Advertisment

Trump Cabinet 2025: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ?

ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
 Who is Linda McMahon, WWE co-founder named by Trump as Education Secretary

Linda McMahon

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ କ୍ୟାବିନେଟ ଗଢିବାରେ ବ୍ୟସ୍ତ। ଶପଥ ଗ୍ରହଣ ସମାରୋହକୁ ଆଉ ପ୍ରାୟ ଦୁଇ ମାସ ବାକି ଥିବାବେଳେ, ଟ୍ରମ୍ପ ମନ୍ତ୍ରିମଣ୍ଡଳ ତଥା ଦ୍ୱିତୀୟ କାର୍ଯ୍ୟକାଳର ସଦସ୍ୟ ଭାବରେ ବିଭିନ୍ନ ବିଭାଗରେ ମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଭିଜ୍ଞ ଓ ଭରସାଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଉଛନ୍ତି। ଏହାରି ଭିତରେ ସେ ଶିକ୍ଷା ବିଭାଗର ଦାୟିତ୍ୱ ପୂର୍ବତନ ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE)ର ସିଇଓ ତଥା ପେସାଦାର ରେସଲର ଲିଣ୍ଡା ମ୍ୟାକମାହନ୍‌ଙ୍କୁ ଦେଇଛନ୍ତି। ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ।

Advertisment

ଅଧିକ ପଢ଼ନ୍ତୁ: Trump's Cabinet 2025: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସାମିଲ୍ ହେଲେ ତୁଳସୀ; ମିଳିଲା ବଡ଼ ପଦବୀ

ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ। ଯେଉଁଥିରେ ଅଭିଭାବକମାନେ ସେମାନଙ୍କ ଟିକସ ଟଙ୍କାରେ ସେମାନଙ୍କ ପିଲାଙ୍କୁ ଯେକୌଣସି ସରକାରୀ ଅଥବା ବେସରକାରୀ ସ୍କୁଲକୁ ପଠାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମ୍ୟାକମୋହନ ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡିକୁ ଅଗ୍ରାଧିକାର ଦେବା ଦିଗରେ କାର୍ଯ୍ୟ କରିବେ । ଏଥିରେ ସେ ସଂଘୀୟ ସରକାରଙ୍କ ହସ୍ତକ୍ଷେପକୁ ଆଦୌ ପ୍ରଶ୍ରୟ ଦେବେନାହିଁ। ତେବେ ପୂର୍ବରୁ ସେ ଫେଡେରାଲ୍ ଶିକ୍ଷା ବିଭାଗ ରଦ୍ଦ କରିବା ନେଇ କହିଥିଲେ। ଏହା ତାଙ୍କର ପରବର୍ତ୍ତୀ କାର୍ଯ୍ୟ ହୋଇପାରେ।

Advertisment

ଲିଣ୍ଡା ମ୍ୟାକମୋହନ୍ କିଏ?

ଲିଣ୍ଡା ମ୍ୟାକମାହନ୍ ୧୯୬୬ମସିହାରେ ପେସାଦାର କୁସ୍ତି ପ୍ରୋତ୍ସାହକ ଭିନ୍ସେଣ୍ଟ ଜେମ୍ସ ମ୍ୟାକମୋହନଙ୍କ ପୁଅ ଭିନ୍ସ ମ୍ୟାକମୋହନଙ୍କୁ ବିବାହ କରିଥିଲେ। ପ୍ରାୟ ୧୫ ବର୍ଷ ପରେ, ଏହି ଦମ୍ପତି ୧୯୮୦ରେ ଟାଇଟାନ ସ୍ପୋର୍ଟସ ପ୍ରତିଷ୍ଠା କରିଥିଲେ ଯାହାକି ଏକ କ୍ରୀଡା ମନୋରଞ୍ଜନ କମ୍ପାନୀ ଥିଲା। ପରେ ଏହା ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ ନାମରେ ନାମିତ ହୋଇଥିଲା। ଏଥିରେ ସେ ୨୦୦୯ ଯାଏ ଅଧ୍ୟକ୍ଷ ଏବଂ ପରେ ସିଇଓ ଭାବରେ କାର୍ଯ୍ୟ କରିଥିଲେ। WWEର ମୁଖ୍ୟ ଭାବରେ, ଲିଣ୍ଡା ମ୍ୟାକମାହନ୍ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ଯାହାକି ପରିବର୍ତ୍ତୀ ସମୟରେ କୋଟି କୋଟି ଟଙ୍କା ରୋଜଗାର କରିଥିଲା ଏବଂ ଦେଶର ଏକ ପ୍ରମୁଖ କ୍ରୀଡ଼ା ଫ୍ରାଞ୍ଚାଇଜ୍ ଭାବରେ ପରିଣତ ହୋଇଥିଲା ।

 

ବର୍ତ୍ତମାନ ସେ ଟ୍ରମ୍ପ ସରକାରଙ୍କ ଏକ ଅଂଶ ହୋଇସାରିଛନ୍ତି। ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ମ୍ୟାକମାହନ୍ କ୍ଷୁଦ୍ର ବ୍ୟବସାୟ ପ୍ରଶାସନର ନେତୃତ୍ୱ ନେଇଥିଲେ। ସେ ଦୁଇଥର ଆମେରିକା ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି। ତେବେ ପରବର୍ତ୍ତୀ ନିର୍ବାଚନରେ ​​ସେ ଜିତି ପାରିନଥିଲେ। ତେବେ ମ୍ୟାକମାହନ୍ ରିପବ୍ଲିକାନ୍ ପାର୍ଟିର ଏକ ପ୍ରମୁଖ ଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଶିକ୍ଷା ପରି ବିଭାଗରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ। ମ୍ୟାକମାହନଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଏହା ଶିକ୍ଷାବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ମ୍ୟାକମାହନ୍ ଟ୍ରମ୍ପଙ୍କ କ୍ୟାବିନେଟରେ ଶିକ୍ଷା ସଚିବ ପ୍ରାର୍ଥୀଙ୍କ ସର୍ଟଲିଷ୍ଟରେ ନଥିଲେ । ମ୍ୟାକମାହନ୍ ୨୦୦୯ ମସିହାରୁ ଆରମ୍ଭ ହୋଇଥିବା କନେକ୍ଟିକଟ୍ ବୋର୍ଡ ଅଫ୍ ଏଜୁକେସନ୍‌ରେ ଏକ ବର୍ଷ ପାଇଁ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ କନେକ୍ଟିକଟରେ ସେକ୍ରେଡ୍ ହାର୍ଟ ୟୁନିଭରସିଟିର ଟ୍ରଷ୍ଟି ବୋର୍ଡରେ ଅନେକ ବର୍ଷ ରହିଥିଲେ।

୨୦୨୦ରେ ଯେତେବେଳେ ଟ୍ରମ୍ପ ଜୋ ବାଇଡେନଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ, ଲିଣ୍ଡା ମ୍ୟାକମାହନ୍ ଆମେରିକାର ପ୍ରଥମ ରାଜନୈତିକ କାର୍ଯ୍ୟ କମିଟିର ଅଧ୍ୟକ୍ଷତା କରିଥିଲେ, ଯାହାକି ରିପବ୍ଲିକାନର ପୁନଃ ନିର୍ବାଚନ ଅଭିଯାନକୁ ସମର୍ଥନ କରିଥିଲା। ନିର୍ବାଚନରେ ​​ହାରିବା ପରେ ସେ ଟ୍ରମ୍ପଙ୍କ ଏଜେଣ୍ଡା ପାଇଁ ଲଢେଇ ଜାରି ରଖିଥିଲେ। ଏଥିସହ ଟ୍ରମ୍ପ କିପରି ହ୍ୱାଇଟ୍‌ ହାଉସକୁଫେରିବେ ସେନେଇ ଆମେରିକାରେ ପ୍ରଥମ ନୀତି ପ୍ରତିଷ୍ଠାନ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ। ଟ୍ରମ୍ପ ଚଳିତ ବର୍ଷ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ଲିଣ୍ଡା ତାଙ୍କୁ ଅସୀମ ସମର୍ଥନ ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ଟିମ୍‌ ଗଢିବାରେ ବ୍ୟସ୍ତ Donald Trump; ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

US President Donald Trump US Presidential Election WWE
Advertisment
Advertisment