• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଆବାସ ହୋହଲ୍ଲା । ଭଦ୍ରକ ର ଧାମନଗର, ବାଲେଶ୍ୱର ର ସଦର ଓ ବାହାନଗା, କଟକ ର ନିଆଳି । ସବୁଠି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତରଅନ୍ତର ଅଭିଯୋଗ ଆଣି କାଲି ସବୁ ବ୍ଲକ୍‌ରେ ଆନ୍ଦୋଳନ କରିବା ପୂର୍ବରୁ ଆଜି କିଛି ବ୍ଲକ୍‌ରେ ତାର ଟ୍ରେଲର ଦେଖାଇଛନ୍ତି ବିଜେପି କର୍ମୀ । ଧାରଣା, ଧସ୍ତାଧସ୍ତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର । ସମ୍ଭାବ୍ୟ ତାଲିକାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ବି ଆନ୍ଦୋଳନରେ ସାମିଲ ।

ସବୁଠି ଅଭିଯୋଗ, ଘର ବଣ୍ଟନରେ ଯୋଗ୍ୟଙ୍କୁ ବାଦ୍ ଦେଇ ସମ୍ଭ୍ୟାବ୍ୟ ତାଲିକାରେ ବିଜେଡି ଦଳୀୟ ଆଧାରରେ ହିତାଧିକାରୀ ଚୟନ କରୁଛି । ଏମିତିକି ପ୍ରାୟ ୨ ଲକ୍ଷ ହିତାଧିକାରୀ ସବୁ ପ୍ରକାର ମାନଦଣ୍ଡ ପୂରଣ କରୁଥିଲେ ବି ସେମାନଙ୍କୁ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ତେଣୁ ପ୍ରତିବାଦରେ ଦଳ କାଲି ରାଜ୍ୟର ସବୁ ବ୍ଲକ୍‌ରେ ଏମିତି ଆନ୍ଦୋଳନ କରିବ । ସମସ୍ୟା ସମାଧନ ନହେଲେ, ୭ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍ ଅଫିସ୍ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେପି । ଏମିତିକି ପରବର୍ତ୍ତି ସମୟରେ ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନଠୁ ନେଇ ବିଧାନସଭା ପର୍ଯ୍ୟନ୍ତ କରିବାକୁ ଦଳ ଯୋଜନା କରିଛି ।

ଅଧିକ ପଢ଼ନ୍ତୁ: ଆବାସ ମାଇଲେଜ୍‌ ନେବା ମୁଡ୍‌ରେ ବିଜେପି, ଗାଁ ଗାଁରେ ଲଗାଇବ ମୋଦିଙ୍କୁ ଧନ୍ୟବାଦ ପୋଷ୍ଟର

ସେପଟେ ଆବାସ ଯୋଜାନରେ ଘର ବଣ୍ଟନ ବେଳେ ଦୁର୍ନୀତି ନହେଉ ଏବଂ ତାଲିକା ମଧ୍ୟ ଅଣ୍ଡର ଟେବୁଲ୍ ନହେଉ । କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ସାଂସଦ  ଅପରାଜିତା ଷଡ଼ଙ୍ଗୀ । ଅପରପକ୍ଷେ ବିଜେଡି ବିଜେପିକୁ ଅଯୋଗ୍ୟ ତାଲିକା ପ୍ରକାଶ ପାଇଁ ଆହ୍ୱାନ ଦେଇଛି । 

ସେପଟେ ୧୬ ତାରିଖରୁ ଆରମ୍ଭ ହୋଇଥିବା ଆବାସ ଯୋଜନାର ଅଭିଯୋଗ ଦାଖଲ ପ୍ରକ୍ରିୟା ଆଜି ସରିଛି । ଏମିତିକି କେବଳ ପଞ୍ଚାୟତ ନୁହେଁ ଶେଷ ଦିନରେ ରେଢାଖୋଲରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅଭିଯୋଗ ଶୁଣାଣି ବେଳେ ବି ଘର ଘଣ୍ଡେ ପାଇବାକୁ ଆଜି ଦରଖାସ୍ତ ଧରି ପହଞ୍ଚି ଯାଇଥିଲେ ଶହ ଶହ ହିତାଧିକାରୀ ।  ସେମାନଙ୍କ ଦାବି, ଯୋଗ୍ୟ ଲୋକଙ୍କୁ ମିଳୁ, ଅଭିଯୋଗ ଦାଖଲର ତାରିଖ ବି ବଢୁ । ହେଲେ ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ସୂଚନାମତେ ଆଉ ତାରିଖ ବଢିବ ନାହିଁ । ଆଗକୁ ୨୬ ଓ ୩୦ ତାରିଖରେ ଗ୍ରାମସଭା ହେବ ଏବଂ ତାପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ଆବାସ ଆବଣ୍ଟନକୁ ନେଇ ବଢୁଥିବା ଏ ଅସନ୍ତୋଷ ବିଜେଡି ସରକାର ପାଇଁ ଅଡୁଆ ଆଣିଛି । ତେଣୁ ଆଗକୁ ଏହାକୁ ଶାସକ ଦଳ କିଭଳି ମ୍ୟାନେଜ୍ କରୁଛି ତା ଉପରେ ନଜର ।