚିମା ଝଡ଼ ! ଆଜିଠୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ

ଅଦ୍ୟତନ ହୋଇଛି
Rainfall Alert For Odisha

western disturbance

Advertisment

ଆସନ୍ତା ୨୯ରେ ଆଉ ଏକ ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଓ କାଲି ଘଡ଼ଘଡ଼ି ସହ ବର୍ଷା, ଝଡ଼ ପବନ ବହିପାରେ । ଆଜି  କେନ୍ଦୁଝରମୟୂରଭଞ୍ଜବାଲେଶ୍ୱରଭଦ୍ରକଯାଜପୁରକେନ୍ଦ୍ରାପଡାକଟକଜଗତସିଂହପୁରନୟାଗଡ଼ଖୋର୍ଦ୍ଧାପୁରୀଗଞ୍ଜାମ ଓ ଗଜପତି ଜିଲ୍ଲା ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

Advertisment

ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୯ରେ ଆଉ ଏକ ପଶ୍ଚିମା ଝଡ଼ ଆସିବ, ଯାହାର ପ୍ରଭାବରେ ୩୧ରେ ମଧ୍ୟ ପ୍ରବଳ ବର୍ଷା ହେବ ।  ତେବେ୨୮ ତାରିଖରେ ମଧ୍ୟ କିଛି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପଶ୍ଚିମାଝଡ଼ ପ୍ରଭାବରେ ଜାରି ହୋଇଥିବା ଚେତାବନୀ:

  • ୨୭ମାର୍ଚ୍ଚ - ବିଜୁଳି ଘଡଘଡି ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି
  • ୨୮ମାର୍ଚ୍ଚ- ବିଜୁଳି ଘଡଘଡି ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିମି
  • ୨୯ମାର୍ଚ୍ଚ - ସମ୍ଭାବ୍ୟ ପଶ୍ଚିମାଝଡ଼ ଚେତାବନୀ
  • ୩୧ମାର୍ଚ୍ଚ - ବିଜୁଳି ଘଡଘଡି ଏବଂ ପ୍ରବଳ ବର୍ଷା
Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ