• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାର୍ଟି ନୁହେଁ ମାଟିକୁ ନେଇ ଏବେ ଝାରସୁଗୁଡ଼ା ରେ ଚର୍ଚ୍ଚା । ଏଠିକାର ଉପନିର୍ବାଚନ ପାଇଁ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବା ପରେ ମାଟି କାର୍ଡ ଖେଳିଛନ୍ତି ପ୍ରତିପକ୍ଷ । ବିଜେଡିବିଜେପି ବାହାର ଜିଲ୍ଲାର ପ୍ରାର୍ଥୀ ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଦୁହେଁ ଏହାର ଜବାବ ରଖିଥିବା ବେଳେ ନବ ଦାସସମର୍ଥ ଅଗ୍ରୱାଲ୍ ହତ୍ୟାକାଣ୍ଡ ସମେତ ବିପର୍ଯ୍ୟନ୍ତ ଆଇନଶୃଙ୍ଖଳା ସ୍ଥିତି ହିଁ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତାସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସେପଟେ ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ସେ ସ୍ଥାନୀୟ ଝାଡ଼େଶ୍ୱର ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିଛନ୍ତି । ତା’ ସହିତ ଝାରସୁଗୁଡ଼ା ଲଢ଼େଇ ପାଇଁ ତିନି ପ୍ରମୁଖ ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହୋଇଛି । ବିଜେଡିରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସ ଓ କଂଗ୍ରେସ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଲଢ଼େଇ ହେବ । ଏପଟେ ଝାରସୁଗୁଡ଼ାରେ ଏବେ 'ପାର୍ଟି ନୁହେଁ ମାଟି'କୁ ନେଇ ଜୋରଦାର ଚର୍ଚ୍ଚା । ଖାସ୍‌କରି ଟଙ୍କଧରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କଂଗ୍ରେସ୍ ଖେଳିଛି ମାଟି କାର୍ଡ ।

ବିଜେଡି ଓ ବିଜେପି ବାହାର ଜିଲ୍ଲାର ପ୍ରାର୍ଥୀ ଦେଇଥିବା ଅଭିଯୋଗ କରିଛନ୍ତି ତରୁଣ ପାଣ୍ଡେ । ଦୀପାଳି ସମ୍ବଲପୁରରୁ ଓ ଟଙ୍କଧର ସୁନ୍ଦରଗଡ଼ ଜିଲ୍ଲାର ବୋଲି ଅଭିଯୋଗ କରିଛନ୍ତି ତରୁଣ । ଜବାବରେ ଦୀପାଳି କହିଛନ୍ତି ଝାରସୁଗୁଡ଼ାରେ ତାଙ୍କ ବାପ ତିନି ତିନି ଥର ବିଧାୟକ ରହି ଲୋକଙ୍କ ସେବା କରିଛନ୍ତି । ତାଙ୍କ ବାପା ହେଉଛନ୍ତି ଝାରସୁଗୁଡା ମାଟିର ପୁଅ । ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର କହିଛନ୍ତି ଝାରସୁଗୁଡ଼ା ପାଇଁ କିଏ କଣ କରିଛନ୍ତି ତାହା ହିଁ ମାଟି ପାଇଁ ପ୍ରୀତି ।

ସେପଟେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଛନ୍ତି ତିନି ଦଳ ବିଜେଡି, କଂଗ୍ରେସ ଓ ବିଜେପି । ନବ ଦାସ ହତ୍ୟାକାଣ୍ଡ ଓ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା କଥା ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ ମୁଖ୍ୟ ପ୍ରସଙ୍ଗ ହେବ । ଜବାବରେ ବିଜେଡି କହିଛି ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ ହେବ । ଝାରସୁଗୁଡା ଉପନିର୍ବାଚନ ପାଇଁ ମେ ୧୦ରେ ଭୋଟ୍ ଓ ୧୩ରେ ଗଣତି ହେବ । ତା’ ପରେ ସ୍ପଷ୍ଟ ହୋଇଯିବ ଝାରସୁଗୁଡ଼ା କେଉଁ ମୁଦ୍ଦା କାମ ଦେଲା ।

ଲଇକେରାରୁ ଦେବେନ୍ଦ୍ର ବେହେରା, ଝାରସୁଗୁଡ଼ାରୁ ଭାଗିରଥୀ ସାହୁ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି