Advertisment

ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, BJP

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଗ୍ନିବର୍ଷା ଭାଷଣ ପରେ ବିଜେଡି କୁ ଗାଦିରୁ ହଟାଇବାକୁ ବିଜେପି ର ଆକ୍ସନ ପ୍ଳାନ୍ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । ଗତକାଲି ନୂଆ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଖୋଦ୍ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ, ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ନେତା ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ । ଏଣିକି ପଂଚାୟତରୁ ଲୋକସଭା ଭବନ ଯାଏଁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ହେବ ଏବଂ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି କହିଛି ।

Advertisment

ଦଳର ହେଭିୱେଟ୍ ନେତାଙ୍କ ଭାଷଣରୁ ସ୍ପଷ୍ଟ, ପୁରା ଆଗ୍ରେସିଭ୍ ମୁଡ୍ ରେ ରାଜ୍ୟ ବିଜେପି । ଓଡ଼ିଶା ରେ କ୍ଷମତା ଦଖଲ ପାଇଁ ଏବେଠୁ ମୈଦାନକୁ ଓହ୍ଲାଇବେ ନେତା ଓ କର୍ମୀ । ନିଜେ ଶୋଇବେନି କି ନବୀନ ପଟ୍ଟନାୟକଙ୍କୁ ଶୋଇବାକୁ ଦେବେନି ବୋଲି ନୂଆ ସଭାପତିଙ୍କ ଆହ୍ୱାନ ପରେ ପୂରା ଜୋସ୍‌ରେ ପଦ୍ମ କ୍ୟାଂପ୍ । ଅଧିକରୁ ଅଧିକ ପଦ୍ମ କିଭଳି ଫୁଟିବ ସେଥିପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ଏହାକୁ କାର୍ଯ୍ୟକାରୀ କରିବାକୁ କର୍ମୀ ଓ ନେତାମାନେ ଏବେଠାରୁ ଘରଦ୍ୱାର ଛାଡ଼ି ଲଢ଼େଇ କରିବାକୁ ପ୍ରସ୍ତୁତ ହେବାକୁ ଦଳ ଯୋଜନା କରିଛି ।

ଅଧିକ ପଢ଼ନ୍ତୁ: ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ ନେଇ ଜୟଙ୍କ କଟାକ୍ଷ, କହିଲେ ସଂଗଠନ ନୁହେଁ ପାର୍ଟି ଫଣ୍ଡ ଆଦାୟ ପାଇଁ ମିଳିଛି ଦାୟିତ୍ୱ

Advertisment

ଚାଷୀଙ୍କ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଦୁର୍ନୀତି, ଭ୍ରଷ୍ଟାଚାର, ସୁପର ଚିଫ୍ ମିନିଷ୍ଟର, ପଛୁଆ ବର୍ଗଙ୍କୁ ଅବହେଳା ଆଦି ପ୍ରସଙ୍ଗରେ ପଂଚାୟତରୁ ରାଜଧାନୀ ଯାଏଁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରି ଦଳ ଲୋକଙ୍କ ପାଖକୁ ଯିବ । ୨୪ ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ନେଇ ସରକାର ଗଠନ କରିବା ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ବିଜେପି ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟର ସମସ୍ତ ବିଜେପି ନେତା ବିଜେଡି ବିରୋଧରେ ଗର୍ଜନ କରୁଛନ୍ତି ସତ ହେଲେ ଦଳର କେନ୍ଦ୍ରୀୟ ନେତୃତ୍ୱ ଯାହା ନିର୍ଦ୍ଦେଶ ଦେବ, ଏଠାରେ ତାହା ହେବ । ନିର୍ବାଚନରେ ସଫଳତା ପାଇବାକୁ ହେଲେ କେନ୍ଦ୍ରରୁ ରାଜ୍ୟ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ୍ ହୋଇ ବିଜେଡି ବିରୋଧରେ ଲଢ଼ିବାକୁ ପଡିବ । 

ବିଜେପି ମତରେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମୁଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢୁଛି । ଆଗକୁ ନବୀନଙ୍କ ଲୋକପ୍ରିୟତା ଆହୁରି କମିବା ଆଶଙ୍କାରେ ବିଜେଡି ଆଗୁଆ ନିର୍ବାଚନକୁ ଯିବ ବୋଲି ମନମୋହନ ସାମଲ ଓ କେଭି ସିଂହଦେଓ ଆକଳନ କରୁଛନ୍ତି । ସେଥିପାଇଁ ଏବେଠୁ ରାଜନୈତିକ ଲଢ଼େଇକୁ ଜୋର୍ ଦାର୍ କରୁଛି ବିଜେପି ।

BJD BJP Odisha Politics
Advertisment
Advertisment